ମୁଖ୍ୟମନ୍ତ୍ରୀ ମକା ମିଶନର ସମୀକ୍ଷା କଲେ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପଣ୍ଡିଆନ

0

ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ମୁଖ୍ୟମନ୍ତ୍ର ମକା ମିସନ। ଏହା ପରେ ରାଜ୍ୟରେ ମକା ଉତ୍ପାଦନ କ୍ଷେତ୍ରରେ ୫୧ ପ୍ରତିଶତ ବୃଦ୍ଧି ପାଇଛି। ଚଳିତ ବର୍ଷ ଫସଲ ଉତ୍ପାଦନରେ ଶତକଡା ୫୧ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ମକାର ସଂଗ୍ରହ ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ନ‌ଭେମ୍ବର ଶେଷ ସୁଦ୍ଧା ଏଫପିଓ ଜରିଆରେ ୪୪, ୭୩୦ କ୍ରିଣ୍ଟ୍ରାଲ୍‌ର ମକା ସଂଗ୍ରହ କରାଯାଇଛି । ଏହାର ସଂଗ୍ରହ ମୂଲ୍ୟ ଏମଏସ୍‌ପି ଠାରୁ ମଧ୍ୟ ଅଧିକା ମକା ଚାଷୀ ଯେପରି ଉଚିତ୍ ମୂଲ୍ୟ ପାଇପାରିବେ ସେଥିପାଇଁ ଅଧିକ ଏଫ୍‌ପିଓ ଗଠନ ସହିତ ସେମାନଙ୍କ ଦ୍ଵାରା ମକା ସଂଗ୍ରହ ଜାରି ରଖିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ମକା ମିସନ ସମକ୍ଷା ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅନୁରୂପ ଭାବରେ ଓରମାସ୍ ମଧ୍ଯ ମକାର ପ୍ରାଥମିକ ପ୍ରକ୍ରିୟାକରଣ ଓ ମାର୍କେଟିଂରେ ସ‌ହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଚଳିତ ବର୍ଷ ଶେଷ ସୁଦ୍ଧା ୧୫ଟି ଏଫ୍‌ପିଓ ଗଠନ କରାଯିବ । ୪ ମହିଳା ଏଫ୍‌ପିଓ ସମେତ ୧୩ଟି ଇତିମଧ୍ୟରେ ଗଠିତ ହୋଇସାରିଛି । ଏହା ମଧ୍ୟରୁ ୪ଟି ଏପ୍‌ପିଓ କେବଳ ମହିଳାଙ୍କ ଦ୍ବାରା ପରିଚାଳିତ ହେଉଛି। ମିଶନର ପ୍ରଥମ ବର୍ଷରେ ୨୦ ହଜାର ମେଟ୍ରିକ ଟନ୍ ମକା ସଂଗ୍ରହ ଓ ମାର୍କେଟିଂ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ନବରଙ୍ଗପୁର, କୋରାପୁଟ, ଗଜପତି ଓ ନୂଆପଡ଼ା ଜିଲ୍ଲାରେ ମକା ମିଶନ କାର୍ଯ୍ୟକାରୀ କରାଯାଉଛି।

nano urea

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ପାନ ଚାଷୀ, କିଆଫୁଲ, ଓ ଲେମନ୍ ଗ୍ରାସ ଚାଷୀଙ୍କ କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ, ପାନ ଚାଷୀଙ୍କ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ, ଆପିକଲ୍‌ ଜରିଆରେ କିଆଫୁଲ ପ୍ରୋସେସିଂ ୟୁନିଟ୍ ପାଇଁ ମଧ୍ୟ ଘୋଷଣା କରାଯାଇଥିଲା । ଏହା ଦ୍ବାରା ଉଭୟ ପାନ ଚାଷୀ ଓ କିଆଫୁଲ ଚାଷୀ ଉପକୃତ ହୋଇପାରିବେ । କୋରାପୁଟରେ ଲେମନ୍ ଗ୍ରାସ୍ ଚାପର ବିଶେଷ ଆଦର ରହିଥିବାରୁ ସେଠାରେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ହର୍ଟିକଲଚର ମିସନ ପ୍ଲସ ଅଧୀନରେ ୮୪ ହଜାର ଟଙ୍କା ଏବଂ ଏନଏଚ୍ଏମରେ ୧୬ ହଜାର ଟଙ୍କା ଏହିପରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷଣା କରାଯାଇଥିବା ସହାୟତାଗୁଡିକୁ ୨୬ ଜାନୁଆରି ୨୦୨୪ ପୂର୍ବରୁ କାର୍ଯ୍ୟକାରୀ ହେବ । ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ସୁରେଶ କୁମାର ମହାପାତ୍ର, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ ଓ ସମବାୟ ସଚିବଙ୍କ ସମେତ ନବରଙ୍ଗପୁର, ଗଞ୍ଜାମ, ପୁରୀ ଓ କୋରାପୁଟର ଜିଲ୍ଲାପାଳ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

1 × 1 =