ସମ୍ଭାବ୍ୟ ବାତ୍ୟା ଓ ମାତ୍ରାଧିକ ବର୍ଷା ପରିପ୍ରେକ୍ଷୀରେ ଧାନ ଫସଲର ପରିଚାଳନା

ରାଜ୍ୟର ଅତି ନିକଟରେ ସୃଷ୍ଟି ହେଉଥିବା ବାତ୍ୟା ଓ ମାତ୍ରାଧିକ ବର୍ଷା ହେବାର ସମ୍ଭାବନା ରହିଛି, ଏହା ଦ୍ଵାରା ଧାନ ଫସଲରେ ଅନେକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ତେଣୁ ବର୍ଷା ଆରମ୍ଭ ପୂର୍ବରୁ ଧାନ କେଣ୍ଡା ୮୫ ଭାଗ ପଚିଯାଇଥିବ ସହଳ କିସମ ଧାନକୁ ତୁରନ୍ତ କାଟି ନେଇ ସୁରକ୍ଷିତ ସ୍ଥାନରେ ରଖିଦେବା ଆବଶ୍ୟକ, ଯାହାଦ୍ଵାରା ବାତ୍ୟାର ପରବର୍ତ୍ତୀ ପରିସ୍ଥିତିରେ ଏହାକୁ ଅମଳ କରାଯାଇପାରିବ। କରାଯାଇଥିବା ଧାନକୁ ଅମଳ କରିନେବା ଉଚିତ୍ ନହେଲେ ସମସ୍ତ କଟା ଧାନକୁ ସୁରକ୍ଷିତ ସ୍ଥାନରେ ଘୋଡାଇ ରଖିବା ଉଚିତ୍। ଧାନକୁ ତୁରନ୍ତ ଅମଳ କରିବା ପାଇଁ ଧାନ କଟା ଓ ଅମଳ ଯନ୍ତ୍ର ମଧ୍ୟ ବ୍ୟବହାର କରି ଅମଳ କରିଥିବା ଧାନକୁ ସୁରକ୍ଷିତ ରଖିବା ନିତାନ୍ତ ଜରୁରୀ।

ଖରିଫ ଋତୁରେ କିଛି ମଧ୍ୟମ ଓ ବିଳମ୍ବ କିସମ ଧାନ ମଧ୍ୟ ଚାଷ କରାଯାଇଥାଏ। ତେଣୁ ମଧ୍ୟମ ଓ ବିଳମ୍ବ କିସମ ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି ରଖି ନାଳିର ମୁଁହ ଖୋଲା ରଖିବା ଉଚିତ୍। କେଣ୍ଡା ବାହାରିବା ଦ୍ଵାରା ଧାନ ଗଛ ପଡ଼ିଯାଇଥିଲେ ବର୍ଷା ପରେ ହଳା କରି ଠିଆ କରିବା ଆବଶ୍ୟକ। ବାତ୍ୟା ପ୍ରଭାବରେ ବର୍ଷାର ପରବର୍ତ୍ତୀ ସମୟରେ କେଣ୍ଡା କଟା ପୋକ ଲାଗିବାର ସମ୍ଭାବନା ରହିଛି। ଏହାର ନିୟନ୍ତ୍ରଣ ପାଇଁ ସନ୍ଧ୍ୟା ସମୟରେ ପ୍ରତି ଲିଟର ପାଣିରେ ୧.୫ ମି.ଲି. ହିସାବରେ ଲାମ୍ବଡା ସାଇହାଲୋଥ୍ରିନ ଫସଲ ଓ ହୁଡା ଚାରିପଟେ ସିଞ୍ଚନ କରିବା ଦରକାର।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×