ଆଗ୍ରୋବୋଟ – କୃଷିକ୍ଷେତ୍ରରେ ଶିଳ୍ପ ବିପ୍ଲବ

1

କୃଷି –ଦେଶର ଉନ୍ନତିର ମାର୍ଗଦର୍ଶିକ,କାରଣ ଏହି କୃଷି ପ୍ରଧାନ ଦେଶ ଭାରତରେ କୃଷି ଏକ ବୃତ୍ତି ନୁହେଁ ;ବରଂ ଅର୍ଥନୀତି ର ମାନଦଣ୍ଡ ମଧ୍ୟ ।

କିନ୍ତୁ କୃଷିକ୍ଷେତ୍ର ର ସୁନେଲି ଫସଲ ର ସଂଭର ମଧ୍ୟରେ ଆମେ ପାସୋରି ଦେଉଛେ କୃଷକ ମାନଙ୍କର ପୀଡା ଜର୍ଜରିତ ଆର୍ତ୍ତ ଚିତ୍କାର ;ପାସୋରି ଦେଉଛେ ଗ୍ରୀଷ୍ମ ,ବର୍ଷା ତଥା ଶୀତ ର ସେହି ଅସହ୍ୟ ପ୍ରହାର ରେ ବି କ୍ଷେତରେ କାର୍ଯ୍ୟରତ ସେହି ଚାଷୀ ଭାଇ ର ଶାରୀରିକ କଷ୍ଟର ମୁହୂର୍ତ୍ତ କୁ । ଏହି କଷ୍ଟର ଉପଶମର ରାସ୍ତା ହେଉଛି ଏକ ସୁବ୍ୟବସ୍ଥିତ ନୂତନତା ତଥା ନବୀନ କୌଶଳ ର ଉପଯୁକ୍ତ ଅନୁଶୀଳନ। ଆଦିମ କାଳରେ ଯନ୍ତ୍ର ର ଆବିଷ୍କାର ହିଁ ମନୁଷ୍ୟ କୁ ସାହିତ୍ୟ , ସଂଗୀତ, ଚିତ୍ରକଳା ତଥା ଭାସ୍କର୍ଯ୍ୟ ଦିଗ ରେ ଅଗ୍ରଗାମୀ କରାଇପାରିଥିଲା। ଉନବିଂଶ ଶତାବ୍ଦୀ ର ଇଉରୋପ ର ଶିଳ୍ପ ବିପ୍ଲବ ପରେ ମନୁଷ୍ୟ ଜୀବନ ଅତ୍ୟନ୍ତ ସାବଲୀଳ ହେବା ଦ୍ଵାରା ସେଠାରେ ନବଜାଗରଣ ଦେଖାଦେଇଥିଲା । ଆଜି ମଧ୍ୟ ଭାରତରେ ପ୍ରଚଳିତ ମଧ୍ୟଯୁଗୀୟ କୃଷି ଆମକୁ ବିଶ୍ଵ ଦରବାରରେ ଅନେକ ପଛରେ ପକାଇଦେଇଛି । କିଏ କହିପାରେ , ହୁଏ ତ କୃଷି ରେ ବୈଜ୍ଞାନିକ ପଦ୍ଧତି ର ଅବଲମ୍ବନ ସେହି ସୀମା ଲଙ୍ଘିପାରିବ ତଥା କୃଷିକ୍ଷେତ୍ର ରେ ଏକ ବୈପ୍ଳବିକ ପରିବର୍ତ୍ତନ ର ରୂପରେଖ ସାଜିବ। ଏବର ବୈଜ୍ଞାନିକ କୌଶଳର ସଫଳ ଅନୁଶୀଳନ ହେଉଛି କୃତ୍ରିମ ମାନବ ଅର୍ଥାତ ରୋବଟ । ଏହି ରୋବଟ ର ରୂପ ମାନବ ପରି ହୋଇ ନ ପାରେ ମାତ୍ର ଏହାର କାର୍ଯ୍ୟ ଦକ୍ଷତା ମାନବ ଠାରୁ ଅନେକ ଅଧିକ । ଏବେ ପ୍ରଶ୍ନ ଉଠେ କୃଷିକ୍ଷେତ୍ର ରେ ଏହି ଶିଳ୍ପ ଭିତ୍ତିକ ନବୀନତା ର ଆବଶ୍ୟକତା କେତେ। ଏ ପରିପ୍ରେକ୍ଷୀ ରେ କେବଳ ଗୋଟିଏ ଉତ୍ତର ଅନେକ – ମନୁଷ୍ୟ ଜୀବନ ଠାରୁ ମୂଲ୍ୟବାନ କିଛି ନୁହେଁ। କେବେ ଅଂଶୁଘାତ ରେ ଚାଷୀ ମୃତ୍ୟୁ ର ଖବର ଆସୁଛି ତ ଆଉ କେବେ ବଜ୍ରପାତ ରେ ; କାରଣ ଖରା ବର୍ଷ ଶୀତ କୁ ଭ୍ରୂକ୍ଷେପ ନ କରି ସେ ଅନ୍ୟ ର ଉଦାର ପୋଷଣ ର ପ୍ରକ୍ରିୟା ରେ ନିଯୋଜିତ ଥାଏ। ଏପରି ପରିପ୍ରେକ୍ଷୀ ରେ ମାନବ ସମ୍ବଳର ଅକସ୍ମାତ ଅସ୍ତ ହେବ ଅପେକ୍ଷା ଏକ ଯନ୍ତ୍ରପାତି ର ଅନ୍ତ ହେବ କାରଣ ବିଜ୍ଞାନୀ ମନୁଷ୍ୟ ର ବୁଦ୍ଧି ଯନ୍ତ୍ର କୁ ଫେରାଇଆଣିପାରେ ମାତ୍ର ମନୁଷ୍ୟ ପିଣ୍ଡ ରେ ପ୍ରାଣ ଫେରାଇବାରେ ଆଜି ବି ବିଫଳ। ଏବେ ପ୍ରଶ୍ନ ଉଠେ –କଣ ରୋବଟ କୃଷକ ଭାଇ ର ଶ୍ରମ ଲାଘବ କରିବାରେ ପ୍ରକୃତ ରେ ସମର୍ଥ ?

