ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ସୂଚନା ଅନୁଯାୟୀ ଆସନ୍ତା ବୁଧବାରରୁ ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟର ଉତ୍ତର ଓ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ଫସଲ ସୁପରିଚାଳନା ପାଇଁ ଚାଷୀ ଭାଇଭଉଣୀମାନଙ୍କୁ ଅନେକ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ଅଧିକାଂଶ ଧାନ ଚାଷୀଙ୍କ ଠାରୁ ସଂଗ୍ରହ କରାଯାଇ, ନିକଟସ୍ଥ ମଣ୍ଡିରେ ଗଚ୍ଛିତ ରଖାଯାଇଛି। ମଣ୍ଡିରେ ଥିବା ଗଚ୍ଛିତ ଧାନର ସୁରକ୍ଷିତ ରଖିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।କେବଳ ଧାନ ନୁହଁ ବରଂ ଖରାଟିଆ ଡାଲି, ତୈଳବୀଜ ଫସଲ ଓ ପନିପରିବା ଆଦି ବୁଣାବୁଣି ଆଦି ସାମୟିକ ସ୍ଥଗିତ ରଖାଯିବା ଜରୁରୀ।
ବର୍ଷା ଅବ୍ୟବହିତ ପୂର୍ବରୁ ଫସଲରେ କିଟନାଶକ ଔଷଧ ସିଞ୍ଚନ, ସାର ପ୍ରୟୋଗ ଓ ଜଳସେଚନ ଆଦି ସାମୁହିକ କାର୍ଯ ବନ୍ଦ ରଖିବା ଆବଶ୍ୟକ। ଅମଳ ଉପୋଗୋଗି ମୁଗ, ବିରି, କୋଳଥ , ସୋରିଷ, ଓ ଚିନାବାଦାମ ଆଦି ଫସଲ ତୁରନ୍ତ କାଟି ସୁରକ୍ଷିତ ସ୍ଥାନରେ ରଖିବା ଆବଶ୍ୟକ। ପନିପରିବା ଓ ରବି ଫସଲରେ ଜଳ ନିଷ୍କାସନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପଗ୍ରହଣ କରିବା ଉଚିତ୍। ବର୍ଷା ପରବର୍ତ୍ତୀ ସମୟରେ ଆବଶ୍ୟକ ଅନୁଯାୟୀ ସାର ବିଷ ପ୍ରୟୋଗ ଓ କୀଟନାଶକ ସାର ପ୍ରୟୋଗ କରି ଫସଲର ଯତ୍ନ ନେବା ୟୁଜଟ।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