ସାମ୍ପ୍ରତିକ ସମୟରେ ମତ୍ସ୍ୟ ଚାଷ ଏକ ବଡ଼ ଆହ୍ୱାନ

0

ବିଶ୍ୱ ମତ୍ସ୍ୟ ଚାଷ ଅବସରରେ ଶ୍ୟାମଳ ସୁବର୍ଣ୍ଣ ତରଫରୁ ୱେବିନାର

ଓଡ଼ିଶାର ମାଛ ଚାଷ ଏବେ ସୁଦୂରପ୍ରସାରୀ ହେବାରେ ଲାଗିଛି । ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ଭାବରେ ସମ୍ମାନିତ ହୋଇଛି । ମତ୍ସ୍ୟ ସମ୍ପଦର ବିକାଶ ଏବେ ଓଡ଼ିଶାର ଅର୍ଥନୀତିର ବିକାଶରେ ପ୍ରମୁଖ ମଙ୍ଗ ସାଜିଛି । ବର୍ତ୍ତମାନର ଯୁବସମାଜ ମତ୍ସ୍ୟ ଚାଷକୁ ସମ୍ବଳ କରି ଉଦ୍ୟୋଗୀ ବି ହେଉଛନ୍ତି । ନିଜ ଗାଁରେ ପୋଖରୀ ଖୋଳି ମାଛ ଚାଷ କରି ନିଜେ ରୋଜଗାରକ୍ଷମ ବି ହୋଇପାରୁଛନ୍ତି । ପ୍ରତିବର୍ଷ ନଭେମ୍ବର ୨୧କୁ ବିଶ୍ୱ ମତ୍ସ୍ୟ ଦିବସ ଭାବରେ ପାଳନ କରାଯାଏ । ଏହି ଅବସରରରେ ଓଡ଼ିଶାର କୃଷି ଭିତ୍ତିକ ତ୍ରୈମାସିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣ ତରଫରୁ ଜଳବାୟୁ ପରିବର୍ତ୍ତନ ଓ ମତ୍ସ୍ୟ ଉତ୍ପାଦନ ଶୀର୍ଷକ ୱେବିନାର ଅନୁଷ୍ଠିତ ହୋଇଥିଲା ।

nano urea

ଏଥିରେ ମୁଖ୍ୟ ଅତିଥି ଭାବରେ ସିଫ୍ରିର ନିର୍ଦ୍ଦେଶକ ବିଶିଷ୍ଟ ମତ୍ସ୍ୟ ବିଜ୍ଞାନୀ ଡ଼ ବସନ୍ତ କୁମାର ଦାସ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଆଇ.ସି.ଏ.ଆର ର ଏଡ଼ିଜି(ଇନଲ୍ୟାଣ୍ଡ ଫିସେରୀ) ଡ଼ ବିମଳ ମହାନ୍ତି ତଥା ବିଶିଷ୍ଟ ଅତିଥି ଭାବରେ ମତ୍ସ୍ୟ ମହାବିଦ୍ୟାଳୟ , ଓୟୁଏଟିର ଅଧ୍ୟାପକ ଡ଼ ଗଣେଶ ଚନ୍ଦ୍ର କୁଣ୍ଡ,ସହଯୋଗୀ ପ୍ରଫେସର ଡ଼ ସୁଶାନ୍ତ କୁମାର ପାତ୍ର , ପର୍ଯ୍ୟବେକ୍ଷକ ଓ କଳିଙ୍ଗକ୍ରୋନିକଲର ମୁଖ୍ୟ ସମ୍ପାଦକ ଡ଼ ପବିତ୍ର ମୋହନ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ । ଶ୍ୟାମଳ ସୁବର୍ଣ୍ଣ ମୁଖ୍ୟ ସମ୍ପାଦକ ଡ଼ି ଶୁଭମ୍‌ ସ୍ୱାଗତ ଭାଷଣ ଦେଇ ମତ୍ସ୍ୟ ଦିବସର ଆଭିମୁଖ୍ୟ କହିଥିବା ବେଳେ ମୁଖ୍ୟ ଅତିଥି ଡ଼ ବି.କେ.ଦାସ ଜଳବାୟୁ ପରିବର୍ତ୍ତନ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । ମାଛ ଆମ ଶରୀର ପାଇଁ ଅନେକ ଉପଯୋଗୀ ହୋଇଥାଏ ତଥା ସରକାରଙ୍କ ମତ୍ସ୍ୟ ଉତ୍ପାଦନ ଯୋଜନା ବିଷୟରେ ଡ଼ ବିମଳ ମହାନ୍ତି ବର୍ଣ୍ଣନା କରିଥିଲେ । ଓଡ଼ିଶାର ମତ୍ସ୍ୟ ଉତ୍ପାଦନର ଚାହିଦା ତଥା ଏହାର ଉତ୍ପାଦନ ହାର ବିଷୟରେ ଡ଼ ଗଣେଶ ଚନ୍ଦ୍‌୍ର କୁଣ୍ଣ ସଂକ୍ଷିପ୍ତ ଭାବରେ ବୁଝାଇଥିଲେ । କାଯ୍ୟକ୍ରମରେ ଅନେକ ମାଛ ଚାଷୀ ତଥା କୃଷି ଓ ମତ୍ସ୍ୟ ବିଜ୍ଞାନୀ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ପତ୍ରିକାର ସଦସ୍ୟ ବିଜ୍ଞାନ ମିହିର ରାଉତ ଧନ୍ୟବାଦ ଦେଇଥିବା ବେଳ ନିରଦ ବରଣ ଦଳେଇ କାଯ୍ୟକ୍ରମ ସଂଯୋଜନା କରିଥିଲେ ।

Leave A Reply

Your email address will not be published.

16 − 13 =