ଚଳିତ ବର୍ଷ ବଢିଲା କୃଷି ବଜେଟ୍ ପରିମାଣ : ସମୃଦ୍ଧ କୃଷକ ଯୋଜନା ଘୋଷଣା, ଚାଷୀଙ୍କ ପାଇଁ ସିଏମ୍‌ କିଷାନ ଯୋଜନା

ରାଜ୍ୟ ବଜେଟ ୨୦୨୪-୨୫ ରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ପ୍ରଥମ ବଜେଟ ଘୋଷଣା କରିଛନ୍ତି। ଚଳିତ ବର୍ଷ ଏହି ବଜେଟର ପରିମାଣ ୨ ଲକ୍ଷ ୬୫ ହଜାର କୋଟି ରହିଛି। ପୂର୍ବ ବର୍ଷ ତୁଳନାରେ ଏହି ବର୍ଷ ବଜେଟର ପରିମାଣ ବୃଦ୍ଧି ହେଇଛି। ଗତ ବର୍ଷର ବଜେଟ ୨୪,୮୨୯ କୋଟି ଥିଲା ବେଳେ ଚଳିତ ବର୍ଷ ବଜେଟର ପରିମାଣ ୩୩,୯୧୯ କୋଟି ରହିଛି। ଏହା ରାଜ୍ୟ ସରକାରଙ୍କ ରାଜନୈତିକ ଦଳ ବିଜେପି ସରକାର ତରଫରୁ ପ୍ରଥମ ବଜେଟ ରହିଛି। ଯାହା କୃଷି ଓ କୃଷକ ମାନଙ୍କ ସଶକ୍ତିକରଣ ଉପରେ ଧ୍ୟାନ ଦିଆଯାଇଛି।

ଏହି ବଜେଟ ମାଧ୍ୟମରେ ଚାଷୀମାନଙ୍କ ପାଇଁ ନୂତନ ଯୋଜନା ଘୋଷଣା କରାଯାଇଛି, ଯାହାକି ସିଏମ କିସାନ ନାମରେ ରହିଛି। ଚକିତ ବର୍ଷ ବଜେଟରେ କୃଷି ପାଇଁ ୩୩ ହଜାର କୋଟି ବ୍ୟୟବରାଦ ହୋଇଥିବା ବେଳେ ସିଏମ୍ କିଷାନ ଯୋଜନା ପାଇଁ ୧୯୩୫ କୋଟି ଟଙ୍କା ବ୍ୟୟବରାଦ ରହିଛି। ଏହାସହ ଅନ୍ୟ ଯୋଜନାମାନ ମଧ୍ୟ ରହିଛି, ଯଥା ସମୃଦ୍ଧ କୃଷି ଯୋଜନା ଯାହାପାଇଁ ୫ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିଭଳି ଶ୍ରିଅନ୍ନ ଅଭିଯାନ ଯାହାପାଇଁ ୬୪୯ କୋଟି ଘୋଷଣା କରାଯାଇଛି। ଏହିଭଳି ଚାଷୀଙ୍କ ସଶକ୍ତିକରଣ ଉପରେ ଧ୍ୟାନ ଦିଆଯାଇଛି।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×