ହିଡ଼ ବିରି

0

ଅକ୍ଷୟ ତୃତିୟା ଠାରୁ ଆରମ୍ଭ ହୁଏ ମୁଠି ଅନୁକୂଳ ,ଧୀରେ ଧୀରେ ମୌସୁମୀ ବାୟୁର ଗତିବିଧିକୁ ଲକ୍ଷ୍ୟକରି ଚାଷୀ ଚାଷ କାର୍ଯ୍ୟ ଆରମ୍ଭକରିଥାଏ । କେଉଁ କେଉଁ ଅଞ୍ଚଳରେ ଚାଷୀ ଧାନ ବୁଣା ସାବିତ୍ରୀ ଅମାବାସ୍ୟା ତ ଆଉ କେଉଁଠି ରଜ ପର୍ବଠୁ ଆରମ୍ଭ ହୁଏ । ତେବେ ଧାନ ଜମିଟି ସାଧାରଣତଃ ହିଡ ଦ୍ୱାରା ଆବୃତ ହୋଇଥାଏ ଏବଂ ହିଡ ହିଁ ଗୋଟେ ଜମିକୁ ଆଉ ଗୋଟେ ଜମିକୁ ଅଲଗା କରିଥାଏ । ସମୟ ସମୟରେ ଦେଖା ଯାଏ ଅତ୍ୟଧିକ ବର୍ଷା ହେଇ ହିଡ ଅତଡ଼ା ଭାସିଯାଏ ।
ଉପକାରିତା :
ବିରି ସାଧାରଣତଃ ଏକ ଡାଳିଜାତୀୟ ଫସଲ । ଏହାକୁ ମୁଖ୍ୟତଃ ରବି ଋତୁରେ କରାଯାଏ , ତେବେ ଧାନ ଜମି ହିଡରେ ବା ଚତ୍ରୁପାଶ୍ୱର୍ ବିରି ଚାଷ କରିବା ଦ୍ୱାରା ହିଡ ମାଟି ସୃଢୁଡ଼ ହେବା ସହ ଗୋଟେ ଜମିରୁ ଅନ୍ୟ ଜମିକୁ ଅନିଷ୍ଟକାରୀ କୀଟ ମାନଙ୍କର ସହଜରେ ପ୍ରଚଳନ ହୁଏ ନାହିଁ ଏବଂ ଚାଷୀ ଭାଇମାନେ ମଧ୍ୟ ହିଡକୁ ସଫଳ ଭାବେ ବିନିଯୋଗ କରି କମ୍‌ ଖର୍ଚ୍ଚରେ ଲାଭ ପାଇପାରିବେ ।
କିପରି ଜମି ପ୍ରସ୍ତୁତି କରିବେ କରିବେ :
କେତେକ କ୍ଷେତ୍ରରେ ଦେଖାଯାଏ ଚାଷୀ ଭାଇ ମାନେ ଜମି ପ୍ରସ୍ତୁତି ଠିକ୍‌ ଭାବେ କରନ୍ତି ନାହିଁ ,କିନ୍ତୁ ଚାଷ କାର୍ଯ୍ୟ ରେ ଜମିର ସଠିକ୍‌ ପ୍ରସ୍ତୁତି ଅମଳକୁ ବଢାଇଥାଏ । ତେବେ ହିଡ ବିରି ପାଇଁ ବିଶେଷ କିଛି ପ୍ରଣାଳୀ ଅବଲମ୍ବନ କରିବାକୁ ପଡିନଥାଏ । ଜମି ହଳ କରିବା ସମୟରେ ଜଳର ସ୍ରୋତ ଅନୁସାରେ ଜମିକୁ ସମତୁଲ କରାଯାଏ , ଯେମିତି ଜଳର ସଠିକ୍‌ ଭାବେ ପରିଚାଳନା ହୋଇପାରିବ । ସେହି ସମୟରେ ହିଡରେ ମାଟିଦେଇ ଅନାବନା ଘାସ ବାଛି ଏହାକୁ ଜମିରୁ ଅଳ୍ପ ଉଚ୍ଚ କରି ସମତଳ କରାଯାଏ ।
ବୁଣିବାର ଉପଯୁକ୍ତ ସମୟ :
ସାଧାରଣତଃ ବିରି ଅମଳ ପାଇଁ ୯୦ ଦିନ ସମୟ ନେଇଥାଏ । ଚାଷୀଭାଇମାନେ କେତେକ କ୍ଷେତ୍ରରେ ତଳି ରୋଇବାର କିମ୍ବା ବୁଣା ଜମିରେ ଘାସ ବାଛିବାର ଦୁଇ ରୁ ତିନି ସପ୍ତାହ ପରେ ହିଡ ବିରି ବୁଣାଯାଏ । ଯେମିତି ଧାନ ଅମଳ ପୂର୍ବରୁ ଏହା ଅମଳ ହୋଇପାରିବ । ସାଧାରଣତଃ ଓଡ଼ିଆ ମାର୍ଗଶିର ମାସରେ ଅମଳ ହୋଇ , ଅଷ୍ଟମୀରେ ପିଠା ପ୍ରସ୍ତୁତି ହୁଏ ।
ବୁଣିବା ପ୍ରଣାଳୀ :
ବିରି ବୁଣିବା ର ୩ ରୁ ୪ ଦିନ ପୂର୍ବରୁ ଗୋବର ଏବଂ ଜଳର ଏକ ମିଶ୍ରଣ ପ୍ରସ୍ତୁତ କରି ହିଡରେ ସିଂଚନ କରାଯାଏ । ଯାହାଦ୍ୱାରା ମାଟିର ଉର୍ବରତା ରେ ବୃଦ୍ଧିଘଟେ । ଏକ ଧାରୁଆ ଲୁହା ସାହାଯ୍ୟରେ ହିଡ ଉପରେ ଧାଡ଼ି ପ୍ରଣାଳୀ ଅବଲମ୍ବନ କରି ୨ ରୁ ୩ ସେମି ଗଭିରେ ମଞ୍ଜି ବୁଣାଯାଏ । ମଝିରେ ମଝିରେ ଅନାବନା ଘାସରକୁ ଉପଡି ଗଛର ଯତ୍ନ ନିଆଯାଏ ।
ଅମଳ ସମୟ ଓ ପ୍ରଣାଳୀ :
ଧାନ ପାଚିବାର ପୂର୍ବରୁ ଏହାକୁ ଉପଡି ଖରାରେ ଶୁଖାଇ ମଞ୍ଜିକୁ ଅଲଗା କରାଯାଏ । ତେବେ ଅମଳ ସମୟ ଅଧିକ ବିଲମ୍ବହେଲେ ଛୁଇଁ ଗଛରେ ଶୁଖି ମଞ୍ଜି ଆପେ ଆପେ ଅଲଗାହୋଇ ତଳେ ପଡ଼ିଯାଏ । ଏଣୁ ଏହାକୁ ସଠିକ୍‌ ସମୟରେ ଅମଳ କରିବାକୁ ପଡ଼ିବ ।

nano urea

ବିଜ୍ଞାନ ରଞ୍ଜନ ସାହୁ ,କୃଷି ଛାତ୍ର , ନୟାଗଡ଼ ,ମୋ – ୯୫୫୬୨୫୯୯୧୯

Leave A Reply

Your email address will not be published.

3 × four =