ପ୍ରକୃତିର ଅର୍ଥକୁ ବୁଝି ଚାଷ କଲେ ସଫଳତା ଅବଶ୍ୟମ୍ଭାବୀ – ପଦ୍ମଶ୍ରୀ ଭାରତ ଭୂଷଣ ତ୍ୟାଗୀ

0

ସମୟ ଥିଲା ଲୋକ ଚାଷ କହିଲେ ଏକ ସ୍ୱର୍ଗୀୟ ଅବଲୋକନକୁ ବୁଝୁଥିଲେ । କୃଷିକୁ ଏକ ଭାବପୂର୍ଣ୍ଣ ଆବେଗ ସହ ତୁଳନା କରୁଥିଲେ ।

ଚାଷ କରିବାକୁ କେହି ବାଧ୍ୟ କରୁନଥିଲେ , ବରଂ କୃଷି ଜନଜୀବନର ଆଧାର ସହ ଜଡ଼ିତ ହୋଇଥିଲା । ସେମିତି ଜଣେ ଚାଷୀ – ଯିଏ ସାରା ଭାରତରେ ଜଣେ ଜଣାଶୁଣା ନାମ । ଜୈବିକ କୃଷି କହିଲେ ଲୋକେ ତାଙ୍କ ଉଦାହରଣ ପ୍ରଥମେ ଦିଅନ୍ତି । ନିଜ ଚାଷ ପଦ୍ଧତି ଓ କାର୍ଯ୍ୟଦକ୍ଷତା ପାଇଁ ସାରା ଦେଶରୁ ବେଶ ପ୍ରଶଂସା ସାଉଁଟିଛନ୍ତି ସେ । ମନରେ ଚାଷ କରିବାର ଅଫୁରନ୍ତ ନିଶା ଆଉ ହୃଦୟରେ ଚାଷୀକୁଳ ପାଇଁ ଏକ ମର୍ମବେଦନାର ସ୍ୱର ସବୁବେଳେ ପ୍ରତୀତ ହୋଇ ଆସିଛି । ସେଇଥିପାଇଁ ତ ସେ ଚାଷୀସମାଜ ପାଇଁ ଏକ ଉଦାହରଣ । ଉତ୍ତରପ୍ରଦେଶର ବୁଲନ୍ଦସର ସହରରେ ସୃଷ୍ଟି କରିଛନ୍ତି ନିଜ ସଫଳତାର ପ୍ରତିଟି ପାହାଚ । ୮୦ ହଜାରରୁ ଉଦ୍ଧ୍ୱର୍ ଚାଷୀଙ୍କୁ ପ୍ରଶିକ୍ଷଣ ଦେଇ ସେ ସୃଷ୍ଟି କରିଛନ୍ତି କୃଷି କ୍ଷେତ୍ରରେ ଏକ ନୂତନ ବିପ୍ଲବ । ଆଉ ଏହା ସହିତ ୨୦୧୯ ମସିହାରେ ଭାରତ ସରକାରଙ୍କ ଦ୍ୱାରା କୃଷି ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ବି ହୋଇଛନ୍ତି । ବୟସର ଅପରାହ୍ନରେ ବି ସେ ଖୁବ ତେଜୀୟାନ ଲାଗନ୍ତି । ଏବେ ବି ଚାଷ କରିବାକୁ ମନରେ ଅସୁମାରୀ ସ୍ୱପ୍ନ । ଜଣେ ବିଜ୍ଞାନ ବିଭାଗର ସ୍ନାତକ ଛାତ୍ର ହୋଇଥିଲେ ବି ଚାକିରୀର ମୋହରେ ନପଡ଼ି କୃଷି ପାଇଁ ନିଜ ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତକୁ ବେଶ ଉନ୍ମାଦନାର ସହ ଅତିବାହିତ କରିଛନ୍ତି । ସେ ସମଗ୍ର ଚାଷୀକୁଳ ଆଉ ଭାରତର ଜଣେ ସଫଳ ଜୈବିକ କୃଷିର ନବପ୍ରବର୍ତ୍ତକ – ପଦ୍ମଶ୍ରୀ ଭାରତ ଭୂଷଣ ତ୍ୟାଗୀ । ଏପରି ଜଣେ ସଫଳ ବ୍ୟକ୍ତିତ୍ୱଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଫିଚର ବିଭାଗ ମୁଖ୍ୟ ସୁଶ୍ରୀ ପ୍ରଜ୍ଞା ପରମିତା …….

