ଅମଳ ପରବର୍ତ୍ତୀ ପରିଚାଳନା ବିଭିନ୍ନ ଉପାୟରେ କରାଯାଏ, ଯଥା: ଘରୋଇ ଉପାୟ ଏବଂ ରାସାୟନିକ ଉପାୟ। ଘରୋଇ ଉପାୟ: ନିମ୍ବ ମଞ୍ଜି ଗୁଣ୍ଡ ମିଶାଇ ଅମଳ ଶସ୍ୟର ସୁରକ୍ଷା ସୁନିଶ୍ଚିତ କରିହେବ। ରାସାୟନିକ ଉପାୟ: ବିଭିନ୍ନ ରାସାୟନିକ ବିଷ ବ୍ୟବହାର କରି ମଧ୍ୟ ଶସ୍ୟ ସୁରକ୍ଷା କରିହେବ। ପନିପରିବାର ସୁରକ୍ଷା ବିନା ଔଷଧରେ କରିବା ପାଇଁ ଚାଳ ଛପର ଘରେ ସାଇତି ରଖି ଚାଳ ଉପରେ ପାଣି ସିଞ୍ଚନ କଲେ ଘର ଭିତର ତାପମାତ୍ରା କମିଯାଏ ଏବଂ ପନିପରିବା ସୁରକ୍ଷିତ ରହେ। ଉତ୍ପାଦିତ କୃଷି ଦ୍ରବ୍ୟକୁ ଲାଭପ୍ରଦ ମୂଲ୍ୟରେ ବିକ୍ରି କରିବା ପର୍ଯ୍ୟନ୍ତ ବୈଜ୍ଞାନିକ ପଦ୍ଧତିରେ ସାଇତିବା ପାଇଁ ରାଜ୍ୟର ମୁଖ୍ୟ ବଜାର କେନ୍ଦ୍ର ମାନଙ୍କରେ ବୃହତ୍ ଗୋଦାମ ସୁବିଧା ଓଡ଼ିଶା ରାଜ୍ୟ କୃଷି ବିହନ ପରିଷଦ ଦ୍ୱାରା ସୃଷ୍ଟି କରାଯାଇଛି।
![nano urea](https://shyamalasubarna.com/wp-content/uploads/2021/09/Nano-Urea-Advertisement.jpg)
କେବଳ ଉତ୍ପାଦକତା ବୃଦ୍ଧି କରିବା କୃଷି ପ୍ରଗତିର ଲକ୍ଷ୍ୟ ନୁହେଁ। ଉତ୍ପାଦିତ ଦ୍ରବ୍ୟ ପାଇଁ ସର୍ବାଧିକ ମୂଲ୍ୟ ପାଇବା ଆବଶ୍ୟକ। ଅମଳ ପରବର୍ତ୍ତୀ ସମୟରେ ଉପଯୁକ୍ତ ପ୍ରକ୍ରିୟାକରଣ, ବର୍ଗୀକରଣ, ପ୍ୟାକିଙ୍ଗ୍, ପରିବହନ ଓ ସାଇତା ମାଧ୍ୟମରେ ଉତ୍ପାଦିତ କୃଷି ଦ୍ରବ୍ୟର ମୂଲ୍ୟବୃଦ୍ଧି କରାଯାଇ ପାରିବ। କୃଷି ଦ୍ରବ୍ୟ ଉପଯୁକ୍ତ ପରିଚାଳନା ଅଭାବରୁ ଶତକଡ଼ା ୩୦ ଭାଗ ପର୍ଯ୍ୟନ୍ତ ନଷ୍ଟ ହେବାର ଆଶଙ୍କା ଥାଏ। ଏହାଦ୍ୱାରା ଚାଷୀ କମ୍ ମୂଲ୍ୟ ପାଇଥାଏ। ରାଜ୍ୟରେ କୃଷକଙ୍କ ଆୟ ସୀମା ବୃଦ୍ଧି କରିବାରେ ଅମଳ ପରବର୍ତ୍ତୀ ଯତ୍ନ, ପ୍ରକ୍ରିୟାକରଣ ଓ ସାଇତା କାର୍ଯ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ।
ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