ବିନା ମାଟିରେ ଚାଷ

0

ଜନସଂସ୍କୃତି ଆଉ କୃଷି ପରସ୍ପରର ପରିପୂରକ । କୃଷି ଆଉ କୃଷକର ସାଥ ବିନା ଖାଦ୍ୟ ସାରା ଦୁନିଆ ପାଇଁ ଏକ ସ୍ୱପ୍ନ ପ୍ରାୟ । ମଣିଷ ଯଦି କାଲି ବଂଚିବା ପାଇଁ କିଛି ନୂଆ ସମ୍ଭାବନା ଦେଖେ ତାହେଲେ କୃଷି ବିନା ଏସବୁ ଦୂଃସ୍ୱପ୍ନ । ଦିନ ଥିଲା ଏ ସମାଜ ସବୁଜିମାର ବଳୟ ଭିତରେ ଆବଦ୍ଧ ହୋଇ ଥିଲା । ପରିବେଶ ସବୁଜର ଆବରଣରେ ବେଶ ଖୁସି ହୋଇ ହସୁଥିଲା । କୃଷିକୁ କଷ୍ଟ ନୁହେଁ ବରଂ ଏକ କର୍ମସିକ୍ତ ଭାବନାରେ ପ୍ରତିପାଦିତ କରାଯାଉଥିଲା । ଚାଷ ଜମି ଥିଲା ଚାଷୀର ସବୁକିଛି । ସଭ୍ୟତା ଓ ସଂସ୍କୃତିର ମାନଦଣ୍ଡ । ଦେଶ ଅର୍ଥନୀତିର ମାପକାଠି ରୂପେ କୃଷିକୁ ହିଁ ବିବେଚନା କରାଯାଉଥିଲା ।
କିନ୍ତୁ ସମୟ ଆସିଛି କୃଷି ପାଇଁ ଆଉ ସେପରି ମନରେ ଶ୍ରଦ୍ଧା ନାହିଁ । ଚାକିରୀର ନିଶାରେ ଏବେ ସମସ୍ତେ ମତୁଆଲା । କାଦୁଅ ବିଲରେ ଗୋଡ଼ ପଶେଇବାକୁ ଆଉ କେହି ବି ଇଚ୍ଛା କରୁନାହାନ୍ତି । ଟଙ୍କା ସର୍ବସ୍ୱ ଏ ଦୁନିଆରେ ସଭିଏଁ ନିଜ କର୍ମରେ ବ୍ୟସ୍ତ । ସେଇଥିପାଇଁ ତ ଆଜି ଚାଷ ଜମି ସବୁ ପଡ଼ିଆ ହୋଇ ପଡ଼ୁଛି , ସବୁଜିମା ନାହିଁ ବରଂ କଳକାରଖାନାର ଦୂଷିତ ଆବରଣରେ ବନ୍ଧା ହୋଇପଡ଼ିଛି । ପରିବେଶ ସନ୍ତୁଳନ ଠିକ ଭାବେ ରହୁନାହିଁ । ଆଉ ଯେତିକି ବି ଚାଷ ଜମି ରହିଲା ସେସବୁ ରାସାୟନିକ ବିଷ ସାରରେ ଭରପୂର । ପରୋକ୍ଷରେ ସବୁଜ ବିଷକୁ ଗ୍ରହଣ କରୁଛନ୍ତି ମାନବ ସମାଜ । ଆଜିର ଯୁବଗୋଷ୍ଠୀ ଚାଷ ପାଇଁ ବିମୁଖ । କ୍ଷେତକାମ ପାଇଁ ଆଉ ଆଗପରି ଆଗ୍ରହ ସୃଷ୍ଟି ହେଉନାହିଁ । କିନ୍ତୁ ଆଜି ବି ଚାଷ ଜମିରେ ନୂଆ ପଦ୍ଧତିରେ ଚାଷ କରି ଲକ୍ଷଲକ୍ଷ ଟଙ୍କା କମେଇହେଉଛି । କେବଳ ଟଙ୍କା ନୁହେଁ ବରଂ ପରିବେଶ ସୁସ୍ଥ ରହିବା ସହ ମନ ବି ପ୍ରଫୁଲ୍ଲ ରହେ । ସେମିତି ଆଜି ହାଇଡ୍ରୋପନିକ୍ସ ଏବେ ଆତ୍ମନିର୍ଭରଶୀଳତାର ନୂଆ ଏକ ଅଧ୍ୟାୟ ।

