ଏପ୍ରିଲ ମାସରେ କୃଷି ପରାମର୍ଶ

ଏପ୍ରିଲ ମାସରେ ପନିପରିବା, ଅଦା, ନଳିତା ଚାଷ ପାଇଁ କୃଷି ପରାମର୍ଶ ଦିଆଯାଇଛି। ଦିନର ତାପମାତ୍ରା ବଢୁଥିବାରୁ ପନିପରିବାରେ ଝାଉଁଲା ରୋଗ ହେବାର ସମ୍ଭାବନା ରହିଛି। ବିଭିନ୍ନ ପନିପରିବାର ରୋଗ ପ୍ରତିରୋଧ କରିବା ପାଇଁ ଭିନ୍ନ ଭିନ୍ନ କୀଟନାଶକ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି। ଦିନର ତାପମାତ୍ରା ବଢୁଥିବାରୁ ବାଇଗଣରେ ଝାଉଁଳା ରୋଗ ଏବଂ କଖାରୁ ଓ କଲରାରେ ଫଳମାଛି ଲାଗିବାର ଦେଖାଯାଏ। ସାଧାରଣତଃ ଏପ୍ରିଲ ମାସରେ ଅଦା ଚାଷ କରାଯାଏ। ସେଥିରେ ମଧ୍ୟ କିଛି ରୋଗ ଦେଖାଦେଇଥାଏ, ତେଣୁ ପ୍ରଥମେ ଉତ୍ତମ ବିଶୋଧନ ପ୍ରଣାଳୀରେ ଚାଷ କରାଯିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି।

ନଳିତା ଚାଷ ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ କରାଯାଇଥାଏ। ଏହି କିସମ ଗୁଡ଼ିକର ତାନ୍ତୁର ମାନ ଉନ୍ନତ ଓ ଏଥିରୁ ତନ୍ତୁ ବାହାର କରିବା ମଧ୍ୟ ଖୁବ୍ ସହଜ। ଫସଲରେ କାଣ୍ଡ ସଢ଼ା ଓ ମୂଳସଢ଼ା ରୋଗ ନ ହେବା ପାଇଁ ପ୍ରତିଷେଧକ ସ୍ୱରୂପ ବିହନ ବିଶୋଧନ ନିତାନ୍ତ ଆବଶ୍ୟକ। ଏକ ଏକର ଜମି ପାଇଁ ୨ କି. ଗ୍ରା ବିହନ ଦରକାର। ଧାଡ଼ିବୁଣା ନ କରି ଛଟାବୁଣା କଲେ ୩ କି. ଗ୍ରା ବିହନ ଦରକାର ହୋଇଥାଏ। ଜମିକୁ ଭଲ ଭାବେ ଗୁଣ୍ଡ ଚାଷ କରି ଘାସ ବାଛି ଦିଅନ୍ତୁ ଏବଂ ଏକର ପ୍ରତି ୨୦ କ୍ଵିଣ୍ଟାଲ ଗୋବର ଖତ ଚାଷ ବେଳେ ପ୍ରୟୋଗ କରନ୍ତୁ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×