ଶ୍ରମ ଦୁଇ ପ୍ରକାର – ମାନସିକ ଏବଂ କାୟିକ । ଏହି କାୟିକ ଶ୍ରମ ର ଦକ୍ଷ ଶ୍ରମିକ ଆମ କୃଷକଭାଇ । କିନ୍ତୁ ଏହି ଶ୍ରମ ର ବୋଝ ନିଜ ବ୍ୟକ୍ତିଗତ ସମୟ ସହ ଶାରୀରିକ ସୁସ୍ଥତା କୁ କ୍ଷତି ପହଞ୍ଚାଇ ଥାଏ । ଯଦିଓ ଶାରୀରକ ଶ୍ରମ ର ଆବଶ୍ୟକତା ରହିଛି ; ମାତ୍ର ମାନସିକ ଶ୍ରମ ର ଉପଯୋଗ ଶାରୀରିକ ଶ୍ରମ ର ପରିଣାମ କୁ ଲାଘବ କରିବାରେ ଅନେକ ମାତ୍ରା ରେ ସହାୟକ ହେବ । ଏଣୁ ମାନବ ସମ୍ବଳ ର ଉପଯୁକ୍ତ ବିନିଯୋଗ ନିମନ୍ତେ ବୈଜ୍ଞାନିକ କୌଶଳ ର ଆବଶ୍ୟକତା ଅନେକ । ଯେଉଁ କୃଷିକ୍ଷେତ୍ର ରେ ପ୍ରତ୍ୟହ ୧୨-୧୩ ଘଣ୍ଟା ର ସମୟ ଦେବାକୁ ପଡୁଛି , ଯଦି ସେହି ସମାନ କାଅଯ୍ୟ ୫ -୬ ଘଣ୍ଟା ରେ ସମାପ୍ତ କରାଯାଇପାରିବ , ତେବେ ଚାଷୀ ମାନେ ସମୟ ର ସଦୁପଯୋଗ କରିପାରିବା ସହ ଅନ୍ୟାନ୍ୟ କ୍ଷେତ୍ର ରେ ମଧ୍ୟ ନିଜର ଶ୍ରମ ତଥା ବୁଦ୍ଧି ର ବିନିଯୋଗ କରିପାରିବେ। ଏହି ମାନସିକ ଶ୍ରମ ସଂଶ୍ଳିଷ୍ଟ କୃଷି ର ନାମ ହେଉଛି-ଆଗ୍ରୋବୋଟ (ଆଗ୍ରୋବୋଟ) ଅର୍ଥାତ କୃଷିକ୍ଷେତ୍ର ର କୃତ୍ରିମ ଚାଷୀ । ଯାହାର କମ ଚାଷିଭୟ ଙ୍କର କମ ର ସମ୍ପୂର୍ଣ ସମାନ ମାତ୍ର ସମୟ ଏବଂ ପରିଶ୍ରମ ଅତି ସ୍ୱଳ୍ପ ।

