ମିଶନ ଶକ୍ତି ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଆୟ ବୃଦ୍ଧି

0

ମହିଳା ସଶକ୍ତିକରଣ ହେଉଛି ଓଡିଶା ସରକାରଙ୍କ ଦ୍ୱାରା ଚିହ୍ନିତ ଏକ ପ୍ରମୁଖ ବିକାଶମୂଳକ ପଦକ୍ଷେପ। ଏହା ଜଣାଶୁଣା ଯେ ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ ସେମାନଙ୍କର ସାମାଜିକ ସଶକ୍ତିକରଣରେ ଯଥେଷ୍ଟ ସହାୟକ ହୋଇଥାଏ। ଏହିପରି, ମହିଳାମାନଙ୍କୁ ସ୍ୱାଧୀନ ଭାବରେ ରୋଜଗାର ଏବଂ ଆୟ ପାଇବାକୁ ସକ୍ଷମ କରି ଅର୍ଥନୈତିକ ସ୍ବାଧୀନତା ହାସଲ କରିବାରେ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ତେଣୁ ମିଶନ ଶକ୍ତି ସହାୟତାରେ ୧୦ ଲକ୍ଷ ବ୍ୟାଙ୍କ ଋଣର ସୁବିଧା ଉଠାଇ କଟକ ଜିଲ୍ଲା ବାରଙ୍ଗର ୮ଟି ସ୍ୱୟଂ ସହାୟକ ଗୋଷ୍ଠୀର ୫୦ ସଦସ୍ୟା ଚାନ୍ଦିପ୍ରସାଦ ଉତ୍ପାଦକ ଗୋଷ୍ଠୀ ଅଧୀନରେ ୮ ଏକର ଜମିରେ ଫୁଲ କୋବି, ବ୍ରୋକଲି ଏବଂ କଲରା ଆଦି ସବୁଜ ପନିପରିବା ଚାଷ କରି ବାର୍ଷିକ ୧୫ ଲକ୍ଷ ଟଙ୍କାର ଆୟ କରୁଛନ୍ତି।

nano urea

ଚାଷ କାମରେ କେବଳ ପୁରୁଷମାନେ ଯେ ସଫଳ ହୋଇପାରିବେ ତାହା ନୁହେଁ। ମହିଳା ମାନେ ବି ଚାଷ କାମ କରି ସଫଳତା ହାସଲ କରିପାରିବେ। ମହିଳାମାନେ ପନିପରିବା ଚାଷ କରି କିଛି ରୋଜଗାର କରିବା ସହ ଅନ୍ୟ ମହିଳା ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସେମାନେ ଜୈବିକ ସାର ପ୍ରୟୋଗ କରି ଉତ୍ପାଦନ ବୃଦ୍ଧି କରିପାରୁଛନ୍ତି। ବାଇଗଣ, ଝୁଡ଼ଙ୍ଗ, କଲରା, ଶାଗ, ଫୁଲକୋବି ଭଳି ପନିପରିବା ଚାଷ କରି ସେମାନେ ଲାଭବାନ ହୋଇପାରିଛନ୍ତି। ଏହାଦ୍ୱାରା ମହିଳାଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରୁଛି। ମିଶନ ଶକ୍ତି ସହଯୋଗରେ ମହିଳା ମାନେ ପରିଶ୍ରମ କରି କ୍ଷେତରେ ଫଳାଉଛନ୍ତି ସୁନା ଫସଲ। ଏହାଦ୍ୱାରା ସ୍ଥାନୀୟ ଅଂଚଳରେ ପନିପରିବାର ଅଭାବ ମଧ୍ୟ ରହୁନାହିଁ। ହାତପାହାନ୍ତାରେ ତଟକା ପନିପରିବା ମିଳୁଥିବାରୁ ଖୁସି ପ୍ରକାଶ କରିଛନ୍ତି ଲୋକେ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Leave A Reply

Your email address will not be published.

three × five =