ଚାଷ ଜମିରେ ପ୍ରାଣମୃତର ବ୍ୟବହାର

0


ଆବଶ୍ୟକୀୟ ଉପାଦାନ- କୁକୁଡ଼ା ଖତ(୧୫୦ କିଗ୍ରା) , ସୋରିଷ ପିଡ଼ିଆ(୨୫କିଗ୍ରା) , ପାଉଁଶ(୫୦କିଗ୍ରା) , ପାଣି(୨୦୦ଲିଟ

nano urea

ପ୍ରସ୍ତୁତି ପ୍ରଣାଳୀ- ସର୍ବପ୍ରଥମେ ଜମିରେ ଗାତ ଖୋଳି ଗୋଟିଏ ପ୍ଲାଷ୍ଟିକ ଚଟ ବିଛାନ୍ତୁ । ଏହି ଚାରୋଟି ସାମଗ୍ରୀକୁ ଏକତ୍ର ମିଶ୍ରଣ କରନ୍ତୁ । ଏହା ପରେ ଅଖା ବସ୍ତା ବା ଛଣ ଦେଇ ଘୋଡ଼ାଇ ଦିଅନ୍ତୁ । ସକାଳ ଓ ସଂଧ୍ୟା ସମୟରେ ଏଥିରେ ପାଣି ଥିବା ଦରକାର । ଯଦି ପାଣି ଶୁଖିଯାଇଥିବ ତାହେଲେ କିଛି ପାଣି ସିଂଚନ କରିବା ଆବଶ୍ୟକ । ତିନି ଦିନ ପରେ ଭୂତାଣୁ ନଜର ଆସିବେ , ସେବେ ହିଁ ଏହାକୁ ବ୍ୟବହାର କରାଯିବ ।

ପ୍ରୟୋଗ ବିଧି- ଏହାକୁ ବ୍ୟବହାର କରିବା ଦ୍ୱାରା ଜମିକୁ ଉପଯୁକ୍ତ ପରିମାଣରେ ଯବକ୍ଷାରଜାନ , ଫସଫରସ ଓ ପଟାସ ମିଳିପାରିଥାଏ । ଏହାର ବ୍ୟବହାର ଫଳରେ ରାସାୟନିକ ସାରର ଉପଦ୍ରବ ହ୍ରାସ ହେବା ସହିତ ଏହା ମାଟିର ଉର୍ବରତା ମଧ୍ୟ ବୃଦ୍ଧି କରେ । ଏହାକୁ ଏକ ଅଖା ଭିତରେ ବାନ୍ଧି ଛାଇ ଜାଗା ଭିତରେ ବା ଥଣ୍ଡା ଜାଗାରେ ରଖି ୬ମାସ ଯାଏଁ ବ୍ୟବହାର କରିପାରିବେ ।

Leave A Reply

Your email address will not be published.

eighteen + 15 =