ସାଧାରଣତଃ ଆମେ ଜାଣୁ କି ଗଛ ମାଟି ଭିତରେ ହିଁ ବଢ଼ିଥାଏ । ମାଟିର ଥିବା ଖଣିଜଲବଣ ଓ ପୋଷକତତ୍ତ୍ୱକୁ ନେଇ ଗଛ ବଂଶବିସ୍ତାର କରେ । କିନ୍ତୁ ଯଦି ଜଣକୁ କୁହାଯାଏ ଯେ ବିନା ମାଟିରେ ବି ଗଛ ବଢ଼ିପାରିବ , ତେବେ ଏହା ହୁଏତ ନୂଆ ଲାଗୁଥାଇପାରେ । କିନ୍ତୁ ଆଜିର ବିଜ୍ଞାନ ଯୁଗରେ କୃଷିବିଜ୍ଞାନରେ ଏହା କିଛି ଅସମ୍ଭବ ନୁହେଁ । ବିନା ମାଟିରେ ଗଛ ବଢ଼ିପାରିବାର କୋ÷ଶଳକୁ ହାଇଡ୍ରୋପନିକ୍ସ କୁହାଯାଏ । ମାଟିର ଅନୁପସ୍ଥିତିରେ ଜଳକୁ ମାଧ୍ୟମ କରି ପାଣି ଭିିତରେ ପୋଷକତ୍ତ୍ୱର ଉପାଦାନକୁ ସଂଗୃହୀତ କରି ଗଛକୁ ବଢ଼ାଯାଇପାରେ । ପାଣି ଭିତରେ ଗଛର ଚେର ଖୁବ ସହଜରେ ବଢ଼ିପାରେ । କାରଣ ଗଛ ଆବଶ୍ୟକ କରୁଥିବା ଉପାଦାନ ସବୁ ଏହି ପୋଷକଯୁକ୍ତ ପାଣିରେ ଥାଏ । ମୋଟ ଉପରେ କହିବାକୁ ଗଲେ ମୃତ୍ତିକାର ବିନା ସାହାଯ୍ୟରେ ପାଣିରେ ସମସ୍ତ ଆବଶ୍ୟକୀୟ ପୋଷକ ପଦାର୍ଥ ମିଶାଇ ଯେ କୋ÷ଣସି ଗଛ ବଢାଇବାକୁ ହାଇଡ୍ରୋପନିକ୍ସ କୁହାଯାଏ । ଏହି ପଦ୍ଧତିକୁ ଆମେ କୃଷିକ୍ଷେତ୍ରରେ ଉପଯୋଗ କରି ଫସଲ ଅମଳ କରିପାରିବା । ସାଧାରଣତଃ ଗଛ ବଢିବା ପାଇଁ ବିଭିନ୍ନ ପୋଷକ ପଦାର୍ଥ ମାଟିରୁ ଗ୍ରହଣ କରିଥାଏ ଠିକ୍‌ ସେହିପରି ହାଇଡ୍ରୋପୋନିକ୍ସ ରେ ଗଛ ପାଣିରୁ ସମସ୍ତ ଆବଶ୍ୟକୀୟ ଖାଦ୍ୟ ଗ୍ରହଣ କରିଥାଏ । ଗଛର ସମ୍ପୂର୍ଣ୍ଣ ଜୀବନକାଳ କେବଳ ପାଣିରେ ହିଁ ରହିଥାଏ । ବିଭିନ୍ନ ପ୍ରକାର ପନିପରିବା ଯଥା – ଟମାଟୋ , ପାଳଙ୍ଗ, କାକୁଡ଼ି ପ୍ରଭୃତି ସହଜରେ ଉତ୍ପାଦନ କରାଯାଇପାରେ ।ଏହା ଏକ ସରଳ ପ୍ରକ୍ରିୟା ଅଟେ । ମଂଜି କିମ୍ବା ଚାରା ଗୁଡିକୁ ଏକ ପାତ୍ରରେ ରଖାଯାଇ ଏଥିରେ ତୁଳା, କାଠଗୁଣ୍ଡ, ନଡିଆ କତା, ଭରମିକୁଲାଇଟ୍‌ କିମ୍ବା ପରଲାଇଟ୍‌ ଭଳି ଯେ କୈାଣସି ପଦାର୍ଥ ରଖାଯାଇଥାଏ ଯାହାକି ଗଛ ଗୁଡିକୁ ସିଧା ରଖିବାରେ ସାହାଯ୍ୟ କରିଥାଏ । ଏହି ପାତ୍ରକୁ ପୋଷକ ପଦାର୍ଥ ମିଶିଥିବା ପାଣି ରେ ରଖାଯାଏ । ଚାରା ବଡହେବା ସହ ଚେର ଗୁଡିକ ପାଣିରେ ବୁଡି ରହିଥାଏ । ଗଛର ଚେର ସେଥିମଧ୍ୟରୁ ପୋଷକ ପଦାର୍ଥ ଗ୍ରହଣ କରିଥାଏ ଏବଂ ଗଛକୁ ବଢିବାରେ ସାହାଯ୍ୟ କରିଥାଏ । ସମସ୍ତ ଗଛ ର ଚେର ଗୁଡିକୁ ସଠିକ ମାତ୍ରାରେ ଖାଦ୍ୟ ମିଳିବା ନିମନ୍ତେ ଜଳକୁ ଚକ୍ରୀୟ ପ୍ରକ୍ରିୟାରେ ଅନବରତ ପ୍ରବାହିତ କରାଯାଇଥାଏ । ଯାହା ଦ୍ୱାରା ଚେର ଉପଯୁକ୍ତ ଅମ୍ଳଜାନ ଏବଂ ଖାଦ୍ୟସାର ପାଇଥାଏ । ଏହି ଉପାୟରେ କୈଣସି ପ୍ରତିବନ୍ଧକ ନ ଥିବାରୁ ଗଛଗୁଡିକ ମାଟି ଅପେକ୍ଷା ଖୁବ ଭଲ ଏବଂ ଶୀଘ୍ର ବଢିଥାନ୍ତି । ଉପଯୁକ୍ତ ପରିବେଶ ରେ ବର୍ଷର ସବୁ ସମୟରେ ଫସଲ ଉତ୍ପଦନ ସମ୍ଭବ ହୋଇଥାଏ । ହାଇଡ୍ରୋପୋନିକ୍ସ ଦ୍ୱାରା ଶୀତଦିନିଆ ପନିପରିବା ବର୍ଷର ଯେ କୈାଣସି ସମୟରେ ଚାଷ କରାଯାଇଥାଏ । ମୂଖ୍ୟତଃ କୈାଣସି ରସାୟନିକ ସାର କିମ୍ବା ଔଷଧର ବ୍ୟବହାର ହେଉନଥିବାରୁ ଏହା ସମ୍ପୂର୍ଣ୍ଣ ରୁପେ ଜୈବିକ ହୋଇଥାଏ । ହାଇଡ୍ରୋପୋନିକ୍ସ ଉପାୟରେ ମୃତ୍ତିକାର ଆବଶ୍ୟକତା ନଥିବାରୁ ଖୁବ୍‌ କମ ସ୍ଥାନରେ ଉପରକୁ ଉପର ଲମ୍ବ ଭାବେ ସୋପାନ କରି ଚାଷ କରାଯାଇପାରିବ । ଏହା ଦ୍ୱାରା କମ ସ୍ଥାନରୁ ଅଧିକ ଅମଳ ମିଳିପାରିବ । ସାଧାରଣ ଲୋକଟିଏ ମଧ୍ୟ ନିଜ ଘରେ କିମ୍ବା ଛାତ ଉପରେ ଚାଷକରି ପରିବାରର ଅବଶ୍ୟକତା ପୂରଣ କରିପାରିବ ।


