ଆଗେ ବୁଣୁ ପଛେ ବୁଣୁ , ଗର୍ଭଣାକୁ ଟୁଣୁ ଟୁଣୁ

0

ବିଭିନ୍ନତା ଭିତରେ ଏକତା ଆମର ମୂଳ ଉତ୍ସ । ଆମ ଚିନ୍ତା ଆଉ ଚେତନାର ଏକ ଭାବାତ୍ମକ ଆଲୋଡ଼ନ ହେଉଛି ଆମ ପର୍ବପର୍ବାଣି । ଉତ୍କଳ – ଯେଉଁଠି ପିଠା ପଣାର ମହକ ଘରେ ବାସୁଥାଏ , ଯେଉଁଠି ଚାଷ ଜମିର ବାସରେ ଗାଁ ଚହଟୁଥାଏ , ଯେଉଁଠି ଠାକୁରାଣୀ ପାଖରେ ଲୋକଙ୍କ ମେଳି ଜମେ , ସେମିତି ଏକ ପରମ୍ପରାମୟ ରାଜ୍ୟ ଆମ ଓଡ଼ିଶା । ଆମ ପାଇଁ ସଂକ୍ରାନ୍ତି ଓ ଅମାବାସ୍ୟା ବି ସେତିକି ଗରୁତ୍ୱ ରଖେ । କାରଣ ଏକ ସମାଜିକ ପରିବେଶରେ ଆମେ ଆମ ସଂସ୍କୃତିକୁ ଅଧିକ ସମ୍ମାନ ଦେଉ । ରଜ ସଂକ୍ରାନ୍ତି ,ମକର ସଂକ୍ରାନ୍ତି ପରି ଗର୍ଭଣା ସଂକ୍ରାନ୍ତି ବି ଆମ ପରମ୍ପରାରେ ଏକ ବିଶେଷ ଭୂମିକା ନିଭାଇଥାଏ । ଅଖି ତୃତୀୟା ପରେ ତୁଳ ମଙ୍କସର ସଂକ୍ରାନ୍ତିକୁ ଗର୍ଭଣା ସଂକ୍ରାନ୍ତି ନାମରେ ନାମିତ କରାଯାଏ । ସାଧାରଣତଃ ଗର୍ଭଣା ବା ଅଙ୍କରାନ୍ତି ଗଛର ଡ଼ାଳକୁ ପୂଜା କରି ଚାଷୀ ନିଜ ଜମିରେ ପୋତିଲେ ଫସଲ ଭଲ ଅମଳ ହୁଏ ବୋଲି ଏକ ବିଶ୍ୱାସ ଅଛି । ଏହା ଚାଷୀ କୁଳର ପର୍ବ । ଚାଷୀଟିଏ ନିଷ୍ଠାର ସହ ଏହାକୁ ପାଳନ କରିଥାଏ । କଥାରେ ଅଛି ଆଗେ ବୁଣୁ ପଛେ ବୁଣୁ , ଗର୍ଭଣାକୁ ଟୁଣୁ ଟୁଣୁ । ଅର୍ଥାତ ଏହି ସମୟରେ ଧାନ ଗଛ ଗର୍ଭ ଧାରଣ କରିସାରିଥାଏ । ତେଣୁ ଉତ୍କଳୟ ପରମ୍ପରାରେ ସମଗ୍ର ଚାଷୀକୁଳ ପାଇଁ ଏକ ମୁଖ୍ୟ ସଂକ୍ରାନ୍ତି ଭାବରେ ମନାଯାଏ ।

Leave A Reply

Your email address will not be published.

seventeen + 8 =