ଏହି ଆଗ୍ରୋବୋଟ ର ପ୍ରଥମ ଉଦାହରଣ ହେଉଛି କମ୍ପ୍ୟୁଟର ଚଳିତ ଜଳସେଚନ ବ୍ୟବସ୍ଥା । ଏଥିରେ ସମଗ୍ରା ଜମି ରେ କମ୍ପ୍ୟୁଟର ଦ୍ଵାରା ଏବଂ ସେନ୍ସର ମାଧ୍ୟମ ରେ ଜଳସେଚନ ର ବ୍ୟବସ୍ଥା କରାଯିବ ।
ଅର୍ଥାତ ଯେଉଁ ଚାଷକ୍ଷେତ ରେ ଜଳସେଚନ ପାଇଁ କେଣ୍ଡା ତଥା ପାଣି ପମ୍ପ ର ବ୍ୟବସ୍ତା ଥିଲା ତଥା ଜଳ ର ପରିମାଣ ର ସଠିକ ଆକଳନ ପାଇଁ ଜେନ ଚାଷୀ ର ରହିବା ଜରୁରୀ ଥିଲା,ସେହି ସ୍ଥାନ ରେ କମ୍ପ୍ୟୁଟର ଦ୍ଵାରା ଜଳସେଚନ କରାଯିବ ଏବଂ ଜଳ ର ପରିମାଣ ବିଭିନ୍ନ ସେନ୍ସର ଦ୍ଵାରା ମପା କର ଯାଇପାରିବ ।

nano urea

ଦ୍ଵିତୀୟ ପଦ୍ଧତି ହେଉଛି କୀଟନାଶକ ଡ୍ରୋନ ଅଥବା କୃଷି ଡ୍ରୋନ ।

ଏହାର କାର୍ଯ୍ୟକଳାପ ସମ୍ପୂର୍ଣ ଭାବରେ ଚାଳକ ର ପରିଚାଳନା ଉପରେ ନିର୍ଭରଶୀଳ । ଏହା ଦ୍ଵାରା କୀଟନାଶକ ଗୁଡିକୁ ଡ୍ରୋନ ସାହାଯ୍ୟରେ ସମାନ ଭାବରେ ସିଂଚନ କରାଯିବା ସହ ଏଥିରେ ଲାଗିଥିବା କ୍ୟାମେରା ଦ୍ଵାରା ନିୟନ୍ତ୍ରଣ କରାଯାଇପାରିବ । ଏହା ଦ୍ଵାରା ଦୁଇ ପ୍ରକାର ଉପକାର ସାଧିତ ହେବ । ପ୍ରଥମଟି ହେଉଛି ବିଷାକ୍ତ କୀଟନାଶକ ଗୁଡିକର କୁପ୍ରଭାବରୁ ଚାଷୀ ଭାଇ ମାନେ ବର୍ତ୍ତି ପାରିବେ ଏବଂ ଦ୍ଵିତୀୟ ଟି ହେଉଛି କ୍ୟାମେରା ଦ୍ଵାରା ପରିଚାଳନା ହେତୁ ଉପଯୁକ୍ତ ଭାବରେ ଏବଂ ସଠିକ ସ୍ଥାନରେ କୀଟନାଶକ ପ୍ରୟୋଗ କରାଯାଇପାରିବ । ଏତଦବ୍ୟତୀତ ଏହାଦ୍ଵାରା ଅଳ୍ପ ସମୟରେ ଅଧିକ ଜମିରେ ସିଂଚନ ପ୍ରକ୍ରିୟା ସମ୍ଭବପର ହୋଇପାରିବ ।

