ଏ ସପ୍ତାହର କୃଷି ପାଣିପାଗ

ପ୍ରତି ଶୁକ୍ରବାର କୃଷି ବିଜ୍ଞାନୀ ମୀରା ମହାନ୍ତି ଙ୍କ ଦ୍ଵାରା ପ୍ରକାଶିତ ହେବ – କୃଷି ପାଣିପାଗର ସ୍ଵତନ୍ତ୍ର ସ୍ତମ୍ଭ

ବର୍ତ୍ତମାନ ଚାଷୀମାନେ ଖରିଫ ଧାନ ଚାଷ ପାଇଁ ତତ୍ପର ରହିଛନ୍ତି, ତେଣୁ ବର୍ଷା ଜଳର ବିନିଯୋଗ କରି ଧାନ ଚାଷର ପ୍ରାଥମିକ ପ୍ରଣାଳୀ ତଥା ଜମିକୁ ଭଲ ଭାବେ କାଦୁଆ କରି ମୂଳସାର ପ୍ରୟୋଗ କରି ରୁଆ କାର୍ଯ୍ୟ ଶେଷ କରିଦେବା ଆବଶ୍ୟକ। ମୃତ୍ତିକା ପରୀକ୍ଷା କରି ସଠିକ୍ ଭାବେ ଆବଶ୍ୟକ ହେଉଥିବା ସାର ପ୍ରୟୋଗ କରିବା ଅମଳ ପ୍ରତି ଲାଭଜନକ ହୋଇଥାଏ। ସେହିପରି ଆଖୁ ଫସଲରୁ ଅଧିକ ଜଳ ନିଷ୍କାସନର ବ୍ୟବସ୍ଥା ରହିବା ଆବଶ୍ୟକ। ଆଖୁ ଫସଲକୁ ଉପଯୁକ୍ତ ସମୟ ବ୍ୟବଧାନରେ ଜଳସେଚନ ଦିଆଯିବା ଉଚିତ୍। ଏହି ଋତୁରେ ଆଖିରେ ସଅଁଳ କାଣ୍ଡ ବିନ୍ଧାପୋକ ଦେଖାଦେଇଥାଆନ୍ତି। ତେଣୁ ଏହା ଦୃଷ୍ଟିଗୋଚର ହେଲେ ଆବଶ୍ୟକ ଅନୁସାରେ ଉପଯୁକ୍ତ କୀଟନାଶକ ପ୍ରୟୋଗ କରାଯାଇଥାଏ।

ବାଇଗଣ ଓ ଲଙ୍କା ଜାତୀୟ ଫସଲରେ ଝାଉଁଳା, ପତ୍ରଖିଆ ଏବଂ ଫଳବିନ୍ଧା ରୋଗ ଦେଖାଦେଇଥାଏ। ତେଣୁ ଝାଉଁଳା ଗଛଗୁଡ଼ିକୁ ଓପାଡି ଫିଙ୍ଗିଦେବା ସହ ନିମ୍ବ କିମ୍ବା ପିଡ଼ିଆ ପ୍ରୟୋଗ କରିବା ଆବଶ୍ୟକ। ପତ୍ରଖିଆ ଓ ଫଳବିନ୍ଧା ପୋକକୁ ରୋକିବା ପାଇଁ ଉପଯୁକ୍ତ କୀଟନାଶକ ପ୍ରୟୋଗ କରାଯାଇଥାଏ। ସେହିପରି ପଶୁପାଳନରେ ବ୍ୟାପୁଥିବା ରୋଗକୁ ଧ୍ୟାନ ଦେବା ଉଚିତ୍। ଆଦ୍ର ପରିବେଶରେ ଗୁହାଳ ଭିତରେ ରୋଗ ବ୍ୟାପିବାର ଆଶଂକା ରହିଥାଏ, ତେଣୁ ଏହାକୁ ନିୟମିତ ଭଲ ଭାବେ ସଫା କରାଯିବ ଉଚିତ୍। ଏହାସହ ଉପଯୁକ୍ତ ସମୟରେ ସଠିକ୍ ଟୀକାକରଣ ମଧ୍ୟ କରାଯିବ ଉଚିତ୍। ଏତଦ୍ ବ୍ୟତୀତ, ମତ୍ସ୍ୟ ଚାଷୀମାନେ ଭାକୁର, ରୋହି ଓ ମିରିକାଳି ଭଳି ତିନି ପ୍ରକାର ଚାଷ କରିବାକୁ ହେଲେ କିମ୍ବା ମିଶ୍ରିତ ମାଛ ଚାଷ ଉତ୍ପାଦନ କରିବାକୁ ହେଲେ ଉପଯୁକ୍ତ ପରିମାଣର ବିଭିନ୍ନ ଯାଆଁଳ ସଂଗ୍ରହ କରିବାକୁ ପଡ଼ିଥାଏ। କିନ୍ତୁ ଯେକୌଣସି ପରିସ୍ଥିତିରେ ଜଳର ଗଭୀରତା ୫ ଫୁଟରୁ କମ୍ ନରହିବା ଆବଶ୍ୟକ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×