ମାଛଚାଷର ବାଟ ଦେଖାଉଛନ୍ତି ପଦ୍ମଶ୍ରୀ ବଟକୃଷ୍ଣ ସାହୁ

0

ଗ୍ରାମୀଣ ଜୀବନରେ ମାଛ ଧରିବା ହେଉ କି ମାଛ ଚାଷ କରିବା ଏକ ସାଧାରଣ କଥା । କିନ୍ତୁ ଯେବେ ସେଇ ସାଧାରଣ ପୋଖରୀ ମଣିଷକୁ ଅସାଧାରଣ ସଫଳତା ଦିଏ , ସତରେ ତାହା ଏକ ବିସ୍ମୟର

ବିଷୟ ପାଲଟିଯାଏ । ସେ ସେମିତି ଏକ ମଣିଷ ଯିଏ ଦୀର୍ଘ ୩୫ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ନିରନ୍ତର ଭାବେ ମାଛ ଚାଷ କରି ନିଜ ଗାଁରେ ଉଦାହରଣ ସାଜିଥିବା ବେଳେ ଆଜି ସାରା ଓଡ଼ିଶା ପାଇଁ ତିଆରି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ । ପ୍ରଥମାବସ୍ଥାରେ ଜାଆଁଳ ଚାଷ କରି ପରେ ପରେ ୧୫ଟି ପୋଖରୀରେ ମାଛଚାଷ କରିବା ସହ ଏହାକୁ ନିଜର ନିଶା ଭାବେ ଗ୍ରହଣ କରିନେଇଥିଲେ । ବୟସର ଅପରାହ୍ନରେ ବି ସେ ବେଶ ଆଗ୍ରହୀ ମାଛଚାଷ ପାଇଁ । ଓଡ଼ିଶାରେ ମାଛଚାଷ କ୍ଷେତ୍ରରେ ସେ ସୃଷ୍ଟି କରିଛନ୍ତି ବ୍ୟାପକ ସୁଯୋଗ । ବିଭିନ୍ନ ନୂତନ ପ୍ରଣାଳୀ ସହ ଉନ୍ନତ କାର୍ଯ୍ୟକରିତା ଶୈଳୀରେ ଚାଷ କରି ସେ ବନିଛନ୍ତିି ସମସ୍ତଙ୍କର ଆଦର୍ଶ । ଆଉ ଭାରତସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ବି ହୋଇଛନ୍ତି । ଗୋଟିଏ ପୋଖରୀରୁ ପନ୍ଦରଟି , ଆଉ ଶେଷରେ ପଦ୍ମଶ୍ରୀ ଉପାଧିରେ ଭୂଷିତ ଏହି ସଫଳ ମାଛଚାଷୀ ବର୍ତ୍ତମାନର ଯୁବ ଉଦ୍ୟୋଗୀଙ୍କ ପାଇଁ ନିଶ୍ଚିତ ଭାବରେ ଏକ ସଫଳ ଉଦାହରଣ । ସେହି ସଫଳ ମାଛଚାଷୀଙ୍କସହ ଅଧିକ ଆଲୋଚନା କରିଛନ୍ତି ବିଜ୍ଞାନ ମିହିର ରାଉତ ….

ପ୍ର: ଆପଣ ମାଛଚାଷ କରିବାକୁ କଣ ପାଇଁ ସ୍ଥିର କଲେ ଆଉ କେବେ ଠାରୁ ଏହା କରୁଛନ୍ତି ?

