ଅଖ୍ୟାତ ପଲ୍ଲିର ସୁବର୍ଣ୍ଣ

0

କୃଷି ମଣିଷର ଉତ୍ତମ ବନ୍ଧୁ। କୃଷି ବିନା ମଣିଷର ଅସ୍ଥିତ୍ଵ କିଛି ନାହିଁ । ଏବଂ ମଣିଷର ହାତ ନବାଜିଲେ କୃଷି ଜାତୀୟ ଦ୍ରବ୍ୟ ର ଚାହିଦା ନାହିଁ ।

ଆମେତ ଅନେକ ପ୍ରକାରର ଶସ୍ୟ ଦେଖିଛେ ଏବଂ ଅଳ୍ପ ବହୁତ ଜାଣିଛେ । ହେଲେ ଆଜିର କୃଷି ସମାଜ ରେ ମୁଁ ଏକ ଏମିତି ଜିନିଷ ବିଷୟରେ କହିବାକୁ ଯାଉଛି ତାହା ଆପଣ ମାନେ ଶୁଣିଲେ ସ୍ତବ୍ଧ ହେଇଯିବେ । “କଳାଜିରା ଧାନ “, ଯାହା ଆଜିର ଦିନରେ ଗୋଟେ ଲୋକପ୍ରିୟର ମାନ୍ୟତା ପାଇଛି ଏବଂ ଏହାକୁ ଏକ ସ୍ଵତନ୍ତ୍ର ଶସ୍ୟ ରୂପେ ବିବେଚନା କରାଯାଇଅଛି ।
       ସେଦିନ ଥିଲା ୨୦୧୯ ମସିହା ମାର୍ଚ୍ଚ ମାସ ୧୬ ତାରିଖ । ମୁଁ ଟିଭି ସମାଚାର ଦେଖୁ ଦେଖୁ ହଠାତ ନଜର ପଡିଲା ବ୍ରେକିଙ୍ଗ ସମାଚାର ଉପରେ । ଯାହା ମୋ ପାଇଁ ଥିଲା ଅତୁଳନୀୟ ,ଅବାଞ୍ଛିତ ଓ ଅବାସ୍ତବ । ମୁ ଦେଖିଲି ଗୋଟେ ଆଦିବାସୀ ବୃଦ୍ଧା ଦେହରେ ଭଲ ଲୁଗା ନାହିଁ ମୁହଁ ରେ ଚମକ ନାହିଁ ଓ ବାହୁରେ ବଳ ନାହିଁ । ସେ ଠିଆ ହେଇଛି ଆମ ଭାରତର ରାଷ୍ଟ୍ରପତି ମୋହଦୟ ଶ୍ରୀଯୁକ୍ତ ରାମନାଥ କୋବିନ୍ଦ ଙ୍କ ପାଖରେ ଏବଂ ତାଙ୍କ ଠାରୁ ଗ୍ରହଣ କରୁଛି ଏକ ବିରାଟ ସମ୍ମାନ । ଅବିଶ୍ଵସନୀୟ ହେଇଥିଲେ ମଧ୍ୟ କଥା ଟା ପୁରପୁରି ସତ ।

      ସୁଦୂର କୋରାପୁଟ ଜିଲ୍ଲାର ପାତ୍ରପୁଟ ଗ୍ରାମରୁ ଏ ବୃଦ୍ଧା ଏତେବାଟ ଆସିଲା କିପରି ,କିଏ ତାକୁ ଆଣିଲା । ଏସବୁ ମନରେ ଉଙ୍କି ମାରୁଥାଏ । କିଛି ସମୟ ଟିଭି ଦେଖିଲା ପରେ ଅସଲ କଥାଟା ଜାଣିବାକୁ ପାଇଲି ।
ନା ଟି ତାର କମଳା ପୂଜାରୀ ବୟସ ପାଖାପାଖି ୭୦ ବର୍ଷ ,ଅଣ୍ଟା ନଇଁ ଗଲାଣି ,ଦେହରେ ଚର୍ମ ଧୁଡୁଧୁଡି ହେଇଗଲାଣି । ହେଲେ ବି ତା ମନରେ ଥିବା ଉତ୍କଣ୍ଠା ଓ ସଂଘର୍ଷ ବଳରେ ଆଜି ଏତେଦୂର ପହଞ୍ଚି ପାରିଛି । ପଦ୍ମଶ୍ରୀ ଉପାଧି ପାଇ ସେ ନବ କୃଶକ ମାନଙ୍କ ସଫଳତାର ପ୍ରତୀକ ହେଇପାରିଛି । କାହିଁକି ଓ କିପରି ସେ ପଦ୍ମଶ୍ରୀ ଉପାଧିର ଅଧିକାରୀ ହୋଇପାରିଥିଲା?

