ଗୋରେଖନାଥ କୃଷକ ମହାସଂଘ ତରଫରୁ ପ୍ରତିଭା ଚୟନ ଉତ୍ସବ ପାଳିତ

ଓଡ଼ିଶା ର ଅନ୍ୟତମ କୃଷି ଗଣ ପର୍ବ ପବିତ୍ର ନୂଆଖାଇ ଅବସରରେ ଗୋରେଖ ନାଥ କୃଷକ ମହାସଂଘ ତରଫରୁ ଅଷ୍ଟମ ବାର୍ଷିକ ପ୍ରତିଭା ଚୟନ ଉତ୍ସଵ ପାଳନ କରାଯାଇଛି । ରେଢ଼ୁଆ ଅଞ୍ଚଳର ୧୭ଟି ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ବକୃତା,ଇଂରାଜୀ ବକୃତା ,ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋିତା କରାଇ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ପ୍ରତି ସ୍କୁଲ ର ପ୍ରଥମ ଦ୍ୱିତୀୟ ପିଲା ମାନଙ୍କୁ ଆଣି ଏକ ନୂଆ ପରିବେଶ ଓ ଅଚିହ୍ନା ମୁହଁ ପାଖରେ ଠିଆ କରାଇ ଏହି ନୂଆଖାଇ ଦିନ ଆଞ୍ଚଳିକ ସ୍ତରରେ ପ୍ରତିଯୋଗିତା କରା ଯାଇ ଥିଲା ।

ସମସ୍ତ ପ୍ରତି ଯୋଗୀ ମାନଙ୍କୁ ମାନ ପତ୍ର ଓ ପୁରସ୍କାର ସ୍ୱରୂପ ଏକ ଡିକ୍ସିନରୀ ଅତିଥି ମାନଙ୍କ ଦ୍ଵାରା ଦିଆଯାଇଥିଲା କୃତି ପ୍ରତିଯୋଗୀ ମାନଙ୍କୁ କ୍ୟାସ prize , ଡିକ୍ସିନାରୀ ଓ ମାନ ପତ୍ର ପ୍ରଦାନ କରାଯାଇଥିଲା, ଚଳିତ ବର୍ଷ ସଂଗଠନ ତରଫରୁ ବିଭିନ୍ନ କ୍ଷେତ୍ର ରେ ପାର ଦର୍ସିତା ଲାଭ କରିଥିବା ବେକ୍ତିତ୍ଵ ମାନଙ୍କୁ ଏକ ମାନ ପତ୍ର , ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦ୍ଵାରା ସଭାର ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରା ଯାଇଥିଲା । ଜୈବିକ କୃଷି ପାଇଁ ଶ୍ରୀଯୁକ୍ତ ନେତ୍ରା ନନ୍ଦ ଲେଙ୍କା ,ଧାନ ବିହନ ପ୍ରଜନକ ଭାବରେ ଶ୍ରୀମତୀ କାଦମ୍ବିନୀ ବେହେରା , ସ୍ୱାସ୍ଥ୍ୟ ସେବାରେ ଡ଼ାକ୍ତର ଶଙ୍କର ରାମ ଚନ୍ଦନି (ଭୀମ ସାର ବୁର୍ଲା ) ,ସଙ୍ଗୀତ ରେ ଶ୍ରୀଯୁକ୍ତ ପବିତ୍ର ପଟ୍ଟନାୟକ , ଶିକ୍ଷା ରେ ବିଶ୍ଵନାଥ ବାରିକ ,ସମାଜ ସେବା ପାଇଁ ପ୍ରମୋଦ କୁମାର ଦେବ ,ଉଦ୍ୟୋଗ ପାଇଁ ଶ୍ରୀ ସତ୍ୟଜିତ ଶାସ୍ତ୍ରୀ ,ଓ ସାହିତ୍ୟ ପାଇଁ ସୁଶ୍ରୀ ତେଜସ୍ଵୀନି ପଣ୍ଡା ଙ୍କୁ ସମ୍ମାନିତ କରା ଯାଇଥିଲା।

