କୃଷି ଓଡ଼ିଶା ହେଉଛି ଏକ ବାର୍ଷିକ କାର୍ଯ୍ୟକ୍ରମ ଯାହାକି କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ରାଜ୍ୟର ପ୍ରଗତିକୁ ପ୍ରଦର୍ଶିତ କରିଥାଏ। ଚଳିତ ବର୍ଷର ବିଷୟବସ୍ତୁ ହିସାବରେ ରାଜ୍ୟରେ ଚାଷୀଙ୍କ ଉନ୍ନତି, ଅଗ୍ରଗତି, ସମ୍ପ୍ରଦାୟର ବିକାଶ ଏବଂ ଏକାଧାରରେ ସମୃଦ୍ଧ କୃଷି ଐତିହ୍ୟ, ଜୈବ ବିବିଧତାର ସଂରକ୍ଷଣ ସହିତ ଲିଙ୍ଗଗତ ଓ ପୁଷ୍ଟି ସମ୍ବେଦନଶୀଳ କୃଷି କଲ୍ୟାଣ ଭବିଷ୍ୟତ ଓ ରଣନୀତି ନିର୍ମାଣ ଉପରେ ପର୍ଯ୍ୟବେସିତ। ଓଡ଼ିଶା ଅର୍ଥନୈତିକ ସର୍ଭେ ୨୦୨୪ ଅନୁଯାୟୀ ସମୟ ସହିତ ତାଳ ଦେଇ ଖାଦ୍ୟଶସ୍ୟ ଉତ୍ପାଦନ ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ଉଲ୍ଲେଖନୀୟ ହାରରେ ବୃଦ୍ଧି ପାଉଛି।
ବର୍ତ୍ତମାନର ସରକାର ରାଜ୍ୟର କୃଷି ପରିସ୍ଥିତିରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ପାଇଁ ସମସ୍ତ ଅଂଶିଦାରଙ୍କୁ ସାମିଲ କରି ଏହି ଜୀବିକା କ୍ଷେତ୍ରର ଅଭିବୃଦ୍ଧି ଉପରେ ଧ୍ୟାନ ଦେଉଛି। ରାଜ୍ୟର ଧାନ ଚାଷୀଙ୍କୁ ଉତ୍ତମ ମୂଲ୍ୟ ପ୍ରଦାନ କରିବା ଓ ସେମାନଙ୍କୁ ସମାଜର ଆର୍ଥିକ ମୁଖ୍ୟସ୍ରୋତରେ ସାମିଲ୍ କରିବା ପାଇଁ ରାଜ୍ୟ ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ଶ୍ରୀ ଅନ୍ନ ଅଭିଯାନର ଲକ୍ଷ୍ୟ ହେଉଛି ପୁଷ୍ଟିକର ଖାଦ୍ୟର ପୁନରୁଦ୍ଧାର କରି ଦୈନନ୍ଦିନ ଜୀବନରେ ଲୋକଙ୍କ ଖାଦ୍ୟରେ ସାମିଲ କରିବା। ସିଏମ୍ କିସାନ ହେଉଛି ଏକ କୃଷକ କଲ୍ୟାଣ ଯୋଜନା ଯାହା ରାଜ୍ୟର କୃଷି ସମୃଦ୍ଧି ପ୍ରୋତ୍ସାହିତ କରିବା ଏବଂ ଚାଷୀଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ କରାଯାଇଛି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ
