ମିଶନ୍‌ ଶକ୍ତି କାଫେ ପରିଚାଳନା ପାଇଁ ତାଲିମ ଶିବିର

0

ରାଜ୍ୟରେ ମିଶନ୍‌ ଶକ୍ତି ମହିଳା ମାନେ ଏବେ ସ୍ୱାବଲମ୍ବୀ ହେବା ସହ ନିଜେ ନିଜର ପରିବାର ପ୍ରତିପୋଷଣ କରିପାରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଦିଗଦର୍ଶନରେ ଏହା ଏବେ ସୁଦୂରପ୍ରସାରୀ ହୋଇପାରିଛି । ଏହି ଉପକ୍ରମରେ ଆଇ.ଏଚ.ଏମ୍‌ ଭୁବନେଶ୍ୱର ଠାରେ ଏକ ଦଶ ଦିନିଆ ପ୍ରଶିଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମିଶନ୍‌ ଶକ୍ତି ମହିଳା ମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୯ଟି ଜିଲ୍ଲାର ୩୩ଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କୁ ମିଶନ୍‌ ଶକ୍ତି କାଫେ ପରିଚାଳନା ପାଇଁ ଏକ କର୍ମଶାଳା କରାଯାଇଥିଲା । ଶେଷରେ ମିଶନ୍‌ ଶକ୍ତିର ସଚିବ ଶ୍ରୀମତୀ ସୁଜାତା କାର୍ତ୍ତକେୟନ ମହିଳା ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.

sixteen + 11 =