ଉ: ମୁଁ ତ ଏବେ ନୁହେଁ , ପ୍ରାୟ ୩୫ ବର୍ଷ ହେଲା ମାଛଚାଷ କରୁଛି । ପିଲାଦିନୁ ମାଛ ଚାଷ ପ୍ରତି ଏକ ଆଗ୍ରହ ଥିଲା । ୧୯୮୬ରୁ ମାଛଚାଷ ଆରମ୍ଭ କରିଥିଲି । ଏହାପରେ ୧୯୯୦ରୁ ମାଛ ଜାଆଁଳ ଚାଷ ଆରମ୍ଭ କରିଥିଲୁ । ଏଥିରେ ଅନେକ ସଫଳତା ପାଇଥିଲୁ । ୧୯୯୫ରେ ହାଚେରୀ ମାଧ୍ୟମରେ ମାଛ ଜାଆଁଳ ଚାଷ ଆରମ୍ଭ କରିଥିଲୁ । ଏଥିରେ ଅନେକ ସଫଳତା ପାଇବା ପରେ ଆଉ ପଛକୁ ଫେରିନାହୁଁ । କେବଳ ନିଜେ ଚାଷ ନୁହେଁ , ଅନ୍ୟ ଲୋକମାନଙ୍କୁ ଏହି ଚାଷ ଦ୍ୱାରା ରୋଜଗାରକ୍ଷମ କରିଛୁ । ଏହା ବ୍ୟତୀତ ସିଫାର ବୈଷୟିକ ଜ୍ଞାନ କୋ÷ଶଳ ଅନେକ ସାହାଯ୍ୟ କରିଛି । ଏହା ସହ ଅନ୍ୟ ଜିଲ୍ଲାର ଚାଷୀମାନଙ୍କୁ ମାଛ ଜାଆଁଳ ବିଷୟରେ ପ୍ରଶିକ୍ଷଣ ଦେଇଥିଲୁ । ଯାହା ଫଳରେ ଏବେ ଅନେକ ଚାଷୀ ମାଛଚାଷରେ ସ୍ୱାବଲମ୍ବୀ ହେଲେଣି । ଆଗରୁ ଯେଉଁ କୋଲକାତାରୁ ଜାଆଁଳ ଆସୁଥିଲା , ଏବେ ଆମ ଓଡ଼ିଶା ଏ କ୍ଷେତ୍ରରେ ଅନେକ ଆଗକୁ ଆସିଲାଣି । ମାଛଚାଷ ଉପôାଦନ ବି ଏବେ ବହୁତ ପରିମାଣରେ ବଢ଼ିଲାଣି ।

ପ୍ର: ବର୍ତ୍ତମାନର ଯୁବସମାଜ ମାଛଚାଷ କରିବାକୁ ଆଗ୍ରହ କାହିଁକି ପ୍ରକାଶ କରୁନାହାନ୍ତି?

ଉ: ସେମତି କଥା ନୁହେଁ କି ସମସ୍ତେ ଚାକିରୀ ପଛରେ ଧାଉଁଛନ୍ତି । ଏମିତି ବି ଅନେକ ଯୁବକ ଅଛନ୍ତି ଯେଉଁମାନେ ମାଛଚାଷ କରୁଛନ୍ତି । ଆଉ ବହୁତ ଆଗକୁ ଯାଉଛନ୍ତି । ଏବେ ତ ବାୟୋଫ୍ଲକ ମାଧ୍ୟମରେ ଯୁବକ ମାନେ ସ୍ୱାବଲମ୍ବୀ ହେଲେଣି । ଚାକିରୀ ଏକ ସହଜ ପନ୍ଥା । କିନ୍ତୁ ମାଛଚାଷ କରିବାକୁ ହେଲେ ପରିଶ୍ରମୀ ହେବାକୁ ପଡ଼ିବ । ସବୁ ସମୟରେ ମାଛଚାଷ ଉପରେ ନଜର ରଖିବାକୁ ପଡ଼ିବ । ଏଠି କାଦୁଅ ସ୍ଥାନରେ ଗୋଡ଼ ପଶେଇବାକୁ ହେବ । ଏହା ସହିତ ଏକ ସ୍ୱତନ୍ତ୍ର ଖସଡ଼ାର ଆବଶ୍ୟକତା ଅଛି । ତେଣୁ ଯୁବକ ମାନେ ଚାହିଁଲେ ଏଥିରୁ ବି ଲାଭବାନ ହୋଇପାରିବେ । ଆଉ ନିଜ ପୋଖରୀରେ ଚାଷ କରିବା ସହ ଆଉ କେତେଜଣଙ୍କୁ ରୋଜଗାର ମଧ୍ୟ ଦେଇପାରିବେ ।

nano urea

ପ୍ର: ଆପଣଙ୍କ ଏ ସଫଳତା ପଛରେ ପ୍ରକୃତ ପ୍ରେରଣା କାହାଠାରୁ ପାଇଥିଲେ ?

