ଛତୁ ଚାଷରୁ କୃଷି ଉଦ୍ୟୋଗୀ ସାଜିଛନ୍ତି କବିତା

  ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମହିଳା ଏବଂ ଯୁବ ଚାଷୀଙ୍କୁ ସଶକ୍ତ କରିବାରେ ସାହାଯ୍ୟ କରୁଛି। ଏହି କ୍ରମରେ ଓଡ଼ିଶାର ଝାରସୁଗୁଡାର ଶ୍ରୀମତୀ କବିତା ସାହୁ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା ସହାୟତାରେ ଛତୁ ଚାଷକୁ ଆପଣେଇ, ଏହାକୁ ଏକ ବ୍ୟବସାୟିକ ୟୁନିଟ୍ ସ୍ଥାପନ କରି ନିଜର ଚାଷ କାର୍ଯ୍ୟ ବିସ୍ତାର କରିବାରେ ଲାଗିଛନ୍ତି। ନିଜର କଠିନ ପରିଶ୍ରମ ବଳରେ ଉତ୍ପାଦିତ ଛତୁକୁ ବେଲପାହର, ଝାରସୁଗୁଡା ଏବଂ ରାୟଗଡ ଆଦି ବଜାରକୁ ଯୋଗାଇ ସେ ବର୍ତ୍ତମାନ କୃଷି ଉଦ୍ୟୋଗ ଉପରେ ଏକ ଉଦାହରଣ ସାଜିଛନ୍ତି, ଯାହାକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଏକ ଉତ୍ତମ ପ୍ରଭାବ ପ୍ରଦର୍ଶନ କରି ଆଗକୁ ବଢ଼ିବାକୁ ଯୋଜନା କରିଛନ୍ତି।

ଛତୁ ଚାଷ କରି ନିଜକୁ ସ୍ବାବଲମ୍ବୀ କରିବା ସହ ପରିବାର ପ୍ରତିପୋଷଣ କରିବାରେ ସମର୍ଥ ହୋଇପାରିଛନ୍ତି। ଛତୁ ଏକ ଲାଭଜନକ ଚାଷ ହୋଇଥିବାରୁ ଏଥିପ୍ରତି ଚାଷୀମାନେ ଯଥେଷ୍ଟ ମନ ବଳାଉଥିବା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଚାଷୀମାନେ ବିଭିନ୍ନ ପ୍ରକାରର ଶସ୍ୟ ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା ସାହାଯ୍ୟରେ ଆବଶ୍ୟକୀୟ ଋଣ ନେଇ ଜୈବିକ ପଦ୍ଧତିରେ ଚାଷ କରି ସଫଳ ହୋଇପାରିଛନ୍ତି। ଯାହାକି ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ସୃଷ୍ଟି କରୁଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×