ମହିଳା ସଶକ୍ତିକରଣ ଦିଗରେ ନୂଆ ଏକ ଅଧ୍ୟାୟ

ଆମ ଦେଶର ମୋଟ୍ ଜନସଂଖ୍ୟାର ପ୍ରାୟ ଅର୍ଦ୍ଧାଂଶ ହେଉଛନ୍ତି ମହିଳା। ଏଣୁ ଆମ ଦେଶର ପ୍ରଗତି ନିମନ୍ତେ ମହିଳାମାନଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଭାବେ ସଶକ୍ତିକରଣ କରିବାର ଆବଶ୍ୟକତା ରହିଛି। ଦେଶର ସାମଗ୍ରିକ ବିକାଶ ପାଇଁ ମହିଳାମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବାର ପ୍ରୟୋଜନ ରହିଛି। ସମାଜରେ ନିଜକୁ ସୁରକ୍ଷିତ ମଣୁଥିବା ନାରୀଟିଏ ନିଜକୁ ଆତ୍ମନିର୍ଭରଶୀଳ କରିବା ସହିତ ସମାଜର ପ୍ରଗତିର ଯୋଗଦାନ କରିପାରିବ। ଆଜି ମଧ୍ୟ ଆମ ସମାଜରେ ଅନେକ ମହିଳା ଅଶିକ୍ଷା, ବାଲ୍ୟ ବିବାହ, ଯୌତୁକ ପ୍ରଥା, ଯୌନ ଉତ୍ପୀଡନା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମହିଳାମାନଙ୍କର ସାମାଜିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜାନାମାନ ରହିଛି।

ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ ମିଶନ ଶକ୍ତି ‘ କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନାରେ ମହିଳାଙ୍କ ସୁରକ୍ଷା, ନିରାପତ୍ତା ଓ ସଶକ୍ତିକରଣକୁ ସୁଦୃଢ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିରେ ୱାନ୍ ଷ୍ଟପ ସେଣ୍ଟର, ମହିଳା ହେଲ୍ପ ଲାଇନ୍, ବେଟି ବଚାଓ ବେଟି ପଢାଓ, ମହିଳା ସଶକ୍ତିକରଣ ପାଇଁ ହବ୍ ନିର୍ମାଣ, ସଖୀ ନିବାସ, ଶକ୍ତି ସଦନ, ଶିଶୁଗୃହ ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଭଳି କାର୍ଯ୍ୟକ୍ରମ ରହିଛି। ମହିଳାଙ୍କ ସୁରକ୍ଷା ପାଇଁ ମଧ୍ୟ ଆମ ଦେଶରେ ବିଭିନ୍ନ ପ୍ରକାରର ଆଇନ ରହିଛି। ସ୍ୱାବଲମ୍ବୀ ହେବା ପାଇଁ ପ୍ରତ୍ୟେକ ମହିଳାର ଶିକ୍ଷାଗ୍ରହଣ ଓ କାର୍ଯ୍ୟ କରିବାର ଅଧିକାର ରହିଛି।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×