ଜୈବିକ ଚାଷର ଉଦାହରଣ ସୃଷ୍ଟି ପାଇଁ ମହିଳାଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ

0

ଜୈବିକ କୃଷି ଉଭୟ ମାନବ ଶରୀର ଓ ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ଏକ ଉକୃଷ୍ଟ ଉଦାହରଣ । ଏହା ପରିବେଶ ସନ୍ତୁଳନ ରକ୍ଷା କରିବା ସହ ଜୈବ ବିବିଧତା ସୃଷ୍ଟି କରିବା ରେ ସହାୟକ ହୋଇଥାଏ । ତେବେ ଏହି ଜୈବିକ ଚାଷର ଉପାୟ ଅବଲମ୍ବନ କରି ନଡ଼ିଆ ଚାରା ସୃଷ୍ଟି ଓ ନଡ଼ିଆ ଫାର୍ମର ବିକାଶ ଦିଗରେ ଏକ ନିଆରା ପ୍ରୟାସ କରିଛନ୍ତି ଜଣେ ୬୯ ବର୍ଷୀୟ ବୟସ୍କ ମହିଳା ଏବଂ ଜୈବିକ କୃଷି କର୍ମରେ ଉଦାହରଣ ସୃଷ୍ଟି ପାଇଁ ତାଙ୍କୁ ମିଳିଛି ୨୦୨୪ ବର୍ଷର ପଦ୍ମଶ୍ରୀ ସମ୍ମାନ ।

nano urea

ଦକ୍ଷିଣ ଆଣ୍ଡାମାନର ଦୁର୍ଗମ ଅଂଚଳର ବାସିନ୍ଦା କେ ଚେଲାମ୍ମାଲ ନଡ଼ିଆ ଆମ୍ମା ଭାବେ ମଧ୍ୟ ବେଶ ପରିଚିତ । ତାଙ୍କ କହିବା ଅନୁସାରେ, ସେ ବିଗତ ଅନେକ ବର୍ଷ ଧରି ନଡ଼ିଆ ବାହୁଂଗି ଓ କୃଷି ବର୍ଜ୍ୟ ବସ୍ତୁକୁ ମିଶାଇ ନଡ଼ିଆ ତାଡ଼ ପକାନ୍ତି । ମାଟି ତୁଳନାରେ ଏଥିରେ ଅଧିକ ଓ ସନ୍ତୁଳିତ ଆଦ୍ରତା ରହେ । ଏହି ପ୍ରକ୍ରିୟାରେ ସହଜରେ ଓ କମ ଖର୍ଚ୍ଚରେ ଚାରା ସୃଷ୍ଟି ହୁଏ ଓ ଗଛ ହୃଷ୍ଟପୁଷ୍ଟ ହୁଏ । ପ୍ରାୟତଃ ଆଣ୍ଡାମାନ ଓ ନିକୋବର ଦୀପ ର ନଡ଼ିଆ ଚାଷୀ ଚାରା ଉତ୍ପାଦନରେ ଅଧିକ ବ୍ୟୟ କରି କମ ଚାରା ଉତ୍ପାଦିତ କରିଥନ୍ତି । କିନ୍ତୁ ଚେଲାମ୍ମାଲ କମ ଖର୍ଚ୍ଚରେ ଜୈବିକ ଉପାୟରେ ଅଧିକ ଚାରା ଉତ୍ପାଦନ କରି ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ବର୍ତ୍ତମାନ ତାଙ୍କ ଅନୁସୃତ ପ୍ରଣାଳୀ ବ୍ୟବହାର କରି ଅନ୍ୟ ଚାଷୀ ମାନେ ସହଜରେ ଚାରା ଉତ୍ପାଦନ କରି ଚାଷ କରୁଛନ୍ତି । ସେ ନିଜେ ୧୦ ଏକର ଜମିରେ ନଡ଼ିଆ ଫାର୍ମ କରି ସଫଳ ହୋଇଥିବା ବେଳେ ବର୍ଷକୁ ୨୭ ହଜାର ଚାରା ଅମଳ କରି ଆଣ୍ଡାମାନରେ ନାରିକେଳ ବିପ୍ଳବକୁ ଦେଇଛନ୍ତି ନିଆରା ଶକ୍ତି । କୃଷି ପାଇଁ ଚଳିତ ବର୍ଷ ଦେଶର ୬ ଜଣଙ୍କୁ ପଦ୍ମଶ୍ରୀ ମିଳିଥିବା ବେଳେ ସେଥିରେ ଚେଲାମ୍ମାଲଙ୍କ ସହିତ ଅରୁଣାଚଳ ପ୍ରଦେଶର ଆଦିବାସୀ ମହିଳା ବନୌଷଧି ବିଶେଷଜ୍ଞ ଜାନୁଙ୍ଗ ଜମୋହ ଦେଶ ପାଇଁ ଗୌରବ ଆଣିଛନ୍ତି ।

Leave A Reply

Your email address will not be published.

9 − nine =