ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା : ଆତ୍ମନିର୍ଭର ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ

0

ରାଜ୍ୟରେ ବେକାରୀ ସମସ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଓ ବେକାରୀ ସମସ୍ୟା କୁ ଦୂରୀକରଣ କରିବାକୁ ହେଲେ ଆତ୍ମ ନିଯୁକ୍ତି ଓ ଆତ୍ମ ନିର୍ଭର ପନ୍ଥା କୁ ଅବଲମ୍ବନ କରିବାକୁ ହେବ ଓ ସବୁ ଲୋକଙ୍କ ପାଖରେ ଆତ୍ମ ନିଯୁକ୍ତି ପନ୍ଥାକୁ ଅବଲମ୍ବନ କରିବା ସମ୍ଭବ ନୁହେଁ ଓ ଆତ୍ମ ନିଯୁକ୍ତି ଓ ଆତ୍ମ ନିର୍ଭର ହେବାକୁ ଇଚ୍ଛା ଥିଲେ ମଧ୍ୟ, ସମସ୍ତଙ୍କ ପାଖରେ ଆର୍ଥିକ ସମ୍ବଳ ଓ ବୈଷୟିକ ଜ୍ଞାନ ନାହିଁ, ତେଣୁ ସରକାରଙ୍କର ବିଭିନ୍ନ ପ୍ରକାର ସମୟ ଉପଯୋଗୀ ଯୋଜନା, ଆତ୍ମ ନିଯୁକ୍ତି କୁ ପ୍ରୋତ୍ସହାନ ଯୋଗାଇଥାଏ ଓ ଓଡିଶା ଏକ କୃଷିପ୍ରଧାନ ରାଜ୍ୟ ଭାବେ ପରିଗଣିତ, ରାଜ୍ୟ ର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି ଓ ଗବେଷଣା ରୁ ଜଣାଯାଏ ଓଡିଶାର ଜଳବାୟୁ ମତ୍ସ୍ୟ ଚାଷ ପାଇଁ ଯଥେଷ୍ଟ ଉପଯୋଗୀ ଓ ଯଦି ଆମେ ଓଡିଶା ର ମତ୍ସ୍ୟ ଉତ୍ପାଦନ ସ୍ଥିତି ଓ ଏହାର ଅଗ୍ରଗତି ବିଷୟରେ ଆଲୋକପାତ କରିବା, ତେବେ ଏତିକି କୁହାଯାଇପାରେ ମତ୍ସ୍ୟ କ୍ଷେତ୍ର ରେ ଆମେ ଏକ ସୁଦୃଢ ସ୍ତିତିରେ ଅଛୁ କହିଲେ ଅତ୍ୟୁକ୍ତି ହେବନି କିନ୍ତୁ କ୍ଷାର ଜଳ ମାଛ ଉତ୍ପାଦନ ରେ ଆମେ ସେମିତି ଆଖିଦୃଶିଆ ଅଗ୍ରଗତି କରିପାରିନେ ଓ ପରିସଂଖ୍ୟାନରୁ ଜଣାଯାଏ , ରାଜ୍ୟରେ ୧୫ ଲକ୍ଷ ରୁ ଉର୍ଧ ଲୋକ ମତ୍ସ୍ୟ କ୍ଷେତ୍ର ସହିତ ଜଡିତ ଅଛନ୍ତି ଓ ଗତ ୫ ବର୍ଷ ମଧ୍ୟରେ ମତ୍ସ୍ୟକ୍ଷେତ୍ରରେ ୫୩% ଅଭିବୃଦ୍ଧି ଘଟିଛି ଓ ଗତ ୨୦ ବର୍ଷ ତଳେ ରାଜ୍ୟର ବାର୍ଷିକ ମାଛ ଉତ୍ପାଦନ ୨.୬ ଲକ୍ଷ ମେଟ୍ରିକ ଟନ ହେଉଥିଲାବେଳେ ବର୍ତ୍ତମାନ ତାହା ୮.୧୬ ଲକ୍ଷ ମେଟ୍ରିକ ଟନ ରେ ପହଂଚିଲାଣି ଓ ସେହିପରି ମୁଣ୍ଡ ପିଛା ମାଛ ଆହରଣ ୧୬.୨୪ କେଜି କୁ ବୃଦ୍ଧିପାଇଲାଣି ଓ ତେଣୁ ବିଶ୍ଳେଷଣରୁ ଏତିକି ହିଁ କୁହାଯାଇପାରେ, ଓଡିଶା ମତ୍ସ୍ୟ ବିଭାଗର ସମୟୋପଯୋଗୀ କାର୍ଯ୍ୟ ଓ ନିୟମିତ ପଦକ୍ଷେପ ଯୋଗୁଁ, ଓଡିଶା ର ମତ୍ସ୍ୟ ଉତ୍ପାଦନ ଓ ରପ୍ତାନି ଏକ ପ୍ରମୁଖ ସ୍ଥାନ ଅଧିକାର କରିଅଛି ।

