ପଣସ ପାଇଁ ପଦେ…

0

ସବୁ ଫଳ ଭିତରେ ପଣସ ବି କେଉଁ ଗୁଣରେ କମ୍ ନୁହେଁ। ଏହାର ଚାହିଦା ବି ଅନେକ। ତେବେ ପଣସ ଆଜି ବି ସେମିତି ଗୁରୁତ୍ଵ ବହନ କରେ। ବିଶ୍ଵ ପଣସ ଦିବସ ପ୍ରତି ବର୍ଷ ଜୁଲାଇ ୪ ତାରିଖରେ ପାଳନ କରାଯାଏ । ପଣସ ଗଛ ଓ ଫଳକୁ ନେଇ ଜନସଚେତନା ସୃଷ୍ଟି କରିବା ଏହି ଦିବସ ପାଳନର ମହତ୍ୱ ।  ।ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆରୁ ପାନସର ଉତ୍ପତ୍ତି । ଏହା ଶ୍ରୀଲଙ୍କା ଓ ବଙ୍ଗଳାଦେଶର ଜାତୀୟ ଫଳ ଅଟେ। ପଣସ ଉତ୍ପାଦନରେ ଭାରତର ସ୍ଥାନ ପ୍ରଥମ । ଭାରତର ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳରେ ପଣସ ଗଛ ବହୁଳ ମାତ୍ରାରେ ଦେଖାଯାଏ । ଭାରତର ସମଗ୍ର ପଶ୍ଚିମ ଉପକୂଳରେ ଏବଂ ପୂର୍ବ ପଟେ ଆସାମ, ପଶ୍ଚିମବଙ୍ଗ, ଓଡ଼ିଶା, ବିହାର ପ୍ରଭୃତି ରାଜ୍ୟରେ ଚାଷ କରାଯାଏ ।

nano urea

ଓଡ଼ିଶାରେ  ପଣସ ଗଛ ବହୁଳ ମାତ୍ରରେ ଦେଖାଯାଏ । ଲୋକପ୍ରିୟତା ଦୃଷ୍ଟିରୁ ଆମ ରାଜ୍ୟରେ କଦଳୀ, ନଡିଆ, ଆମ୍ବ ପଛକୁ ପଣସର ଚାହିଦା ବେଶ୍ ପରିଚିତ। ପଣସ କୁ ସାଧା ତରକାରୀ ଓ ଚିପ୍ସ ଆଦି ଖାଦ୍ୟ ରୁପେ ବ୍ୟବହାର କରାଯାଇଥାଏ । ପଣସ ଗଛର କାଠ ରୁ ବିଭିନ୍ନ ଅସବାପତ୍ର,ଖଟ,ପଲଙ୍କ ଆଦି ବିଭିନ୍ନ ଘର ଉପକରଣ ନିର୍ମାଣ କରାଯାଏ । ଆଜିକାଲି ପଣସ ରୁ ଅଟା ପ୍ରସ୍ତୁତ ହେଉଛି । କେରଳର ଜଣେ ପୁରସ୍କ୍ରୁତ ଷ୍ଟ୍ରାର୍ଟ ଅପ କମ୍ପାନୀ jackfruit.65 ର ମାଲିକ ଜେମ୍ସ ଜଶେପ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ଏଭଳି ନିଆରା ତଥ୍ଯ ସାମ୍ନାକୁ ଆସିବା ପରେ  କୋରାପୁଟର ପଣସକୁ ନେଇ ନୂଆ ସମ୍ଭାବନା ସୃଷ୍ଟି ହୋଇଛି ।ପଣସ ମଞିରୁ ପ୍ରସ୍ତୁତ ହେଉଛି ଅଟା ଆଉ ଏହି ଅଟା ମଧୁମେହ ରୋଗୀଙ୍କ ପାଇଁ ଜୀବନ ଦାନ ସଦୃଶ୍ୟ ।ପୂର୍ବରୁ ପଣସ ରୁ ଚିପସ୍ ତିଆରି ହେଉଥିବା ବେଳେ ଏବେ ପଣସ ଅଟା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏଥି ପାଇଁ କୋରାପୁଟ ଜିଲ୍ଲାର ଆଦିବାସୀ ଅଞ୍ଚଳରୁ ପଣସ ମଞ୍ଜି ସଂଗ୍ରହ କରାଯାଉଛି। ତେବେ ପଣସ ଗଛର ସ୍ଥାୟୀ ପରିଚାଳନା ଏବଂ  ବ୍ୟବହାର ଖାଦ୍ୟ ଅଭାବର ମୁକାବିଲା କରିବା ଏବଂ ବର୍ତ୍ତମାନର ଓ ଭବିଷ୍ୟତ ପିଢୀର ସମୃଦ୍ଧତା ଏବଂ ଉନ୍ନତି ପାଇଁ ଏକ ବିଶେଷ ଯୋଗଦାନ ଦେଇଛି ।

ବିଜ୍ଞାନ ରଞ୍ଜନ ସାହୁ , ଓୟୁଏଟି

Leave A Reply

Your email address will not be published.

fourteen − 12 =