ଜୈବିକ କୃଷିସାର ଉପଯୋଗୀ କ୍ଷୁଦ୍ର ଅଣୁଜୀବମାନଙ୍କର ସଙ୍ଗଠିତ ସମାହାର ଯାହାର ପ୍ରୟୋଗ କୃଷି ଉତ୍ପାଦନରେ ବୃଦ୍ଧି ଆଣିବା ସହ ଫସଲର ପୁଷ୍ଟିକରମାନ ବଢ଼ାଇ ଥାଏ । ରାସାୟନିକ ସାରର ବିକଳ୍ପ ଭାବେ ଜୈବିକ କୃଷି ସାର ପ୍ରମୁଖ ଭୁମିକା ଗ୍ରହଣ କରିଅଛି । ମୁଖ୍ୟତଃ- କୃଷି ଜମି ମୃତ୍ତିକା ଏବଂ ମଞ୍ଜିରେ ଏହାର ପରିଚାଳନା ହୁଏ । ଯେପରି କି ନାଇଟ୍ରୋଜେନ୍ ଫିକ୍ସିଙ୍ଗ ଅଣୁଜୀବ ଫସଲକୁ ସଠିକ୍ ପରିମାଣରେ ପହଞ୍ଚାଇ ଥାଆନ୍ତି । ଫସଫରସ ଦ୍ରବଣୀୟ ଅଣୁଜୀବ ଅଦ୍ରବଣୀୟ ଫସଫେଟକୁ ଦ୍ରବଣୀୟ କରି ଫସଲ ପାଖରେ ପହଞ୍ଚାଇ ଥାଏ । ଏତଦ୍ ଭିନ୍ନ ଏହିସବୁ ଅଣୁଜୀବ କମ୍ପୋଷ୍ଟରେ ସେଲ୍ୟୁଲୋଜର ବିଘଟନ ପ୍ରକ୍ରିୟାରେ ସାହାଯ୍ୟ କରିବା ସହ ଧାନ ଜମିରେ ଖତ ଭାବରେ ବ୍ୟବହୃତ ହୁଏ ।
ବିଭିନ୍ନ ପ୍ରକାର ଜୈବିକ କୃଷିସାର :
୧) ରାଇଜବିଆ, ଅଜୋଟୋବ୍ୟାକ୍ଟର, ଫସଫରସ୍ ଦ୍ରବଣୀୟ ବ୍ୟାକ୍ଟେରିଆ ଯଥା- ବାସିଲସ୍, ସ୍ୟୁଡୋମନାସୀ ସମନ୍ୱିତ ପରିଚାଳନା ।
୨) ବାୟୋମାସ୍ ଉତ୍ପାଦକ ଅଣୁଜୀବ ଯଥା- ଆଜୋଲା, ରାଇଜୋବିୟମ୍ ଓ ଆଜୋଟୋବ୍ୟକ୍ଟର ।
ଡାଲି ଜାତୀୟ ଫସଲ :
ବର୍ତ୍ତମାନ ଭାରତର ବିଭିନ୍ନ ଅନୁକୋଣରେ ଜୈବିକ ସାର ପ୍ରୟୋଗର ଭୂମିକା ବଢ଼ିବାରେ ଲାଗିଛି । ଡାଲିଜାତୀୟ ଫସଲ କ୍ଷେତ୍ରରେ ରାଇଜୋବିୟମର ପ୍ରୟୋଗ ଉତ୍ପାଦନ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଏହାଛଡ଼ା ଆଜୋଟୋବ୍ୟକ୍ଟର ମଧ୍ୟ ଫସଲ ବୃଦ୍ଧିର ପ୍ରମୁଖ୍ୟ ରହସ୍ୟ ।
ଶୈବାଳର ଉପଯୋଗିତା :
ଶୈବାଳ ମୁଖ୍ୟଭାବେ ଧାନ ଫସଲ କ୍ଷେତ୍ରରେ ଉପଯୋଗ କରାଯାଏ । କାରଣ ଶୈବାଳ ନାଇଟ୍ରୋଜେନ୍ ଫିକ୍ସିଙ୍ଗ୍ ପରିମାଣ ବଢ଼ାଇ ଥାଏ । ଯାହା ଦ୍ୱାରା ନାଇଟ୍ରୋଜେନ୍ ଜନିତ ରାସାୟନିକ ସାରର ବିକଳ୍ପ ଭାବେ ଆମେ ଏହାକୁ ପ୍ରୟୋଗ କରିବା । ଏହା କରିବା ଦ୍ୱାରା ଉତ୍ପାଦନ ୧୦ ରୁ ୧୫ ଶତକଡ଼ା ଅଧିକ ହୋଇଥାଏ । (ଯଦିଓ ରାସାୟନିକ ସାର ବ୍ୟବହାର ନକରିବା) ଏକ ସର୍ଭେରୁ ଜଣା ଯାଇଛି ଏହି ଶୈବାଳ ୧୫ ରୁ ୩୫ କି.ଗ୍ରା ନାଇଟ୍ରୋଜେନ୍ / ହେକ୍ଟର ଯୋଗାଇଥାଏ ।
ଫସ୍ଫରସ୍ ଦ୍ରବଣୀୟ ବ୍ୟାକ୍ଟେରିଆ :
ବ୍ୟାକ୍ଟେରିଆ ଯଥା ବାସିଲସ୍ ଓ ବାସିଲସ୍ ଏବଂ କବକ ଯଥା ପେନସିଲିୟମ ଅଦ୍ରବଣୀୟ ଫସ୍ଫରସ୍କୁ ଦ୍ରବଣ କରି ଫସଲ ପାଖରେ ପହଞ୍ଚାଇବାର କ୍ଷମତା ଅଛି । ଯାହା ଦ୍ୱାରା ଫସଲକୁ ଫସଫରସର ଅଭାବ ପୂରଣ ହୋଇଯାଏ । ଏହା ବ୍ୟତୀତ କମ୍ପୋଷ୍ଟରେ ସେଲ୍ୟୁଲୋଜ୍ ବସ୍ତୁର ଦ୍ରୁତ ବିଘଟନ ପ୍ରକ୍ରିୟାରେ ମଧ୍ୟ ଏହା ସାହାଯ୍ୟ କରେ (୪-୧୬ ସପ୍ତାହ) ।