କରୋନା ପରବର୍ତୀ ସ୍ଥିତିର ମୁକାବିଲା ନିମନ୍ତେ ଆତ୍ମନିର୍ଭର ଭାରତ ଯୋଜନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର ଓପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାକୁ ୨୦ ମେ, ୨୦୨୦ରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିଲା ଓ ଏଥିରେ କେନ୍ଦ୍ର ସରକାର ୯, ୪୦୭ କୋଟି, ରାଜ୍ୟ ସରକାର ୪, ୮୮୦ କୋଟି ଏବଂ ହିତାଧିକାରୀ ୫, ୭୬୩ କୋଟି ଟଙ୍କା ବିନିଯୋଗ କରିବାର ବ୍ୟବସ୍ଥା କରାଯାଇଅଛି ଓ ଏହି ଯୋଜନା ଅଧୀନରେ ସରକାର ୨୦୨୦ରୁ ୨୦୨୫ ମଧ୍ୟରେ ୨୦୦୫୦ କୋଟି ଟଙ୍କା ଖର୍‌ଚ କରିବେ ଓ ଏବେ ସୁଦ୍ଧା ଏହା ହେଉଛି ମତ୍ସ୍ୟ ସମ୍ପଦ କ୍ଷେତ୍ରରେ ସବୁଠୁ ବଡ଼ ନିବେଶ ଓ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ୨୦୨୪-୨୫ ସୁଦ୍ଧା ମାଛ ଉତ୍ପାଦନ ୨୨୦ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି କରିବା ଲାଗି ଲକ୍ଷ୍ୟ ରଖାଯାଇଛି ଓ ଯୋଜନା ମାଧ୍ୟମରେ ଆସନ୍ତା ପାଞ୍ଚ ବର୍ଷରେ ରପ୍ତାନି ପରିମାଣ ଦ୍ୱିଗୁଣିତ କରି ଏହାକୁ ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇବା ସହିତ ୫୫ ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ଓ ଯୋଜନାରେ ମାଛ ଉତ୍ପାଦନ ଏବଂ ଉତ୍ପାଦକତା, ଗୁଣବତ୍ତା, ସ୍ଥାୟୀତ୍ୱ ପ୍ରଯୁକ୍ତି ପ୍ରୟୋଗ, ଚାଷ ପରବର୍ତ୍ତୀ ଭିତ୍ତିଭୂମି, ଆଧୁନିକୀକରଣ ଓ ମୂଲ୍ୟଶୃଙ୍ଖଳ ସୁଦୃଢ଼ୀକରଣ, ମାଛଧରାଠାରୁ ଆରମ୍ଭ କରି ଗ୍ରାହକଙ୍କ ପର୍ଯ୍ୟନ୍ତ ମାଛଚାଷ କ୍ଷେତ୍ରରେ ଗୁଣବତ୍ତା ଏବଂ ଅନୁସନ୍ଧାନ, ଏକ ସୁଦୃଢ଼ ମତ୍ସ୍ୟଚାଷ ପରିଚାଳନା ବ୍ୟବସ୍ଥା, ମତ୍ସ୍ୟଜୀବୀଙ୍କ କଲ୍ୟାଣ, ମାଛ ରପ୍ତାନିରେ ପ୍ରତିଦ୍‌ବନ୍ଦିତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି ଓ ମାଛଧରା ବନ୍ଦର ଏବଂ ଲ୍ୟାଣ୍ଡିଂ ସେଣ୍ଟର, ମାଛ ଚାଷ ପରବର୍ତ୍ତୀ ଏବଂ ଶୀତଳ ଭଣ୍ଡାର ଭିତ୍ତିଭୂମି, ମାଛ ବଜାର ଏବଂ ବିପଣନ ଭିତ୍ତିଭୂମି, ସମନ୍ୱିତ ଆଧୁନିକ ଉପକୂଳ ମାଛଧରା ଗ୍ରାମ ଏବଂ ଗଭୀର ସମୁଦ୍ର ମାଛଧରା ବିକାଶ କ୍ଷେତ୍ରରେ କାର୍ଯ୍ୟ କରାଯିବାର ବ୍ୟବସ୍ତା କରାଯାଇଅଛି ଓ କରୋନା ମହାମାରୀ ସମୟରେ, ଆର୍ଥିକ ସ୍ଥିିତିରେ ସୁଧାର ପାଇଁ, ଆଗ୍ରହୀ ଚାଷୀ, ବେକାର ଯୁବକଯୁବତୀ ଏବଂ ଆତ୍ମନିଯୁକ୍ତି ପାଇଁ ଆଗ୍ରହୀ ପ୍ରବାସ ଫେରନ୍ତା ଙ୍କ ଲାଗି ଏହା ଏକ ଅଶାର ଆଲୋକ ଓ ସମୟ ଉପଯୋଗୀ ପଦକ୍ଷେପ ଥିଲା ଓ ବିଗତ ଏକ ବର୍ଷ ହେଲା ଯୋଜନା ଗୁଡିକ କାର୍ଯ୍ୟକାରୀ ହେଉ ଅଛି ଓ ଏହା ୨୦୨୦-୨୧ ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ କାର୍ଯ୍ୟକରିବାର ଲକ୍ଷ୍ୟ ରଖାଯାଇଛି ।