ସାଧାରଣତଃ ହାଇଡ୍ରୋପନିକ୍ସ ରିଜର୍ଭୟାର ଗୁଡ଼ିକ ପ୍ଲାଷ୍ଟିକରେ ତିଆରି ହୋଇଥାଏ କିନ୍ତୁ ଏହା ବ୍ୟତୀତ ଅନ୍ୟ ଉପାଦାନରେ ମଧ୍ୟ ଏହା ଗଠିତ ହୋଇଥାଏ । ଯଥା – କଂକ୍ରିଟ , କାଚ , କାଠ ଇତ୍ୟାଦି..
ହାଇଡେ଼୍ରାପନିକ୍ସରେ ୯୫ଶତକଡ଼ାରୁ କମ ପାଣି ବ୍ୟବହାର କରାଯାଇଥାଏ । ହାଇଡେ଼୍ରାପନିକ୍ସରେ ଗଛଟିଏ ଉପଯୁକ୍ତ ପୋଷକତତ୍ତ୍ୱ ପାଇ ବଂଶବିସ୍ତାର କରିଥାଏ । ଛୋଟ ଚେରଥିବା ଗଛ ଖୁବ ଶୀଘ୍ର ବଢ଼ିପାରିଥାଏ । ଏହା ପରିବେଶ ପ୍ରଦୂଷଣକୁ ରୋକିବା ସହ ଏକ ସୁସ୍ଥ ଆଉ ସୁନ୍ଦର ପରିବେଶ ସୃଷ୍ଟି କରିଥାଏ ।