ମୁଖ୍ୟ ଅତିଥି ଭାବରେ ପୂର୍ବ ତନ ଏ ମ ସ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ମହପାତ୍ର ତାଙ୍କର ବକ୍ତବ୍ୟ ରେ ରଖିଲେ ଆଜିର ଛାତ୍ର ସୂର୍ୟ ଉଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରି ଉଠିବା ଆବଶ୍ୟକ। ବ୍ରହ୍ମ ମୁହୁର୍ତ ରେ ପାଠ ପଢିଲେ ପାଠ ପଢ଼ିବା ପାଇଁ ଅଧିକ ସମୟ ର ଆବଶ୍ୟକତା ନ ଥାଏ ।ଶ୍ରୀମତୀ ଅପର୍ଣ୍ଣା ନାୟକ ମୁଖ୍ୟ ବକ୍ତା ହିସାବରେ ଉପସ୍ଥିତ ପିଲା ମାନଙ୍କୁ ତାଙ୍କର ବକ୍ତବ୍ୟ ରେକହିଥିଲେ ପାଠ ପଢି ବା ସହିତ ନିଶା ସେବନ ଠାରୁ ଆମେ ବହୁ ଦୂରରେ ରହିବା ଆବଶ୍ୟକ । ସମ୍ମାନୀୟ ଅତିଥି ରୂପେ (TISS) tata institute of social science ର ପୂର୍ବତନ ଡିିନ ଶ୍ରୀଯୁକ୍ତ ବିପିନି ବିହାରୀ ଦାସ ତାଙ୍କର ବକ୍ତବ୍ୟ ରେ ରଖିଥିଲେ ଯେ ପାଠ ପଢ଼ିବା ସାଙ୍ଗରେ ସାମାଜିକ କାର୍ଯ୍ଯ ପ୍ରତି ମନ ବଳାଇବା ଆବଶ୍ୟକ ।ସମ୍ମାନୀୟ ଅତିଥି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଦାସ ପୂର୍ବତନ କୃଷି ଅଧିକାରୀ ଏହି ଉତ୍ସବ ର ମହତ୍ତ୍ଵ ଓ ସଂଗଠନ ର ପରାକାଷ୍ଠା ବିଷୟରେ ତାଙ୍କର ବକ୍ତବ୍ୟ ରଖିଥିଲେ । ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ବେହେରା ଙ୍କ ଦ୍ଵାରା ଏହି କାର୍ଯ୍ୟ କ୍ରମ ପରିଚାଳନା କରା ଯାଇଥିଲା । ଅନୁଷ୍ଠାନ ର କାର୍ଯ୍ୟ କର୍ତ୍ତା ଶ୍ରୀଯୁକ୍ତ ରାଜକିଶୋର ସାହୁ ପ୍ରତି ଯୋଗୀ ମାନଙ୍କର ପ୍ରତିଯୋଗିତା କୁ ଠିକ୍ ଭାବରେ କରାଇଥିଲେ ।ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ରାଉତ ,ମୋତେ କିଛି ଜଣା ନାହିଁ ଏହି ମନ୍ତ୍ର କୁ ପିଲା ମାନଙ୍କୁ କହିଥିଲେ ଏହା ଦ୍ବାରା ପ୍ରତେକ ପିଲାଙ୍କ ମନରେ ଶିଖିବାର ଆଗ୍ରହ ରହିବ ।ଅନୁଷ୍ଠାନ ର ସଂଯୋଜିକ ଗୀତ ରଥ ସଂପାଦକୀୟ ବିବରଣୀ ପାଠ କରିଥିଲେ ,ଲାଲ ର ସମ୍ପାଦକ ଶ୍ରୀଯୁକ୍ତ କ୍ଷେତ୍ରମୋହନ ବେହେରା ଅତିଥି ମାନଙ୍କ ର ପରିଚୟ ପ୍ରଦାନ ସହିତ ପ୍ରାରମ୍ଭିକ ଭାଷଣ ଦେଇଥିଲେ ।ଅଧ୍ୟାପକ ଶ୍ରୀଯୁକ୍ତ ଭଗବାନ ବିଶ୍ଵାଳ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି କାର୍ଯ୍ୟ କ୍ରମକୁ ସଫଳ କରିବା ପାଇଁ , ସର୍ବ ଶ୍ରୀ ଅଜୟ ବରାଳ,ରଘୁନାଥ ସ୍ୱାଇଁ ,ପ୍ରସନ୍ନ କୁମାର ତ୍ରିପାଠୀ,ପ୍ରାଣକୃଷ୍ଣ ନାୟକ ,କୃଷ୍ଣ ଚନ୍ଦ୍ର ସ୍ୱାଇଁ,ସୁଧିରଞ୍ଜନ ବାରିକ, ଅଶୋକ କୁମାର ବାରିକ ,ସଞ୍ଜୀବ ରାୟ ,ଅବନୀ ବେହେରା , ପୂର୍ଣ୍ଣ ଚନ୍ଦ୍ର ସେଠୀ ,ଙ୍କ ପରିଶ୍ରମ ଅବର୍ଣ୍ଣନୀୟ ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×