ଚାଷୀ ଘରର ନିଆରା ପରମ୍ପରା ଗର୍ଭଣା ସଂକ୍ରାନ୍ତି

ଓଡ଼ିଶାର ପର୍ବପର୍ବାଣି ଗୁଡ଼ିକ ଋତୁ, ଧର୍ମ ଓ ସାମାଜିକ ଭିତ୍ତିରେ ପାଳନ କରାଯାଏ । ତନ୍ମଧ୍ୟରୁ ଅନେକ ପର୍ବ କୃଷି ସମ୍ବନ୍ଧୀୟ । ତୁଳା ମାସର ସଂକ୍ରାନ୍ତି ଗର୍ଭଣା ସଂକ୍ରାନ୍ତି ନାମରେ ଜଣାଯାଏ। ଏହି ସଂକ୍ରାନ୍ତି ବେଳକୁ ଧାନ ଗଛର ଗର୍ଭରେ ଧାନ କେଣ୍ଡା ବାହାରେ। ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ପ୍ରବାଦ ରହିଛି। ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିବାରୁ ଚାଷୀ ମାନଙ୍କ ପରିବାର ଲୋକେ ଏହାକୁ ନିଷ୍ଠାର ସହିତ ପାଳନ କରନ୍ତି।ଆଜିର ଦିନ ଗର୍ଭଣା ସଂକ୍ରାନ୍ତି ସୁଦ୍ଧା ସବୁ ଧାନ କ୍ଷେତରେ ଥୋଡ ଆସିଯାଏ ବୋଲି ବିଶ୍ୱାସ ରହିଛି। ପ୍ରତିଟି ଚାଷୀ ଘରେ ଏହାକୁ ଉଲ୍ଲାସର ସହ ପାଳନ କରାଯାଇଥାଏ।

କ୍ଷେତରେ କିଭଳି ଭଲ ଫସଲ ହେବ ଓ ରୋଗପୋକ ଦାଉରୁ କିପରି ଫସଲ ସୁରକ୍ଷିତ ରହିବ ସେନେଇ ବିଲ ହୁଡ଼ାରେ ମା’ଲକ୍ଷ୍ମୀଙ୍କ ପାଖରେ ବିଭିନ୍ନ ଭୋଗ ଲାଗି କରାଯାଏ।ଯଦିଓ ଏହା ପଛରେ କୌଣସି ବୈଜ୍ଞାନିକ କାରଣ ନାହିଁ, ତଥାପି ଲୋକକଥା ଅନୁଯାୟୀ ଓଡ଼ିଶା ଓ କର୍ଣ୍ଣାଟକରେ ଏହାକୁ ନିଷ୍ଠାର ସହ ପାଳନ କରାଯାଏ। ପୃଥିବୀର ଏହି ପ୍ରଧାନ ଶସ୍ୟକୁ ମହାଲକ୍ଷ୍ମୀ ଭାବରେ ଗ୍ରହଣ କରାଯାଏ। ଅନେକ ସ୍ଥାନରେ ଲୋକେ ଗର୍ଭ ପୁରାଇ ଭୋଜନ ମଧ୍ୟ କରିଥାନ୍ତି। ସର୍ବୋପରି କହିବାକୁ ଗଲେ ଏହା ଆମ ଧର୍ମ ଓ ବିଶ୍ୱାସର ଏକ ବିଶେଷ ଦିନ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×