nano urea

ଓଡିଶାର କୋରାପୁଟ ଜିଲ୍ଲାର ଏକ ଆଦିବାସୀ ପ୍ରାଧାନ୍ୟ ଗ୍ରାମରେ ଏକ ଗରିବ ପରିବାରରେ ଜନ୍ମ ହେଇଥିବା କମଳା ପୂଜାରୀ ସର୍ବଦା ପାରମ୍ପରିକ ଧାନ ମଞ୍ଜି ସଂଗ୍ରହ ପାଇଁ ଜଣାଶୁଣା । ମାର୍ଚ୍ଚ ୧୬ ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିବା ବେଳେ କମଳାଙ୍କ ଉଦ୍ୟମ କୁ ଜାତୀୟ ସ୍ତରରେ ସ୍ଵୀକୃତି ଦିଆ ଯାଇଥିଲା । କମଳା ତାଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠା ପାଇଁ ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ସେ ୨୦୦୪ ରେ ଓଡିଶା ରାଜ୍ୟ ସରକାରଙ୍କ ଦ୍ଵାରା ଶ୍ରେଷ୍ଠ ମହିଳା କୃଶକ ସମେତ ଅନେକ ପୁରସ୍କାର ଗ୍ରହଣ କରିଥିଲେ । ସେ ସର୍ବଦା ପାରମ୍ପରିକ ଚାଷ ପାଇଁ ଉସ୍ଛର୍ଗୀକୃତ ,ଏଥିପାଇଁ ଓଡିଶାର ଜୟପୁର ଗଝ ଝଡଇଗଓଘଇଞଐଇଘ ଜଋଝଋଇଜଉଐ ୠଙଟଘଊଇଞଓଙଘରୁ ମୌଳିକ ଚାଷ କୌଶଳ ଶିଖିଥିଲେ । କମଳା ତାଙ୍କ ଗ୍ରାମର ଅନ୍ୟ କେତେକ ମହିଳାଙ୍କ ସହ ଏକ ବିହନ ବ୍ୟାଙ୍କ ଗଠନ କରିବାରେ ସାହାଯ୍ୟ କରିଥିଲେ । ତାଙ୍କର ପ୍ରଶିକ୍ଷଣ ସମାପ୍ତ ହେବା ପରେ କମଳା ଅନ୍ୟ ଲୋକଙ୍କୁ ଏବଂ ସହକର୍ମୀ ମାନଙ୍କୁ ରାସାୟନିକ ସାର ବ୍ୟବହାର ବନ୍ଦ କରିବାକୁ ଉସ୍ଛାହିତ କରିଥିଲେ । ଏବଂ ସେ କିଛି ସହପାଠୀ ଗୋଷ୍ଠୀ ଗଠନ କରି ନିକଟସ୍ଥ ଗ୍ରାମଗୁଡିକରେ ଜୈବିକ ଚାଷ ବିଷୟରେ ସଚେତନ ସୃଷ୍ଟି କରିବାପାଇଁ ଘର ଘର ବୁଲିଥିଲେ । ସେମାନଙ୍କ ଉଦ୍ୟମର ଫଳସ୍ଵରୂପ କୃଷକମାନେ ପାଟପୁର ଗ୍ରାମ ତଥା ନବରଙ୍ଗପୁର ଜିଲ୍ଲା ପଡୋଶୀ ଗ୍ରାମରେ ରାସାୟନିକ ଚାଷ ଛାଡିଥିଲେ । ୨୦୧୮ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶା ରାଜ୍ୟ ଯୋଜନା ବୋର୍ଡ କମଳାଙ୍କୁ ଏହାର ଅନ୍ୟତମ ସଦସ୍ୟ ଭାବରେ ଯୋଡିଥିଲା ।