ର: କୁହାଯାଏ ଜୈବିକ କୃଷି ବର୍ତ୍ତମାନ ସମୟରେ ଏକ ବୈପ୍ଲବିକ ପରିବର୍ତ୍ତନ । କିନ୍ତୁ ଚାଷୀ ମାନେ ଏହାକୁ ଏତେଦୂର ଗ୍ରହଣ ନ କରିବାର କାରଣ କଣ ହୋଇପାରେ ?
ଉ: ପ୍ରଥମ କଥା ଚାଷୀ ମାନେ ଜୈବିକ କୃଷିର ନାଁ ଶୁଣିଲେ କେତେ ଟଙ୍କା ଲାଭ ମିଳେ ସେଇକଥା ଭାବନ୍ତି । ଜୈବିକ କୃଷି ମାନେ ନୁହେଁ କି ଆମେ ଢେ଼ରସାରା ଟଙ୍କା ଉପାର୍ଜନ କରିବା । ମୋ ମତରେ ଜୈବିକ କୃଷିକୁ ପ୍ରଥମେ ଅନୁଶୀଳନ କରିବା ଆବଶ୍ୟକ । ଏହାର ପ୍ରକୃତ ଅର୍ଥକୁ ବୁଝିବା ଦରକାର । ଅନୁଶୀଳନ କରିବା ଦ୍ୱାରା ଚାଷୀ ବୁଝିପାରିବେ ଜୈବିକ କୃଷିର ପ୍ରକୃତ ଲାଭ କଣ । କାରଣ ଚାଷର ପ୍ରତିଟି କାର୍ଯ୍ୟ ବଜାର ସହିତ ଜଡ଼ିତ । ଜୈବିକ କୃଷିର ମହତ୍ତ୍ୱକୁ ଉପଲବ୍ଧô କରିବା ଦରକାର । କାରଣ ବିନା କୀଟନାଶକ , ସାରରେ ଯଦି ଆମେ ଚାଷ ଜମିରେ ଉପôାଦନକୁ ଅନେକ ଗୁଣ ବଢ଼ାଇପାରୁଛେ , ତାହେଲେ ଚାଷୀ ଲାଭ କେମିତି ପାଇବନି । ପ୍ରକୃତ କଥା ଏହା କି ଚାଷୀଟିଏ ଜୈବିକ କୃଷି ଓ ଆଧୁନିକ କୃଷି ବିଷୟରେ ବିଶ୍ଲେଷଣ ହିଁ କରୁନାହାନ୍ତି । ସେ କେବଳ ଏତିକି ଜାଣିଛି ଯେ ବଜାରରେ କୀଟନାଶକ ମିଳୁଛି ଆଉ ବଜାରରେ ହିଁ ଆମକୁ ବିକ୍ରି କରି ଟଙ୍କା କମେଇବାର ଅଛି । କିନ୍ତୁ ଫସଲର ଗୁଣାତ୍ମକ ମାନ ବୃଦ୍ଧି କଥା ଚିନ୍ତା କରୁନାହାନ୍ତି । ତେଣୁ ଚାଷୀମାନେ ଏହାକୁ ଅନୁଶୀଳନ କରନ୍ତୁ , ନିଶ୍ଚୟ ଜୈବିକ କୃଷିର ଲାଭ ପାଇପାରିବେ ।