nano urea

ମତ୍ସ୍ୟଚାଷ କ୍ଷେତ୍ରରେ ଥିବା ଜଟିଳ ଶୂନ୍ୟସ୍ଥାନ ପୂରଣ ଏବଂ ଏହାର ସାମର୍ଥ୍ୟକୁ ହୃଦୟଙ୍ଗମ କରି ଦେଶରେ ୨୦୨୪-୨୫ ସୁଦ୍ଧା ପୋଷଣୀୟ ଓ ଦାୟିତ୍ୱସମ୍ପନ୍ନ ମତ୍ସ୍ୟଚାଷ ବ୍ୟବସ୍ଥା, ସାର୍ଟିଫାଏଡ ମାଛ ଜାଆଁଳ ଓ ଖାଦ୍ୟ, ଉପଲବ୍ଧତା ବୃଦ୍ଧି କରିବା; ମାଛମାନଙ୍କ ସମ୍ଭାବ୍ୟ କ୍ଷେତ୍ର ଠାବ କରିବା ଏବଂ ସେଥିରେ ସଫଳ ଜଳଜୀବ ସ୍ୱାସ୍ଥ୍ୟ ପରିଚାଳନା ସାମିଲ କରିବା. ଦେଶରେ ମତ୍ସ୍ୟଚାଷ ସଂପର୍କୀତ ଜଟିଳ ଭିତ୍ତିଭୂମିର ବିକାଶ ଏବଂ ସେଥିରେ ଆଧୁନିକୀକରଣ ଓ ମୂଲ୍ୟ ଚେନ୍‌ ସୁଦୃଢ଼ୀକରଣ ସାମିଲ କରିବା. ମତ୍ସ୍ୟ ଓ ମତ୍ସ୍ୟ ଉତ୍ପାଦ କ୍ଷେତ୍ରରେ ପ୍ରତିଯୋଗୀତାମୂଳକ ମନୋଭାବ ବୃଦ୍ଧି କରିବା.୨୦୨୪ ମସିହା ସୁଦ୍ଧା ଦେଶରେ ମତ୍ସ୍ୟଜୀବୀ, ମତ୍ସ୍ୟ ଶ୍ରମିକ ଓ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସଂଖ୍ୟ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ମସ୍ଥ୍ୟ ସମ୍ପଦ ଯୋଜନା ଅଧୀନରେ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ରମ ଗୁଡିକ ହେଲା, ନୂତନକରି ମଧୁରଜଳରେ ମାଛ ଚାଷ ଓ ଖାରିପାଣି ରେ ମାଛ ଚାଷ ପାଇଁ ପୋଖରୀ ଖନନ, ଗଭୀର ସମୁଦ୍ର ରେ ମାଛ ଧରିବା ପାଇଁ ଭେସେଲ, ପରିବହନ ସମୟ ରେ ହେଉଥିବା ନଷ୍ଟ କୁ ହ୍ରାସ କରିବା ପାଇଁ ଶୀତଳୀକରଣ ଯାନ, ମୋଟର ସାଇକେଲ ଓ ଅଟୋ ରିକ୍ସା ସହ ବରଫ ବକ୍ସ, ଯାଆଁଳା ଉତ୍ପାଦନ ପାଇଁ ନୂତନ ପୋଖରୀ ଖନନ, ପାରମ୍ପରିକ ମସ୍ଥ୍ୟଜୀବି