ଚାଷୀଙ୍କ ସହ ସବୁବେଳେ ଅଛି ଆଉ ରହିବି : ମୁଖ୍ୟମନ୍ତ୍ରୀ

ଚାଷୀଙ୍କୁ ଉତ୍ତମ ଜଳଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଜ୍ଞା ରାଜ୍ୟରେ ସବୁ ଜମିରେ ଉତ୍ତମ ଜଳସେଚନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିୟମିତ ପଦକ୍ଷେପ ନେଇଆସୁଛନ୍ତି। ଏଥିପାଇଁ କଳାହାଣ୍ଡି, କଟକ, ଢେଙ୍କାନାଳ, ଅନୁଗୁଳ ଜିଲ୍ଲା ପାଇଁ ବିଭିନ୍ନ ଜଳସେଚନ ପ୍ରକଳ୍ପର ଉଦଘାଟନ କରିଛନ୍ତି। କଳାହାଣ୍ଡି ଜିଲ୍ଲାର ସାନ୍ଦୂଳ ବ୍ୟାରେଜ୍, ଅନୁଗୁଳ ଜିଲ୍ଲାର ମନଜର ଜଳସେଚନ ପ୍ରକଳ୍ପ, ଏବଂ ରେଙ୍ଗାଲି ଡ୍ୟାମ ଓ ସମଲ ବ୍ୟାରେଜ କେନାଲ ସିଷ୍ଟମ୍ କାର୍ଯକୁ ଲୋକାର୍ପିତ କରିଛନ୍ତି। ଯାହାଦ୍ଵାରା କଳାହାଣ୍ଡି, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାର ୩୨ ହଜାର ହେକ୍ଟର ଚାଷ ଜମିକୁ ଉତ୍ତମ ଜଳସେଚନ ହୋଇପାରିବ।

ଏହି ବିଷୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚାଷୀଙ୍କ ସହ ମୁଁ ଥିଲି ଅଛି ଆଉ ଭବିଷ୍ୟତରେ ରହିବି ମଧ୍ୟ। ରାଜ୍ୟର ଚାଷୀଭାଇମାନଙ୍କ ସ୍ବାର୍ଥ ନିମନ୍ତେ ‘୫- ଟି’ ଉପକ୍ରମରେ ରାଜ୍ୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଶେଷ କରାଯାଇଛି। ଗତ ଏକ ବର୍ଷ ମଧ୍ୟରେ ଅନେକ ବଡ଼ ବଡ଼ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ କରାଯାଇ ପାଣି ଯୋଗାଇ ଦିଆଯାଉଛି। ଚାଷୀଙ୍କୁ ଅନେକ ଆର୍ଥିକ ସହାୟତା ମଧ୍ୟ କରାଯାଉଛି। ମିଶନ ଶକ୍ତି କାର୍ଯ୍ୟକ୍ରମରେ ଚାଷ ପରିବାରର ମା’ମାନେ ସବୁଠାରୁ ଅଧିକ ସାମିଲ ହୋଇଛନ୍ତି ବୋଲି ସେ କହିବା ସହିତ ଆମର ନୂଆ କାର୍ଯ୍ୟକ୍ରମରେ ‘ଆମ ଓଡ଼ିଶା ନବୀନ ଓଡିଶା’ ଓ ‘ ଲକ୍ଷ୍ମୀ ‘ ଯୋଜନାରେ ଚାଷୀ ଭାଇ ଭଉଣୀମାନେ ସବୁଠାରୁ ଅଧିକ ଉପକୃତ ହେବେ ବୋଲି ମତବ୍ୟକ୍ତ କରିଛନ୍ତି।

  • ଦିବ୍ୟାଭାରତୀ ନାୟକ
Spread the love

Leave a Comment

Your email address will not be published. Required fields are marked *

Scroll to Top
×