ଉ:ପ୍ରଥମେ ପ୍ରେରଣା ତ କହିବାକୁ ଗଲେ ପିଲାଦିନୁ । କିନ୍ତୁ ଏହାକୁ କାର୍ଯ୍ୟକାରୀ କରିଛି ସିଫା । ସିଫାର ବୈଷୟିକ ଜ୍ଞାନ କୋ÷ଶଳ ତଥା କୃଷି ବିଜ୍ଞାନ କେନ୍ଦ୍ର ମାନଙ୍କର ସ୍ୱତନ୍ତ୍ ପରାମର୍ଶ ଯୋଗୁଁ ଆମେ ଆଜି ଅନେକ ପ୍ରଜାତିର ମାଛ ଚାଷ କରିପାରିଛୁ । ସେମାନଙ୍କର ଉପଯୁକ୍ତ ପ୍ରଶିକ୍ଷଣକୁ ପାଥେୟ କରି ଆଜି ସଫଳତା ପାଇପାରିଛୁ ।

ପ୍ର: ମାଛ ଚାଷ ପାଇଁ ଯେଉଁ ଯୋଜନା କରାଯାଉଛି ତାହା କେତେ ଚାଷୀଙ୍କ ପାଖରେ ପହଁଚୁଛି?

ଉ: ମାଛ ଚାଷ ଏକ ସ୍ୱାବଲମ୍ବୀ ହେବାର ମାଧ୍ୟମ । ସରକାର ମାଛ ଚାଷ ପାଇଁ ଖୁବ କମ ଯୋଜନା କରୁଛନ୍ତି । କିନ୍ତୁ ପ୍ରକୃତରେ ସରକାରୀ ସ୍ତରରେ ଏଥିପାଇଁ ଆଉ ଟିକେ ଧ୍ୟାନ ଦେବା ଦରକାର । ସରକାର ନିଜ ତରଫରୁ ଏହାକୁ ବିଶ୍ଲେଷଣ କରିବା ଦରକାର । ପ୍ରକୃତରେ ଯେତିକି ବି ଯୋଜନା ହେଉଛି ତାହା କେତେଦୂର କାର୍ଯ୍ୟକାରୀ ହେଉଛି । ବ୍ୟାଙ୍କ ଗୁଡ଼ିକ କିପରି ଠିକ ଭାବେ ମାଛ ଚାଷୀଙ୍କୁ ଋଣ ଦେଇ ପରିବେ , ସେ ବିଷୟରେ ମଧ୍ୟ ଧ୍ୟାନ ଦେବା ଉଚିତ୍ । ଯାହା ଦ୍ୱାରା ଚାଷୀଟିଏ ମାଛ ଚାଷ କରିବାକ ଆଗ୍ରହ ପ୍ରକାଶ କରିବ ।

ପ୍ର: ଶ୍ୟାମଳ ସୁବର୍ଣ୍ଣ ଉପରେ କଣ ମତାମତ ଦେବେ ?

ଉ: ଏହା ଏକ ଭଲ ପଦକ୍ଷେପ । ଛାତମାନଙ୍କ ଦ୍ୱାରା ପ୍ରକାଶିତ କରୁଥିବାର ଜାଣି ମୁଁ ବହୁତ ଖୁସି । ପତ୍ରିକାଟିଏ ନ ବହାରିଲେ ଚାଷର ଉନ୍ନତି ହୋଇପାରିବନି । ପତ୍ରିକାଟିଏ ପଢ଼ି ଚାଷୀ ବହୁତ କିଛି କଥା ଜାଣିଥାଏ , ଶିଖିଥାଏ ଆଉ ଏହାକୁ ପ୍ରୟୋଗ କରିଥାଏ । ଶ୍ୟାମଳ ସୁବର୍ଣ୍ଣ କିପରି ଚାଷୀଙ୍କ ପାଖରେ ପହଁଚିବ , ସେ ଦିଗରେ ଆଉ ଟିକେ ଧ୍ୟାନ ଦିଅନ୍ତୁ । ଏହାର ଦୀର୍ଘଜୀବନ କାମନା କରୁଛି ।

Leave A Reply

Your email address will not be published.

12 − twelve =