ଫସଲର ସମନ୍ୱିତ ରୋଗ ପରିଚାଳନା

0

ରୋଗ ପୋକ କୃଷିକାର୍ଯ୍ୟର ଏକ ଅଭିନ୍ନ ଅଙ୍ଗ I କିନ୍ତୁ ଫସଲର ପରିମାଣ ଏବଂ ମାନ ଉପରେ ହାନୀକାରକ ପ୍ରଭାବକୂ କମ କରିବା ପାଇଁ ଏହି କୀଟ ପତଙ୍ଗସବୁକୁ ଦମନ କରିବା ଆବଶ୍ୟକ। ଫସଲରେ ଦେଖାଯାଉଥିବା ରୋଗ ଅନେକ ପ୍ରକାର ସୂକ୍ଷ୍ମ ଜୀବାଣୁ କାରଣରୁ ହୋଇଥାଏ I ସୂକ୍ଷ୍ମ ଜୀବାଣୁ ମଧ୍ୟରେ ଭୂତାଣୁ, ଫିମ୍ପି ଏବଂ ଜୀବାଣୁ ମୁଖ୍ୟତଃ ଫସଲରେ ରୋଗସୃଷ୍ଟି କରି ଥାଆନ୍ତି I ଫସଲର ଅମଳ ଓ ମାନ ଉପରେ ଏହାର କୁପ୍ରଭାବ ପ୍ରତିରୋଧ କରିବା ପାଇଁ ଯେତେଶୀଘ୍ର ସମ୍ଭବ ଏହାର ନିରାକରଣ କରିବା ଉଚିତ। ଫସଲକୁ ରୋଗ ପୋକରୁ ରକ୍ଷା କରିବା ପାଇଁ ଜୈବିକ ପଦ୍ଧତି ମଧ୍ୟ ଆଦୃତ କରାଯାଇପାରେ I ନିମ୍ବ ତେଲ, ନିମ୍ବ ପତ୍ର ଏବଂ ନିମ୍ବ ମଞ୍ଜିର ଉଦ୍ଧୃତାଂଶକୁ ରୋଗ ପୋକ ଦମନ ପାଇଁ ବ୍ୟବହାର କରାଯାଇପାରେ I

nano urea

ବିଭିନ୍ନ ଶସ୍ୟମାନଙ୍କରେ ହେଉଥିବା ରୋଗର ଉପଚାର କରିବା ପାଇଁ, ସରକାରୀ ସ୍ଵୀକୃତିପ୍ରାପ୍ତ ବିହନ କେନ୍ଦ୍ରରୁ ପ୍ରମାଣିତ ବିହନ କ୍ରୟ କରନ୍ତୁ। ବିହନକୁ ବିଶୋଧନ କରନ୍ତୁ। ରୋଗ ସହଣିଶକ୍ତି ଥିବା ବିହନ ବ୍ୟବହାର କରନ୍ତୁ। ଜମିକୁ ଗଭୀର ଚାଷ କରନ୍ତୁ। ଜମିରୁ ଘାସ ଓ ଫସଲର ଅବସିଷ୍ଟାଂଶ ବାଛି ଜମିକୁ ସଫାସୁତୁରା ରଖନ୍ତୁ। ଜମିରେ ଅନୁମୋଦିତ ପରିମାଣରେ ଖତ ସାର ପ୍ରୟୋଗ କରନ୍ତୁ। ହେକ୍ଟର ପ୍ରତି ୫୦୦ କି. ଗ୍ରା ନିମ୍ବ ବା କରଞ୍ଜ ପିଡିୟା ପ୍ରୟୋଗ କରନ୍ତୁ। ଆବଶ୍ୟକତା ଅନୁଯାୟୀ ଜଳସେଚନ ଓ ଜଳ ନିଷ୍କାସନ କରନ୍ତୁ। ରୋଗ ଦେଖାଦେଲେ ପରିବେଶ ସହାୟକ ଅନୁମୋଦିତ ଫିମ୍ପିନାଶକ ପ୍ରୟୋଗ କରନ୍ତୁ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Leave A Reply

Your email address will not be published.

fifteen + five =