ମାନଙ୍କୁ ପୁରୁଣା ଡ଼ଙ୍ଗା ଓ ଜାଲ ବଦଳରେ ନୂତନ ଡ଼ଙ୍ଗା ଓ ଜାଲ, ଖାରି ଜଳ ହ୍ୟାଚେରୀ ପ୍ରତିଷ୍ଠା , ମତ୍ସ୍ୟ ବ୍ୟବସାୟୀ ମାନଙ୍କୁ ଶୀତଳ ଶିକୁଳି (ମକ୍ଟକ୍ଷୟ ମଷବସଦ୍ଭ) ର ସୁବିଧା, ପୁରୁଣା ଶୀତଳ ଭଣ୍ଡାର ଓ ବରଫ କଲର ଆଧୁନିକକରଣ, ଅତ୍ୟାଧୁନିକ ମତ୍ସ୍ୟ ଖାଦ୍ୟ କାରଖାନା , ନୂତନ ମତ୍ସ୍ୟ ଯାଆଁଳା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା, ରପ୍ତାନି ଉପଯୋଗୀ ମାଛଧରା ଭେସେଲର ଆଧୁନୀକରଣ, ରଙ୍ଗୀନ ଆକୁଆରିଉମ ମାଛ ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା, ଜଳଭଣ୍ଡାରରେ ପଞ୍ଜୁରୀ ମଧ୍ୟରେ ମାଛ ଚାଷ, ଯନ୍ତ୍ରଚାଳିତ ମାଛଧରା ଡଙ୍ଗା ରେ ବାୟୋ ଟୟଲେଟ ସ୍ଥାପନ , ମାଛ ରୋଗ ନିରୂପଣ ପାଇଁ ପରୀକ୍ଷାଗାର ସ୍ଥାପନ, ପୁନଃ ଚକ୍ରଣ ଜଳାକୃଷି ପଦ୍ଧତି ରେ ମାଛ ଚାଷ ଏବଂ ବାୟୋଫ୍ଲୁକ ପଦ୍ଧତିରେ ମାଛ ଚାଷ ପାଇଁ ସହାୟତା ସହିତ ରିହାତିର ବ୍ୟବସ୍ଥା ଅଛି ଓ ଲୋକମାନଙ୍କ ର ଆର୍ଥିକ ସ୍ଥିତି ର ଉର୍ନ୍ନତି କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିଛନ୍ତି ଓ ଯୋଜନା ଗୁଡିକ ସେତେବେଳେ ସଫଳ ହୋଇଥାଏ , ଯେତେବେଳେ ଯୋଜନାଟି ହିତାଧିକାରୀଙ୍କ ପାଖରେ ପହଂଚିଥାଏ ଏବଂ ସେହି ବର୍ଗ ର ଲୋକଙ୍କୁ ଉପଯୁକ୍ତ ବୈଷୟିକ ଜ୍ଞାନ ଓ ଆର୍ଥିକ ସହାୟତା ଦେଇ, ସେମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ କରାଯାଇଥାଏ ଓ ମତ୍ସ୍ୟଚାଷ, ସମୁଦ୍ର ରେ ମାଛ ଧରିବା