କମଳା ପୂଜାରୀ ସର୍ବଦା ପାରମ୍ପରିକ ଧାନ ମଞ୍ଜି ସହିତ ଆକର୍ଷିତ ହୋଇଆସୁଛି । ଏହାଦ୍ବାରା ସେ ତାଙ୍କ ଜମିରେ ଧାନଚାଷ କଲେ ଯାହାଦ୍ୱାରା ସେ ଏହି ଶସ୍ୟ ଗୁଡିକୁ ଅଧିକ ଅଙ୍କୁରିତ କରିପାରିଲେ ।ବର୍ଷ ବର୍ଷ ଧରି କମଳା ସଫଳତାରସହ ଶହ ଶହ ସ୍ଵଦେଶୀ ପ୍ୟାଡୀ ସଂରକ୍ଷଣ କରି ରଖିଛନ୍ତି ଏବଂ ଧାନ,ହଳଦୀ,ତିଲି ,କଳାଜୀରା ଓ ମହାକାନ୍ତ ସମେତ ଅନେକ ବିଲୁପ୍ତ ତଥା ବିରଳ ପ୍ରକାରର ମଞ୍ଜି ସଂଗ୍ରହ କରିଛନ୍ତି ।
ପ୍ରାୟତଃ “ଧାନମଞ୍ଜି ସଂରକ୍ଷଣକାରୀ” କୁହାଯାଏ କମଳାଙ୍କୁ । ତାଙ୍କ ଉଦ୍ୟମକୁ ଜାତୀୟ ସ୍ତରରେ ସ୍ଵୀକୃତୀ ଦିଆଯାଇଥିଲା ଯେତେବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ମାର୍ଚ୍ଚ ୧୬ ରେ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଥିଲେ । ଏହିପରି ଭାବରେ କମଳା ପୂଜାରୀ ବିଲୁପ୍ତ ଖାଦ୍ୟ ଶସ୍ୟକୁ ସଂଗ୍ରହ କରି ଆଗକୁ ବଢିଥିଲେ । ଏବଂ ସେ ସର୍ବଦା ଅନ୍ୟମାନଙ୍କ ପାଇଁ ଗୋଟିଏ ଆଦର୍ଶ ରୂପେ ନିଜକୁ ଗଢିତୋଳିଲେ
କିନ୍ତୁ ବଡ ଦୁଖର କଥା ଯେ ,ସେ ଗଣମାଧ୍ୟମ ଓ ସରକାରଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ , “ପଦ୍ମଶ୍ରୀ ସମ୍ମାନ ପାଇବା ପରେ ମୋର ସବୁକିଛି ଉଜୁଡି ଯାଇଛି ,ମୁଣ୍ଡ ଗୁଞ୍ଜିବାକୁ ନା ଅଛି ଘରଟିଏ ନା ଅଛି ମୋ ପାଖରେ ସେ ଅମୂଲ୍ୟ କଳାଜୀରା ଧାନ । ଆମ୍ବସଡା ବିକ୍ରିକରି ପେଟ ଚାଖଣ୍ଡକ ଭରୁଛି । ସେତେବେଳେ ଜିଲ୍ଲାପାଳ ଆସି ମତେ ଘରଟିଏ ତୋଳିଦେବେ ବୋଲି ପ୍ରତିଶୃତି ଦେଇଯାଇଥିଲେ । ପରେ କିନ୍ତୁ ସେ ଘରଟି ମୋ ପୁଅ ନାଁ ରେ ଆସିଲା । ପଦ୍ମଶ୍ରୀ ସମ୍ମାନ ପରେ ଆହୁରି ଅନେକ ଅନୁଷ୍ଠାନ ମତେ ଡାକି ସମ୍ମାନିତ କରୁଛନ୍ତି ,ବହୁତ ବାହାବା ଦଉଛନ୍ତି ହେଲେ ମୋ ଘର ଚଳିବା କଥା କେହି ପଚାରୁନାହାନ୍ତି । ସମ୍ମାନିତ ହେବା ପରେ ମୋ ଭାଗ୍ୟ ବଦଳି ଯାଇଛି” । ଏହା ଥିଲା କମଳାଙ୍କ ଦୁଖ ମୁଁ ସରକାରଙ୍କୁ ଅନୁରୋଧ କରୁଛି ଯେ, କମଳାଙ୍କ ଦୁଖ ର ସମାଧାନ ଜଲ୍ଦି କରିଦିଅନ୍ତୁ । ତଥାପି ଆଜି କୃଷି ମରି ନାହିଁ କି କୃଶକ ହାରି ନାହିଁ । ଦୁନିଆ ଯେତେ କୌଶଳରେ ଆଗକୁ ଗଲେ ମଧ୍ୟ କୃଷି ଆଗରେ ହାରିବା ସୁନିଶ୍ଚିତ । ତେଣୁ କୁହାଯାଇଛି ଯେ,“ଆମେ କେତେବି ମଡର୍ଣ ହେଇ ଯାଉ ନା କାହିଁକି ,ହେଲେ କୃଶକ ପରିଶ୍ରମ ବିନା ଆମେ କିଛି ବି ନୁହଁ”।

(ଜୟ କିଶାନ ଜୟ ଯବାନ )

ପ୍ରଭାତ କୁମାର ବୈଦ୍ୟ (ରାୟଗଡା )
ଫୋନ -୮୧୧୪୭୧୭୧୪୨

Leave A Reply

Your email address will not be published.

eight + three =