nano urea

ପ୍ର: ବିଜ୍ଞାନ ବିଭାଗରେ ସ୍ନାତକ କରିଥିଲେ ହେଁ ଆପଣ ଜୈବିକ କୃଷିକୁ ଗ୍ରହଣ ପାଇଁ  କଣକଲେ?
ଉ: କୃଷି ପାଇଁ ପିଲା ଦିନରୁ ମନରୁ ଏକ ସ୍ୱପ୍ନ ରହିଥିଲା । ତେବେ ଯେତବେଳେ ଜୈବିକ କୃଷି କରିବା କଥା ଚିନ୍ତା କଲି , ମନରେ ସ୍ଥିର କଲି ଯେ ଚାଷ ଜମିରେ ଯେଉଁ ବି ଫସଲ କରିବି , ତାପାଇଁ ବଜାରରୁ କିଛି ସାର , ବିଷ , କୀଟନାଶକ ଆଣିବି ନାହିଁ । ନିଜେ ପ୍ରସ୍ତୁତ କରିଥିବା ଜିନିଷକୁ ଜମିରେ ପ୍ରୟୋଗ କରିବି । ଗୋଟିଏ କ୍ଷେତରେ ୧୦ରୁ ୧୨ ଫସଲକୁ କିପରି ଗୋଟେ ବର୍ଷରେ ଲଗାଇ ଆମେ ଲାଭ ପାଇପାରିବା , ସେକଥା ଚିନ୍ତା କଳଇ । ଏହା ଦ୍ୱାରା ଜମିରେ ଉର୍ବରତା ବଢ଼ିବା ସହ ମାଟି ଓ ଫସଲର ଗୁଣାତ୍ମକ ମାନ ବୃଦ୍ଧି ହୋଇଥାଏ । ଏହା ଦ୍ୱାରା ଉପôାଦନ ବୃଦ୍ଧି ହୁଏ । ତେଣୁ ପ୍ରକୃତିକୁ ଗୁରୁତ୍ୱ ଦେଇ ପ୍ରକୃତିର ଅର୍ଥକୁ ବୁଝି ଚାଷ କଲେ ଆମେ ସଫଳତା ପାଇପାରିବା । ଏହାକୁ ଅନୁଶୀଳନ କଲା ପରେ ଜୈବିକ କୃଷି କରିବା ପାଇଁ ମନସ୍ଥ କଲି ।

ପ୍ର: ଚାଷୀକୁଳଙ୍କ ପାଇଁ କଣ ବାର୍ତ୍ତା ଦେବାକୁ ଚାହିଁବେ ?
ଉ: ସବୁବେଳେ ଚାଷୀ ନିଜର ମନକଥାକୁ ଶୁଣିବା ଆବଶ୍ୟକ । ଜୈବିକ କୃଷି କୋ÷ଣସି ଏକ କଷ୍ଟ କାମ ନୁହେଁ । ଆମେ କିଛିଟା କଥା ଉପରେ ଗୁରୁିତ୍ୱ ଦେଲେ ସଫଳ ଭାବରେ ଏହାକୁ କରିପାରିବା । ପ୍ରକୃତିର ଆଶୀର୍ବାଦ କାରଣରୁ ଆଜି ଆମ ଜମିରେ ଫସଲ ହସୁଛି । ତେଣୁ ସେଇ ପ୍ରକୃତି କଥାକୁ ଶୁଣିବାକୁ ପଡ଼ିବ । ନିଜ ଜମିରେ କେଉଁ ଫସଲ ଲଗାଇଲେ ଅଧିକ ଅମଳ ପାଇପାରିବେ ସେକଥାକୁ ଚିନ୍ତା କରନ୍ତୁ । ଏକା ସମୟରେ ବିନା ଔଷଧ , କୀଟନାଶକରେ କିପରି ଅନେକ ଗୁଡ଼ିଏ ଫସଲ ଉପôାଦନ କରାଯାଇପାରିବ , ତାର ପରିଚାଳନା ଉପରେ ଗୁରୁତ୍ୱ ଦିଅନ୍ତୁ । ଘରେ କିଛି କାମ ନଥିବା ବେଳେ ନିଜ ଉଦ୍ୟମରେ କୀଟନାଶକ ବନେଇବାକୁ ଚେଷ୍ଟା କରନ୍ତୁ । ଘରେ ପ୍ରସ୍ତୁତ କରୁଥିବା କୀଟନାଶକକୁ ଜମିରେ ପ୍ରୟୋଗ କରନ୍ତୁ । ଚାଷ ମାନେ କୀଟ ମାରିବା ନୁହେଁ , ପ୍ରକୃତି ଆମକୁ କଣ କରିବାକୁ କହୁଛି ସେକଥା ଚିନ୍ତା କରିବା ଆବଶ୍ୟକ । ଜୈବିକ କୃଷି ଉପରେ ଅନେକ ଯୁବ ଗବେଷକ ସୃଷ୍ଟି ହୁଅନ୍ତୁ ।