ଓ ମାଛ ବ୍ୟବସାୟ କରିବାକୁ ଚାଁହୁଥିବା ଯୁବକଯୁବତୀ, ଯୋଜନାଗୁଡିକୁ ଭଲଭାବେ ଜାଣିବା ଦରକାର, କେଉଁ ଯୋଜନା ଗୁଡିକ ସେମାନଙ୍କ ପାଇଁ ସର୍ବୋକ୍ତୃଷ୍ଟ ଓ ସହଜ ସାବ୍ୟସ୍ତ ହେଇପାରିବ ଓ ସେମାନେ ଯୋଜନାଟିକୁ ସଫଳ ରୂପାୟନ ଦେବ ଓ ତା ସହିତ ନିଜର ଅର୍ଥନୈତିକ ଅଭିବୃଦ୍ଧି କରିପାରିବେ ଓ ସମସ୍ତ ଯୋଜନା ଗୁଡିକ ବିଷୟରେ ସବିଶେଷ ବିବରଣୀ ଓ ଯୋଜନା କୁ କାର୍ଯ୍ୟକାରୀ କରିବାପାଇଁ ପ୍ରତେକ ଜିଲ୍ଲା ରେ ଥିବା ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ଯୋଗାଯୋଗ କରିବା ଆବଶ୍ୟକ ଓ ଯୋଜନା ଗୁଡିକକୁ ଗ୍ରାମାଞ୍ଚଳ ତଥା ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ହେଲେ, ଯଥେଷ୍ଟ ବିଜ୍ଞାପନ ଓ ସଚେତନତାର ଆବଶ୍ୟକତା ଅଛି ଓ ଏ ସବୁର ସଫଳ ରୂପାୟନ, ବିଭାଗର କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ଓ ଆଗ୍ରହ ଉପରେ ନିର୍ଭର କରେ ଓ ଗ୍ରାମାଞ୍ଚଳରେ ଏସବୁ କାର୍ଯ୍ୟକ୍ରମ ସଠିକ ଭାବେ ପହଂଚି ପାରିଲେ, ଆମ ରାଜ୍ୟ ମତ୍ସ୍ୟ ଉତ୍ପାଦନ ଓ ଆତ୍ମ ନିଯୁକ୍ତି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିବ ।

ଡ଼. ଗଣେଶ ଚନ୍ଦ୍ର କୁଣ୍ଡ , ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ (ଓ.ୟୁ.ଏ.ଟି)ରଙ୍ଗେଇଲୁଣ୍ଡା, ଗଞ୍ଜାମ -୭୬୦୦୦୭ ମୋ : ୯୯୩୮୦୬୦୮୮୬

Leave A Reply

Your email address will not be published.

ten − six =