ଆତ୍ମନିର୍ଭରଶୀଳର ନିଆରା ଉଦାହରଣ ଗାୟତ୍ରୀ ପଟ୍ଟନାୟକ

0

ଭୁବନେଶ୍ୱର- ଦିନେ ତା’ ପାଇଁ ସବୁଜ ବିପ୍ଲବର ଆଦ୍ୟ ଧ୍ୱନି ସାରା ବିଶ୍ୱକୁ ପ୍ରକମ୍ପିତ କରିଥିଲା । ସେ ସାଜିଥିଲା ସବୁଜ ବିପ୍ଲବର ମହାନାୟକ । ତା’ରି ପାଇଁ ବନ୍ଧ୍ୟା ଜମିରେ ମହମହ ହୋଇ ସବୁଜିମାର ବାସ୍ନା ମହକି ଉଠେ । ଦରଦୀ ପ୍ରାଣରେ ସେ ସଂକଳ୍ପର ଶୁଭଶଙ୍ଖ ଫୁଙ୍କୁଥାଏ ପ୍ରତିଟି ସମୟରେ । ସେ ସମାଜର ମଙ୍ଗୁଆଳ । ସେ ଚାଷୀ । ଚାଷୀ ଚାଷ କରେ କିନ୍ତୁ ଅମଳ ଉପରେ ନିଜର ହକ୍‌ ଜାହିର କରିପାରେ ନାହିଁ । ପ୍ରତିବନ୍ଧକ ହେଉ କି ଅନ୍ୟ କିଛି ଅସୁବିଧା , ସବୁକିଛିକୁ ସହ୍ୟ କରି କ୍ଷେତରେ ସଂଗ୍ରାମ କରୁଥାଏ ଚାଷୀ । ମାନବିକତାର ଉଦାହରଣ ଦେବାକୁ ଯାଇ ଚାଷୀଙ୍କୁ ସହାନୁଭୂତି ଦେଖାଇବାର ଦୃଷ୍ଟାନ୍ତ ଅନେକ ଦେଖିବାକୁ ମିଳେ । ଆଜି ସମୟ ବଦଳିଲାଣି । ତା ସହ କୃଷିର ସଂଜ୍ଞା ବି ବଦଳିଲାଣି । କେବଳ କ୍ଷେତ କି ହଳ ଲଙ୍ଗଳ ନୁହେଁ ର୍ବମାନ ସହରାଂଚଳ କୃଷି ଲୋକଙ୍କ ଭିତରେ ବେଶ ଆଦୃତ ହୋଇସାରିଲାଣି । ଏପରି ପରିପ୍ରେକ୍ଷୀରେ ନିଜ ପ୍ରଚେଷ୍ଟାରେ ଉଦଯୋଗୀ ହୋଇପାରିଛନ୍ତି ଭୁବନେଶ୍ୱର ନିବାସୀ ଗାୟତ୍ରୀ ପଟ୍ଟନାୟକ (ମୋ -୮୨୪୯୧୫୫୫୧୯)- ଯିଏ ବିଭନ୍ନପ୍ରକାର ସେରାମିକ ଆଉ ଟେରାକୋଟା ଫୁଲ କୁଣ୍ଡ , ଜୈବିକ ଉପାୟରେ ଚାଉଳ ଆଉ ସୋରିଷ ତେଲ ପ୍ରସ୍ତୁତ କରି ସମସ୍ତଙ୍କ ପାଇଁ ଉଦାହାରଣ ସାଜିପାରିଛନ୍ତି । ସୋଆ ଠାରେ ଏଗ୍ରି କନ୍‌ଫ୍ଲ୍ୟୁଏନ୍ସ ୨୦୨୨ ଅବସରରେ ଗାୟତ୍ରୀ ପଟ୍ଟନାୟକଙ୍କ ସହ ଅଧିକ ଆଲୋଚନା କରିଥିଲେ ଡ଼ି ଶୁଭମ୍‌ …

nano urea

ସ୍ନାତକୋତ୍ତର ଶିକ୍ଷା । ଜଣେ ଶିକ୍ଷିତ ମହିଳା ହୋଇ ବି ଆଜି ସେ ସାରା ସମାଜ ପାଇଁ ପ୍ରେରଣାର ଉତ୍ସ । ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ ହେବାର କୌଶଳ ସେ ଶିଖାଉଛନ୍ତି । ଭୁବନେଶ୍ୱର ସ୍ଥିତ ସହିଦନଗର ଠାରେ ନିଜର ପ୍ରତିଷ୍ଠିତ କମ୍ପାନୀ ଗ୍ରେନ୍ସ ଏଣ୍ଡ ଗ୍ରିନ୍ସ । କରୋନାର ତାଲବନ୍ଦ ସମୟରେ ଆମେ ଯେବେ ଘରୁ ବାହାରିବାର ସ୍ୱପ୍ନ ଦେଖୁଥିଲେ ସେବେ ଗାୟତ୍ରୀ ନିଜ ଚେଷ୍ଟାରେ ଆରମ୍ଭ କରିଥିଲେ ଏହି ନିଆରା ପ୍ରୟାସ । ପ୍ରଥମେ ବିଭିନ୍ନ ଡ଼ିଜାଇନର ଫୁଲକୁଣ୍ଡ ପ୍ରସ୍ତୁତ କରି ନିଜ ବନ୍ଧୁବାନ୍ଧବ ମାନଙ୍କୁ ଉପହାର ଦେଇଥିଲେ । ଏହା ପରେ ଏହା ବିଭିନ୍ନ ଲୋକମାନଙ୍କୁ ବେଶ ସହଜରେ ଆକର୍ଷିତ କରିପାରିଥିଲା । ଏତଦବ୍ୟତୀତ ବିନା ଲୁଣ ବ୍ୟବହାର କରି ଆମ୍ବୁଲ ପ୍ରସ୍ତୁତ କରିବା ହେଉ କି ଜୈବିକ ଉପାୟରେ ଧାନ ଓ ମୁଗ ଚାଷ କରିବା , ଏସବୁଥିରେ ଏବେ ସେ ବେଶ କିଛି ଉପାର୍ଜନ କରିବା ସହ ଆଗକୁ ଅନେକ କିଛି କରିବେ ବୋଲି ଯୋଜନା ରଖିଥିବା କହିଛନ୍ତି । ନିଜ କମ୍ପାନୀରେ ସୋରିଷ ତେଲ ପ୍ରସ୍ତୁତ କରି ବଜାରକୁ ଛାଡ଼ୁଛନ୍ତି । କୌଣସି ଅପମିଶ୍ରଣ ନହୋଇ ଗାୟତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଏ ଶୁଦ୍ଧ ସୋରିଷ ତେଲର ଚାହିବା ବି ଏବେ ବଢ଼ିବାରେ ଲାଗିଛି । ବିଭିନ୍ନ ଉତ୍ସବ ହେଉ କି ଜନ୍ମଦିନ ଉପହାର ଦେବା ପାଇଁ ଗାୟତ୍ରୀ ଅଡର଼୍ର ମଧ୍ୟ ରଖୁଥିବା କହିଛନ୍ତି। ଗାୟତ୍ରୀଙ୍କ ଏହି କମ୍ପାନୀରେ ତାଙ୍କ ସହଯୋଗୀ ସୁଚିତ୍ରା ରାଉତ ଓ ପ୍ରତାପ ସହଯୋଗ କରିଆସୁଛନ୍ତି ।

Leave A Reply

Your email address will not be published.

ten − nine =