ମିଶନ ଶକ୍ତି ସହାୟତାରେ ମିଲେଟ ଜାତୀୟ ଖାଦ୍ୟ ଉତ୍ପାଦନ ଓ ମୂଲ୍ୟ ବୃଦ୍ଧି

ମିଶନ ଶକ୍ତି ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ଯୋଜନା, ଯେଉଁଥିରୁ ଲକ୍ଷ ଲକ୍ଷ ମହିଳାମାନେ ଉପକୃତ ହେଉଥିଲେ। ମିଶନ ଶକ୍ତି ମହିଳାମାନଙ୍କୁ ପାରିଶ୍ରମିକ ଭାବେ ସ୍ବଳ୍ପ ଅର୍ଥ ପ୍ରଦାନ କରାଯାଉଥିଲା। ମିଶନ ଶକ୍ତିର ମହିଳାମାନଙ୍କୁ ପେନ୍‌ସନ୍‌ ଭତ୍ତା ଲାଗୁ କରିବା ପାଇଁ ମଧ୍ୟ ସରକାରଙ୍କ ଦ୍ଵାରା ଘୋଷିତ କରାଯାଇଥିଲା। ପୁଷ୍ଟିଶସ୍ୟର ଉତ୍ପାଦନ ବୃଦ୍ଧି ପାଇଁ ପଦ୍ଧତି ପ୍ରସ୍ତୁତ କରିବା, ସାମୂହିକ ଚାଷ ଓ ବଜାରକୁ ପ୍ରୋତ୍ସାହନ ଯୋଗାଇବା ଏବଂ ଏହି ପୁଷ୍ଟିଶସ୍ୟକୁ ରାଜ୍ୟ ପୋଷଣ କାର୍ଯ୍ୟକ୍ରମ ଓ ସାଧାରଣ ବିତରଣ ପ୍ରଣାଳୀରେ ଅନ୍ତର୍ଭୁକ୍ତ କରିବା ଉଦ୍ଦେଶ୍ୟରେ ‘ଓଡ଼ିଶା ମିଶନ ଶକ୍ତି’ ପ୍ରତିଷ୍ଠା ହୋଇଥିଲା।

ବର୍ତ୍ତମାନ ମିଶନ ଶକ୍ତି ଯୋଜନାରେ କିଛି ପରିବର୍ତ୍ତନ କରାଯାଇ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ଋଣ ମଧ୍ୟ ଦିଆଯାଉଛି। ଏହି ଯୋଜନାକୁ ସମ୍ପୂର୍ଣ୍ଣ ବନ୍ଦ ନକରାଗଲେ ମଧ୍ଯ ରାଜ୍ୟରେ ମହିଳାମାନଙ୍କ ବିକାଶ ପାଇଁ କିଛି ନୂଆ ନିୟମ ଆସିଛି। ଏହି ଯୋଜନା ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲାର ମା ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ମିଶନ ଶକ୍ତିର ସହାୟତାରେ ମିଲେଟ ଜାତୀୟ ଖାଦ୍ୟ ଉତ୍ପାଦନ ଓ ମୂଲ୍ୟ ବୃଦ୍ଧି ମାଧ୍ୟମରେ ନିଜର ଜୀବନ ଜୀବିକାକୁ ସୁନିଶ୍ଚିତ କରିଛନ୍ତି। ମିଶନ ଶକ୍ତି ସହାୟତାରେ ୫.୭ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ନେଇ ଏହି ସଦସ୍ୟା ମାନେ ପଲଭରାଇଜର ମେସିନ ଦ୍ୱାରା ମାଣ୍ଡିଆ, ଗହମ ଓ ଚାଉଳ ପ୍ରକ୍ରିୟାକରଣ କରି ସ୍ଥାନୀୟ ବଜାରରେ ବିକ୍ରୟ କରୁଛନ୍ତି ଏବଂ ବାର୍ଷିକ ୧.୨ ଲକ୍ଷ ଟଙ୍କା ଆୟ କରୁଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×