ଓଡ଼ିଶାର ବାଲେଶ୍ବର ଜିଲ୍ଲାର ହରେକୃଷ୍ଣ ଗିରି, ଜଣେ ପ୍ରଗତିଶୀଳ କଦଳୀ ଚାଷୀ ଯିଏ ଚାଷକୁ ଏକ ଲାଭଜନକ ଉଦ୍ୟମରେ ପରିଣତ କରିଛନ୍ତି। ଏକ ସୁଦୂର ଗାଁରେ ରହି ମଧ୍ୟ ସେ ନିଜର ଅଭିଳାଷକୁ କେବେ ବି ବନ୍ଦ କରିନଥିଲେ। ହରେକୃଷ୍ଣଙ୍କ ଭଳି ଯଦି ଜଣେ ଚାଷୀ ସଠିକ୍ ଉପାୟ ସହିତ ସଠିକ୍ ଭାବରେ କରିଥାଏ ତାହେଲେ ଯେକୌଣସି ଚାଷ ଶକ୍ତିଶାଳୀ ଏବଂ ସ୍ଥାୟୀ ଆୟ ସୃଷ୍ଟି କରିପାରିବ। ସେ ମଧ୍ୟ ଏହି ପରିପ୍ରେକ୍ଷୀରେ ଯଦି ସଫଳ ଚାଷୀ ଭାବେ ଅଞ୍ଚଳବାସୀଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି।
ରାଜ୍ୟରେ ଅନେକ ଅଞ୍ଚଳର ଚାଷୀ ମାନେ ଭିନ୍ନ ପ୍ରକାରର ଚାଷ କରି ସ୍ବାବଲମ୍ବୀ ହେବା ସହ କର୍ମ ସଂସ୍ଥାନ ମଧ୍ୟ ଯୋଗଦେଇଛନ୍ତି। ସରକାରୀ ଋଣ ନେଇ ଚାଷୀମାନେ ଲାଭବାନ ମଧ୍ୟ ହୋଇପାରିଛନ୍ତି। ସେହିପରି ରାଜ୍ୟରେ ଏବଂ ରାଜ୍ୟ ବାହାରେ ମଧ୍ୟ କଦଳୀରେ ଚାହିଦା ରହିଥିବାରୁ ଚାଷୀ ଏହି ଚାଷ ମାଧ୍ୟମରେ ଉତ୍ତମ ରୋଜଗାରକ୍ଷମ ହୋଇପାରୁଛନ୍ତି। ସାଧାରଣତଃ କଦଳୀ ଚାଷ ଆଦ୍ର ଜଳବାୟୁ ସହ ୧୦ ରୁ ୪୦ ଡିଗ୍ରୀ ତାପମାତ୍ରା ଭିତରେ ହୋଇପାରୁଥିବାରୁ ଏହାକୁ ଚାଷୀମାନେ ସଠିକ୍ ପ୍ରଣାଳୀରେ ଚାଷ କରିପାରୁଛନ୍ତି। ତେଣୁ ହରେକୃଷ୍ଣ କଦଳୀ ଚାଷ କରି ସଫଳ ହୋଇପାରିଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ
