ରାଜ୍ୟସଭାରେ ଓଡ଼ିଶା ମିଲେଟ ମିଶନର ପ୍ରଶଂସା

0

ଓଡ଼ିଶା ମିଲେଟ ମିଶନ ଏବେ ଏକ ବିପ୍ଲବରେ ପରିଣତ ହେଲାଣି । ଫାର୍ମରୁ ପ୍ଲେଟ ଯାଏଁ ମାଣ୍ଡିଆ ଆଜି ସଫଳତାର ଗୀତ ଗାଉଛି । ମିଶନ୍‌ ଶକ୍ତି ,କୃଷି ବିଭାଗ, ମହିଳା ଓ ଶିଶୁ ବିକାଶ ପରି ବିଭନ୍ନ ବିଭାଗ ମାନେ ଏବେ ଏହି ସଫଳତାରେ ଯୋଡ଼ି ହୋଇଛନ୍ତି । ମାନ୍ୟବର ରାଜ୍ୟସଭା ସାଂସଦ ସୁଜିତ କୁମାର ଆଜି ଅଧିବେଶନରେ ଓଡ଼ିଶା ମିଲେଟ ମିଶନର ପ୍ରଶଂସା କରିବା ସହ ଓଡ଼ିଶାରେ ଏହାର ସୁଦୂରପ୍ରସାରୀ ପ୍ରଭାବ ଓ ପ୍ରୟାସ ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶାରେ ମାଣ୍ଡିଆ ସମ୍ପର୍କିତ ଏକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ସେ ଦାବି କରିଥିଲେ । ଓଡ଼ିଶାରେ ମାଣ୍ଡିଆ ଉତ୍ପାଦନର କ୍ଷେତ୍ର ବିଗତ ପାଂଚ ବର୍ଷରେ ୧୪ଗୁଣ ବଢ଼ିଛି । ୨୦୧୭-୧୮ ରେ ଏହା ୩୩୪୦ ହେକ୍ଟର ଥିଲା ବେଳେ ୨୦୨୧-୨୨ ସୁଦ୍ଧା ୫୨୨୩୦ ହେକ୍ଟରରେ ରେ ପହଁଚିଛି । ପାଖାପାଖି ୧୧ ଟି ମାଣ୍ଡିଆ ପ୍ରଜାତିକୁ ଓଡ଼ିଶାର ଚାଷୀ ମାନେ ସଫଳତାର ସହ ଚାଷ କରି ଆଜି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଓଡ଼ିଶାର ୩୦ଟି ଜିଲ୍ଲାରୁ ୧୫ଟି ଜିଲ୍ଲାରେ ଏବେ ମାଣ୍ଡିଆ ଉତ୍ପାଦନ କରାଯାଉଛି । ୨୦୧୭ରେ ଆରମ୍ଭ ହୋଇଥିବା ଓଡ଼ିଶା ମିଲେଟ ମିଶନ ସହାୟତାରେ ଏହି ସଫଳତା ହାର ଏବେ ବଢ଼ି ବଢ଼ି ଚାଲିଛି । ରାଜ୍ୟରେ ମାଣ୍ଡିଆ ଉତ୍ପାଦନ ତଥା ମାଣ୍ଡିଆ ଚାଷୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ବତ୍ତର୍ମାନ ସାରା ଭାରତ ଆନ୍ତଜାର୍ତୀୟ ମିଲେଟ ବର୍ଷ ପାଳନ କରୁଥିବା ବେଳେ ଭାରତକୁ ମିଲେଟର ଗ୍ଲୋବାଲ ସେଣ୍ଟର ହେବ କଥା ବି ଉଲ୍ଲେଖ କରିଥିଲେ । ଏହା ସହ ସାଂସଦ ମାଣ୍ଡିଆର ବିଭିନ୍ନ ଉପକାରୀ ଗୁଣ ଉପରେ ଆଲୋଚନା କରିବା ସହ ଚାଷୀ ମାନଙ୍କର ଉନ୍ନତି ପାଇଁ ଓଡ଼ିଶାରେ ମାଣ୍ଡିଆ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ଦାବି କରିଥିଲେ ।

Leave A Reply

Your email address will not be published.

18 + 8 =