ପ୍ର: ବର୍ତ୍ତମାନ ସମୟରେ ଯୁବବର୍ଗ ଚାଷ କରିବାକୁ ଇଚ୍ଛା ପ୍ରକାଶ ନ କରିବାର କାରଣ କଣ?
ଉ: ଯେବେ ପିଲାଟିଏ ନିଜର ପାଠପଢ଼ା ସାରେ , ପ୍ରଥମେ ନିଜ ଭବିଷ୍ୟତ କଥା ଚିନ୍ତା କରେ । କାରଣ ତାର ଭବିଷ୍ୟତ ନିଜ ହାତରେ ହିଁ ଥାଏ । ସେ ହିଁ ସ୍ଥିର କରେ ସେ କେଉଁ କ୍ଷେତ୍ରକୁ ଯିବ । ବର୍ତ୍ତମାନ ସମୟରେ ସରକାରୀ ଚାକିରୀର ପଦବୀ ଏତେ ନାହିଁ । ତେବେ ଏକ୍ଷେତ୍ରରେ ପିଲାମାନଙ୍କ ମନରେ କୃଷି ପାଇଁ ଆଗ୍ରହ ସୃଷ୍ଟି କରିବାର ଅଛି । ଏଥିରେ ସବୁଠାରୁ ବଡ଼ ଭୂମିକା ସରକାରଙ୍କର । ଯୁବସମାଜ ବୁଝିବା ଦରକାର ଯେ ବର୍ତ୍ତମାନ ସମୟରେ କୃଷି ହିଁ ରୋଜଗାରର ଏକ ବଳିÂ ମାଧ୍ୟମ । କୃଷି ମାନେ ଯେ କେବଳ ଜମିରେ ଚାଷ କରିବା ସେକଥା ନୁହେଁ କୃଷି ସହ ଅନେକ କିଛି ନୂତନ ବିଷୟବସ୍ତୁ ଯୋଡ଼ି ହୋଇ ରହିଛି । ଏ ଆନୁଷଙ୍ଗିକ ବିଭାଗକୁ ବୁଝିବାକୁ ପଡ଼ିବ । ତେଣୁ ମୋ ମତରେ ଯେଉଁ ଯୁବକ ମାନେ ବର୍ତ୍ତମାନ କିଛିଟା ଟଙ୍କା ପାଇଁ ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି , ସେମାନେ ଅନ୍ତତଃ ଜୈବିକ କୃଷିର ଅର୍ଥକୁ ବୁଝିଯାଅନ୍ତୁ । ପ୍ରକୃତି ସହ କିପରି ମିଳିମଶି ଚଳିବାକୁ ହେବ , ସେକଥାକୁ ହୃଦୟଙ୍ଗମ କରନ୍ତୁ । ଏହା ଦେଶ ପାଇଁ ଏକ ନୂତନ ସମ୍ଭାବନା ସୃଷ୍ଟି କରିବ ।

ପ୍ର: ଶ୍ୟାମଳ ସୁବର୍ଣ୍ଣ ବିଗତ ଦୁଇ ବର୍ଷ ହେବ ଚାଷୀକୁଳର ସେବାରେ ନିଜକୁ ନିୟୋଜିତ କରିଛି । ଏ ସମ୍ପର୍କରେ କଣ କହିବେ ?
ଉ: ପ୍ରଥମେ ଅନ୍ତରରୁ ଶୁଭେଚ୍ଛା ଜଣାଉଛି ଆପଣଙ୍କ ପୁରା ଟିମ୍କୁ । ଏହା ଅତି ଆନନ୍ଦର ବିଷୟ ଯେ କୃଷି ଛାତ୍ର ହୋଇ ବି ପିଲାମାନେ ଏମିତି ଏକ ପତ୍ରିକା ପ୍ରକାଶନ କରି ଚାଷୀମାନଙ୍କ ପାଖରେ ପହଁଚାଉଛନ୍ତି । ଛାତ୍ର ମାନେ ହିଁ ଦେଶର ଭବିଷ୍ୟତ । କୃଷିକ୍ଷେତ୍ରରେ ମୋ÷ଳିକ ସମସ୍ୟାକୁ ଲୋକଲୋଚନକୁ ଆଣନ୍ତୁ । ଏ ପତ୍ରିକା ଚାଷୀକୁଳ ପାଇଁ ଏକ ସାର୍ଥକ ପ୍ରତିବେଦନ । ଆଗକୁ ଏହାର ଦୀର୍ଘଜୀବନ କାମନା କରୁଛି । ମୋ ତରଫରୁ ଦ୍ୱିତୀୟ ସ୍ୱନକ୍ଷତ୍ର ପାଇଁ ବହୁତ ସାରା ଅଭିନନ୍ଦନ ।

Leave A Reply

Your email address will not be published.

20 − four =