କୀଟ ନିୟନ୍ତ୍ରଣର ଅନନ୍ୟ ଉପାୟ

0

ଆଧୁନିକତାର ସ୍ପର୍ଶରେ ସବୁଜିମା ଧରାପୃଷ୍ଠ ଧିରେ ଧିରେ ଦୂଷିତ ଆଡ଼କୁ ଅଗ୍ରସର ହଉଛି । କୃଷି କ୍ଷେତ୍ରରେ ରାସାୟନିକ ସାର ଓ କୀଟନାଶକର ବହୁଳ ବ୍ୟବହାର ହେତୁ ମାଟିର ଉର୍ବରତା ସହ ପରିବେଶ ପ୍ରଦୂଷଣ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ବର୍ତ୍ତମାନ ପରିସ୍ଥିତିରେ ଯଦି ଚାଷୀର ଅବସ୍ଥାକୁ ଲକ୍ଷ୍ୟ କରାଯାଏ,ରସାୟନିକ ସାର ସହ କୀଟନାଶକ ବ୍ୟବହାର ଚାଷୀ ଅଯଥାରେ ଖର୍ଚ୍ଚାନ୍ତ ହେଉଛି । ତେବେ ଯାନ୍ତ୍ରିକ ପଦ୍ଧତିର ବ୍ୟବହାର କରି ସଫଳ ରୋଗ ଓ ପୋକ ନିୟନ୍ତ୍ରଣ ଚାଷୀ ଦ୍ୱାରା ଏବେ ଧିରେ ଧିରେ ଆଦୃତ ହେବାରେ ଲାଗିଲାଣି ।
ଏ ସବୁର ଗୁରୁତ୍ୱ ବୁଝିଥିବା ଏପରି ଏକ ଚାଷୀ ହେଲେ ନୟାଗଡ ଜିଲ୍ଲାର ଭାପୁର ବ୍ଲକର କରବର ଗ୍ରାମ ପଂଚାୟତର ସୋମନାଥ ରାଉତ । ସେ ନିଜ ଜମିରେ କରିଥିବା ପନିପରିବା ଫସଲରେ ଲାଗିଥିବା ବିଭିନ୍ନ କୀଟ ମାନଙ୍କୁ ନିୟନ୍ତ୍ରଣ କରିବାପାଇଁ ରାସାୟନିକ କୀଟନାଶକ ବଦଳରେ ସଂଗ ଆକର୍ଷକ ଯନ୍ତା ବା ହଳଦିଆ ଅଠାଳିଆ ଯନ୍ତାର ବ୍ୟବହାର କରୁଛନ୍ତି । ଡିପେଣ୍ଡେବଲ୍‌ ଏଗ୍ରି ସର୍ଭିସେସ ପ୍ରାଇଭେଟ୍‌ ମିଲିଟେଡ ର ତତ୍ତ୍‌ବାବଧାନରେ ବାଇଗଣ ଫସଲରେ କାଣ୍ଡ ଓ ଫଳ ବିନ୍ଧା ପୋକକୁ ନିୟନ୍ତ୍ରଣ କରିବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ ରାସାୟନିକ କୀଟନାଶକ ବଦଳରେ ପୋକ ଯନ୍ତା ଓ ହଳଦିଆ ଅଠାଳିଆ ଯନ୍ତାର ବ୍ୟବହାର କରି କମ୍‌ ଖର୍ଚ୍ଚରେ ଅଧିକ ଲାଭବାନ ହୋଇଛନ୍ତି । ତାଙ୍କ କହିବା ଅନୁସାରେ ସେ କରିଥିବା ବାଇଗଣ ଫସଲରେ କୀଟ ଦମନ ପାଇଁ ଗୁଣ୍ଠ ପ୍ରତି ୫୦୦୦ ଟଙ୍କାର କୀଟନାଶକ ଦରକାର ପଡ଼ିଥାଏ । କିନ୍ତୁ ଏହି ଯନ୍ତା ର ବ୍ୟବହାର ଦ୍ୱାରା ଖର୍ଚ୍ଚ ୫୦୦ ରୁ ୧୦୦୦ ଟଙ୍କା ଭିତରେ ସୀମିତ ରହୁଛି । ଏହା ଦ୍ୱାରା ଚାଷୀ ଅହେତୁକ ଖର୍ଚ୍ଚରୁ ରକ୍ଷା ପାଉଛନ୍ତି ।

nano urea

ସଂଗୀତା ମହାପାତ୍ର , କୃଷି ସ୍ନାତକୋତ୍ତର

Leave A Reply

Your email address will not be published.

17 + 16 =