ଷ୍ଟ୍ରବେରୀ ଚାଷର ମଙ୍ଗ ଧରିଛନ୍ତି ଆଦିବାସୀ ମହିଳା

କନ୍ଧମାଳ ଜିଲ୍ଲାର ବେରତାକିଆ ଗାଁର ଚନ୍ଦ୍ରମା ପ୍ରଧାନ ନାମକ ଜଣେ ମହିଳା ଷ୍ଟ୍ରବେରୀ ଚାଷ କରି ଏବେ ଏକ ମୁଖ୍ୟ ଚାଷୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ଏହି ଚାଷ କରି ଚନ୍ଦ୍ରମା ପ୍ରଧାନ ନିଜର ଭରଣ ପୋଷଣ କରିବା ସହ ଅନ୍ୟ କିଛି ମହିଳାଙ୍କ ପରିବାରକୁ ମଧ୍ୟ ରୋଜଗାରକ୍ଷମ କରାଇଛନ୍ତି। ଯାହାକି ସମସ୍ତେ ମିଳିମିଶି ନିଜର ଆର୍ଥିକ ଉପର୍ଜନକୁ ବୃଦ୍ଧି କରିପାରିଛନ୍ତି। ସମସ୍ତ ମହିଳାମାନଙ୍କୁ ନେଇ ଅନ୍ନପୂର୍ଣ୍ଣା ସ୍ୱୟଂ ସହାୟକ ଗୋଷ୍ଠୀ ରହିଛି। ମିଶନ ଶକ୍ତି ସାହାଯ୍ୟରେ ମହିଳାମାନେ ଷ୍ଟ୍ରବେରୀ ଚାଷର ଉନ୍ନତ ପ୍ରଣାଳୀ ବିଷୟରେ ଜ୍ଞାନ ଆହରଣ କରି ସମ୍ପୁର୍ଣ୍ଣ ଜୈବିକ ଉପାୟରେ ଚାଷ କରି ଆବଶ୍ୟକ ଅନୁସାରେ ଲାଭ ପାଇପାରୁଛନ୍ତି।

ଚନ୍ଦ୍ରମା ପ୍ରଧାନ ଦୁଇ ବର୍ଷ ତଳେ ମିଶନ ଶକ୍ତି ମାଧ୍ୟମରେ ନୂତନ ଭାବେ ଷ୍ଟ୍ରବେରୀ ଚାଷ ବିଷୟରେ ଜାଣିଥିଲେ, ସେହି ସମୟରେ ସରକାରୀ ଅଧିକାରୀଙ୍କ ଦ୍ଵାରା ଓ ଅଭିଜ୍ଞ ବିଶେଷଜ୍ଞଙ୍କ ସାହାଯ୍ୟରେ ତାଲିମ ମଧ୍ୟ ଦିଆଯାଇଥିଲା। ମିଶନ ଶକ୍ତି ଦ୍ଵାରା ରାଜ୍ୟର ଏକ ଲକ୍ଷ ଆଦିବାସୀ ମହିଳା ଚାଷୀଙ୍କ ଆୟ ଦୁଇଗୁଣ କରିବାକୁ ସରକାର ଯୋଜନା କରିଥିବା ବେଳେ ସେଥିରେ କନ୍ଧମାଳ ଜିଲ୍ଲା ମଧ୍ୟ ଅନ୍ତର୍ଭୁକ୍ତ ରହିଛି। କନ୍ଧମାଳ ଜିଲ୍ଲାରେ ଷ୍ଟ୍ରବେରୀ ଚାଷ ଜୈବିକ କୃଷି ପଦ୍ଧତିରେ କରାଯାଉଥିବାରୁ, ଏହାର ବ୍ୟବସାୟ ଓରମାସ ସାହାଯ୍ୟରେ କରାଯାଉଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×