ବିଶ୍ଵ ବଜାରରେ ମହକିବ ସ୍ୱାଭିମାନ ଅଞ୍ଚଳର ହଳଦୀ

0

ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ମହିଳାମାନେ ବର୍ତ୍ତମାନ ହଳଦୀ ଚାଷକୁ ଆପଣେଇ ସ୍ବାବଲମ୍ବୀ ହେବାରେ ଲାଗିଛନ୍ତି। ସେମାନେ ସେହି ସ୍ୱାଭିମାନ ଅଞ୍ଚଳର ହଳଦୀକୁ ବିଶ୍ଵ ବଜାରରେ ସ୍ଥାନ ଦେବାରେ ପ୍ରୟାସ ଜାରି ରଖିଛନ୍ତି। ମାଲକାନଗିରି ର ସ୍ୱାଭିମାନ ଅଞ୍ଚଳ ପୂର୍ବରୁ ମାଓଗଡ ଏଵଂ ଗଞ୍ଜେଇ ଚାଷ ପାଇଁ ଉତ୍ସର୍ଗୀକୃତ ଥିଲା। କିନ୍ତୁ ବର୍ତ୍ତମାନ ଚାଷୀମାନେ ଗଞ୍ଜେଇ ଚାଷ ଛାଡ଼ି ଅନ୍ୟାନ୍ୟ ଚାଷ ମଧ୍ୟ କରୁଛନ୍ତି। ବର୍ତ୍ତମାନ ସ୍ୱାଭିମାନ ଅଞ୍ଚଳରେ ଲୋକେ ପନିପରିବାଠାରୁ ଆରମ୍ଭ କରି କଦଳୀ ଏଵଂ ହଳଦୀ ଚାଷ କରି ଆର୍ଥିକ ଲାଭବାନ ହୋଇପାରିଛନ୍ତି।

nano urea

ବର୍ତ୍ତମାନ ଅର୍ଥକାରୀ ହଳଦୀ ଚାଷ କରି ସେହି ଅଞ୍ଚଳର ଉଭୟ ପୁରୁଷ ଏବଂ ମହିଳାମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି। ସରକାରଙ୍କ ମିଶନ ଶକ୍ତି ଜରିଆରେ ମହିଳାମାନଙ୍କୁ ସାହାଯ୍ୟ ଯୋଗାଇ ଦିଆଯାଉଛି, ଏହିପରି ଆଗକୁ ମଧ୍ୟ ଅନେକ ସାହାଯ୍ୟ ଯୋଗାଇଦିଆଯିବ। କିଭଳି ସ୍ୱାଭିମାନ ଅଞ୍ଚଳର ହଳଦୀକୁ ବିଶ୍ଵ ବଜାରରେ ବିକ୍ରି କରାଯାଇପାରିବ ସେଥିପ୍ରତି ମଧ୍ୟ ସରକାର ଧ୍ୟାନ ଦେଉଛନ୍ତି। ଚାଷ ପାଇଁ ଜଳସେଚନ ବ୍ୟବସ୍ଥା ନଥିବାରୁ ଚାଷୀମାନେ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଜଳ ଯୋଗାଣର ସୁବିଧା ରହିଲେ ଚାଷୀମାନେ ଆହୁରି ଉତ୍ତମ ଫସଲ ଅମଳ କରିପାରିବେ ବୋଲି ଅନୁମାନ କରାଯାଉଛି। ଉକ୍ତ ଅଂଚଳରେ ବଜାରର ସୁବ୍ୟବସ୍ଥା ନଥିବାରୁ ଚାଷୀମାନେ ନିଜ ଅମଳ ଫସଲ ବିକିବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଛନ୍ତି।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Leave A Reply

Your email address will not be published.

ten + 18 =