nano urea

କଣ ପାଇଁ ହାଇଡ୍ରୋପନିକ୍ସ-
• ମୁଖ୍ୟ ଉପକାରିତା ମଧ୍ୟରେ ହାଇଡ୍ରୋପୋନିକ୍ସ ଦ୍ୱାରା ବର୍ଷର ଯେ କୈାଣସି ସମୟରେ ମଧ୍ୟ ଫସଲ ଚାଷ ଏବଂ ଅମଳ କରାଯାଇ ଖାଦ୍ୟ ସମସ୍ୟାକୁ ଦୂର କରାଯାଇପାରିବ ।
• ଏହି ଉପାୟରେ ୯୦ ପ୍ରତିଶତ ଜଳ ସଂରକ୍ଷଣ କରାଯାଇପାରିବ ।
• ସ୍ୱଳ୍ପ ସ୍ଥାନ ଏବଂ ଖୁବ କମସମୟରେ ଅଧିକ ଫସଲ ଅମଳ କରାଯାଇପାରିବ ।
• ଏହା ଦ୍ୱାରା ଜ÷÷ବିକ ଫସଲ ଉତ୍ପାଦନ କରାଯାଇପାରିବ ।
• ପରିବାର ର ପାକଶାଳା ପାଇଁ ଏହା ଏକ ବରଦାନ ସଦୃଶ ଯାହାକି ସମସ୍ତ ପନିପରିବାର ଚାହିଦା ପୁରଣ କରିପାରିବ ।
• ହାଇଡ୍ରୋପୋନିକ୍ସରେ ବ୍ୟବହୃତ ପୋଷକ ପଦାର୍ଥ ର ମୂଲ୍ୟ ଜମିରେ ବ୍ୟବହୃତ କୀଟନାଶକ ଏବଂ ସାର ଅପେକ୍ଷା ବହୁତ କମ ।
• କୈାଣସି ଅନାବନା ଘାସ ଉଠୁନଥିବା ହେତୁ ଫସଲ ଭଲ ବଢିଥାଏ ।
• ମୂଲ୍ୟବାନ ବୃକ୍ଷ ଫୁଲ ମଧ୍ୟ ଚାଷକରାଯାଇ ପାରିବ ।
ଅପକାରିତା
• ଏଥିପାଇଁ ପ୍ରଥମତଃ ଏହାର ପରିଚାଳନା ନିମନ୍ତେ ପ୍ରଶିକ୍ଷିତ ବ୍ୟକ୍ତି ଆବଶ୍ୟକ ।
• ଗଛ ଗୁଡିକର ଚେର ସମ୍ପୁର୍ଣ୍ଣ ରୁପେ ପାଣିରେ ବୁଡିରହୁଥିବା ହେତୁ ରୋଗ ସଂକ୍ରମଣର ଆଶଙ୍କା ଅଧିକ ଥାଏ ।
• ଚେର ପାଣିରେ ଭାସୁଥିବା ହେତୁ ଫଳ ଧରିବା ସମୟରେ ଗଛ ଗୁଡିକ ଭାଙ୍ଗିଯିବାର ଆଶଙ୍କା ରହିଥାଏ ।
• ଜଳରେ ଲବଣ ଅଂଶ ରହିଲେ ଗଛ ବୃଦ୍ଧିରେ ଅସୁବିଧା ହୋଇଥାଏ ।
• ଏହା ଲାଭଦାୟୀ ପଦ୍ଧତି ହେଲେମଧ୍ୟ ପ୍ରଥମିକ ଖର୍ଚ୍ଚ ବହୁତ ଅଧିକ ହୋଇଥାଏ ।
• ସାଧାରଣତଃ ଲୋକମାନେ ସ୍ୱଳ୍ପ ଆୟ ହାଇଥିବାରୁ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି ।

– ଶ୍ୟାମଳ ସୁବର୍ଣ୍ଣ ବ୍ୟୁରୋ

Leave A Reply

Your email address will not be published.

5 × one =