ଶୀତଦିନିଆ ଲାଭବାନ ଫସଲ – ଗେଣ୍ଡୁଫୁଲ ଚାଷ

0

ଦେଶରେ ଫୁଲ ଚାଷର ଏକ ଅଲଗା ମହତ୍ତ୍ଵ ରହିଛି । ଏହା ଭିତରେ କେତେଜଣ ଚାଷୀ ଗେଣ୍ଡୁଫୁଲ ଚାଷ ମଧ୍ୟ କରିଥାନ୍ତି । କମ୍ ଖର୍ଚ୍ଚରେ ଅଧିକ ଲାଭ ହେଉଥିବା ଯୋଗୁ ଚାଷୀମାନଙ୍କ ଭିତରେ ଫୁଲଚାଷ କରିବାର ଉତ୍ସୁକତା ବଢ଼ିବାରେ ଲାଗିଛି ।

nano urea

ବର୍ତ୍ତମାନ ସମୟରେ ଗେଣ୍ଡୁଫୁଲ ର ଚାହିଦା ବଢ଼ିବାରେ ଲାଗିଛି । ଏହି ଫୁଲ ର ବ୍ୟବହାର ବାହାଘର ମଣ୍ଡପ ସଜେଇବାଠାରୁ ଆରମ୍ଭ କରି ଘରେ ସଜାଇବା ଏବଂ ଅନ୍ୟ କ୍ଷେତ୍ର ସଜାଇବା କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇଥାଏ । ଏହିଫୁଲ ଅଧିକ ଦିନ ପର୍ଯ୍ୟନ୍ତ ସତେଜ ହୋଇ ରହିଥାଏ , ଯାହା ଫଳରେ ଏହାକୁ ଅଧିକ ଉପଯୋଗରେ ଲଗାଯାଇ ପାରିଥାଏ । ଗେଣ୍ଡୁଫୁଲ ର ଚାହିଦା ସବୁ କ୍ଷେତ୍ର ରେ ରହିଛି । କିନ୍ତୁ ଏହା ଧାର୍ମିକ ଅନୁଷ୍ଠାନ ରେ ଅତ୍ୟଧିକ ଉପଯୋଗ ହୋଇଥାଏ । ଏହା ସହ ବିଭିନ୍ନ ପ୍ରଡକ୍ଟସ୍ ତିଆରିରେ ମଧ୍ୟ ଏହାର ବ୍ୟବହାର କରାଯାଇଥାଏ ।

ଦେଶରେ ଗେଣ୍ଡୁଫୁଲ ଚାଷ ଅଧିକ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ରହିଛି ।ଗେଣ୍ଡୁଫୁଲ ଚାଷ ରେ ଅଧିକ ପରିଶ୍ରମ କରିବାକୁ ପଡିନଥାଏ । ତିନିଟି ଋତୁରେ ଏହାର ଚାଷ କରାଯାଇପାରିବ । ଏହାର ଚାଷ ପାଇଁ କେବଳ ୧୫ ରୁ ୨୯ ଡିଗ୍ରୀ ସେଲସିୟସ ତାପମାତ୍ରା ରହିବା ଦରକାର ହୋଇଥାଏ । ଏହାଠାରୁ ଅଧିକ ତାପମାତ୍ରା ରେ ଏହି ଚାଷ ନଷ୍ଟ ହୋଇଯିବାର ସମ୍ଭାବନା ଥାଏ । ସେଥିପାଇଁ ଏହା ଶୀତ ଋତୁ ରେ ଅଧିକ ଚାଷ କରାଯାଇଥାଏ । ଏହା କମ୍ ଖର୍ଚ୍ଚ ଓ ସମୟରେ ଅଧିକ ଲାଭ ଦେଇଥାଏ । ଚାଷୀଭାଇମାନେ ଗେଣ୍ଡୁଫୁଲ ଚାଷ ପାଇଁ ସହଜରେ ୨୫ ରୁ ୩୦ ହଜାର ଟଙ୍କା ଖର୍ଚ୍ଚ କରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ କରିପାରିବେ । ଦୁନିଆ ରେ ୫୦ ରୁ ଅଧିକ ପ୍ରଜାତିର ଗେଣ୍ଡୁଫୁଲ ଚାଷ ହୋଇଥାଏ କିନ୍ତୁ ଏହା ମଧ୍ୟରୁ ୩ ପ୍ରଜାତିର ହିଁ ବ୍ୟବସାୟ ପାଇଁ ଉପଯୁକ୍ତ ଥାଏ । ଉତ୍ତରପ୍ରଦେଶ, ହରିୟାଣା, ଉତ୍ତରାଖଣ୍ଡ, ପଶ୍ଚିମ ବଙ୍ଗଳା, ଆନ୍ଦ୍ରପ୍ରଦେଶ , କର୍ଣ୍ଣାଟକ , ତାମିଲନାଡୁ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟରେ ଏହାର ଅତ୍ୟଧିକ ଚାଷ କରାଯାଇଥାଏ ।

Leave A Reply

Your email address will not be published.

four × 2 =