ତୃତୀୟ ପ୍ରକଳ୍ପଟି ହେଉଛି – ସୌର ଟ୍ରାକ୍ଟର।

ପୃଥିବୀର ସୀମିତ ଜାଳେଣୀ ସଙ୍କଟ ରୁ ରକ୍ଷାର ଏକ ନବୀନ ଆବିଷ୍କାର । ସୌର ଶକ୍ତି ଦ୍ଵାରା ଟ୍ରାକ୍ଟର ତଥା ଅନ୍ୟାନ୍ୟ ବିଦ୍ୟୁତ ଶକ୍ତି ପରିଚାଳିତ ଯନ୍ତ୍ର ଗୁଡିକ କାର୍ଯ୍ୟକ୍ଷମ ହେବା ସହ ଏହା ଦ୍ଵାରା ପରିବେଶ ପ୍ରଦୂଷଣ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇପାରିବ । ଯେହେତୁ ସୂର୍ଯ୍ୟ ଅସରନ୍ତି ଉର୍ଜା। ଏଣୁ ଏହାର ବିନିଯୋଗ ଦ୍ଵାରା ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡି ନ ଥାଏ ।
ଏହିପରି ଅନେକ ବୈଜ୍ଞାନିକ କୌଶଳ ରହିଛି ଯାହାଦ୍ୱାରା କୃଷି ର ମାନ ଉନ୍ନତ କରାଯିବା ସହ କୃଷକ ର ଶ୍ରମ ଲାଘବ ର ରାସ୍ତା ଉନ୍ମୁକ୍ତ ହୋଇପାରିବ । ଏହା ଚାଷୀ ଭାଇ ଙ୍କୁ ଆଳସ୍ୟ ର ବଶବର୍ତ୍ତୀ କରାଇବା ପରିବର୍ତ୍ତେ ନୂତନ ଜ୍ଞାନ କୌଶଳ ଶିକ୍ଷା ର ରାସ୍ତା ଖୋଲିଦେଇଥାଏ । ଯେଉଁ କୃଷି ଦିନେ ଅପାଠୁଆ ଙ୍କ ବୃତ୍ତି ବୋଲି କଷଟି ପଥରରେ ନିତ୍ୟ ଘର୍ଷଣ ସହୁ ଥିଲା ; ଏହିପରି ବୈଜ୍ଞାନିକ କୌଶଳ ର ବିନିଯୋଗ ଏହାକୁ ସ୍ଵର୍ଣ୍ଣିମ ଆଭା ପ୍ରଦାନ କରିପାରିବ । ଜ୍ଞାନ କୌଶଳ ସହ ଶିକ୍ଷା ଦିଗରେ ମଧ୍ୟ ଚାଷୀ ଭାଇ ମାନେ ନିଜର ସ୍ଥାନ ସୁଦୃଢ କରିପାରିବେ ।
         ଏହିପରି ଏକ ଅନୁଚିନ୍ତା କୁ ସନ୍ଧାନ ଅନୁସନ୍ଧାନ କରି ଏକ ପ୍ରକଳ୍ପ ର ରୂପ ଦେଇଥିଲର ମୌଳିକ ବିଜ୍ଞାନ ଓ କଳା ମହାବିଦ୍ୟାଳୟ ର ସ୍ନାତକ ଛାତ୍ର ଶ୍ରୀମାନ ଶୁଭମ ସାହୁ । କମ୍ପ୍ୟୁଟର ବିଜ୍ଞାନ ର ଛାତ୍ର ହିସାବ ରେ କମ୍ପ୍ୟୁଟର ଦ୍ଵାରା କିପରି କୃଷକ ମାନଙ୍କର ଶ୍ରମ ଲାଘବ କରାଯାଇପାରିବ ସେ ଦିଗରେ ତାଙ୍କର ଅନୁସନ୍ଧାନ ତାଙ୍କୁ ଏହି ଆଗ୍ରୋବୋଟ ସହ ସଂଯୁକ୍ତ କରିପାରିଥିଲା ।
ଯଦି ଶ୍ରମିକ ମାନେ ୮ ଘଣ୍ଟା ଶ୍ରମ, ୮ ଘଣ୍ଟା ବିଶ୍ରାମ ଏବଂ ୮ ଘଣ୍ଟା ବିନୋଦନ ର ଦାବି ହାସଲ କରିପାରିଛନ୍ତି; କୃଷକ ମାନଙ୍କୁ ମଧ୍ୟ ସେହି ସୁବିଧା ଯୋଗାଇବାର ଉପାୟ କରାଯିବ ନାଯ୍ୟ ଅଟେ । ଏଣୁ ଆଶା କରାଯାଇପାରେ କି କୃଷିକ୍ଷେତ୍ର ରେ ଏହି ଶିଳ୍ପ ଭିତ୍ତିକ ବିପ୍ଲବ ଦିନେ ଚାଷୀ ଭାଇ ର କର୍ମକ୍ଳାନ୍ତ ଜୀବନ ରେ ନୂତନ ଦିଗ ର ପଥ ଉନ୍ମୁକ୍ତ କରିପାରିବ ଏବଂ ଦେଶର କୃଷି କୁ ପ୍ରଗତି ଦିଗରେ ଆଗକୁ ନେଇପାରିବ।

ଶୁଭଶ୍ରୀ ସାହୁ , ସାରନଗରୀ ,ରାଉରକେଲା

1 Comment
  1. Shuvam sahoo says

    Grateful to you di for publishing my work here❤🙏

Leave A Reply

Your email address will not be published.

sixteen − 4 =