ମଣିଷ ତିଆରି କାରଖାନା ଗଢୁଥିବା ଅନନ୍ୟ ଗୁରୁ ସଚିନ୍‌

0

ଗୁରୁ ହେବା ପାଇଁ ପଦପଦବୀ କି ଉଚ୍ଚଶିକ୍ଷାର ଆବଶ୍ୟକତା ନଥାଏ । ମାନବିକତାର ପରିଚୟ ଦେଇ ମୂଲ୍ୟବୋଧକୁ ବୁଝିପାରୁଥିବା ମଣିଷ ଟିଏ ବି ଗୁରୁ ହୋଇପାରେ । ସ୍ୱଳ୍ପ ସଂଚିତ ଅର୍ଥରୁ ଅଭାବ ଅନଟନରେ ଦିନ କାଟୁଥିବା ପିଲାଙ୍କୁ ଆଲୋକର ସଂଜିବନୀ ଦେଖାଇପାରୁଥିବା ମଣିଷଟିଏ ବି ଗୁରୁ ହେଇପାରେ । ପାଟିକୁ ଦି ମୁଠା ଭାତ ଆଉ ହାତକୂ ଦି ଖଣ୍ଡ ବହି ଯୋଗାଇପାରୁଥିବା ମଣିଷ ବି ଗୁରୁ ହୋଇପାରେ । ନିଜ ପାଇଁ ନୁହେଁ ଅନ୍ୟର ସୁଖ ଦୁଃଖରେ ସାଥ୍‌ ହୋଇ ବଂଚିପାରୁଥିବା ମଣିଷଟିଏ ବି ଗୁରୁ ହୋଇପାରେ । ଆଉ ଏସବୁୁକୁ ଯଥାର୍ଥ ଭାବରେ ନିଜ ଜୀବନରେ ପ୍ରତିପାଦିତ କରି ଆଜି ଅନେକ ନିରୀହ ପିଲାଙ୍କ ଜିବନରେ ରଂଗ ଭରିଥିବା ସେମିତି ଜଣେ ଗୁରୁ ହେଉଛନ୍ତି ଭୁବନେଶ୍ୱରର ଦାରୁଠେଙ୍ଗ ନିବାସୀ କୃଷକ ନେତା ସଚିନ ମହାପାତ୍ର ।

nano urea

କୃଷକ ନେତାଟିଏ ହେଲେ ଯେ କେବଳ ରାଜନୀତି କରିବା ତାହା ନୁହେଁ ବରଂ ରାଜ୍ୟ ତଥା ଦେଶର କୃଷକ ମାନଙ୍କ ସ୍ୱାର୍ଥ ପାଇଁ ନିଜକୁ ସାମିଲ କରି , ଅନ୍ନ ଯୋଗାଉଥିବା ଅନ୍ନଦାତା ମାନଙ୍କ ପାଇଁ ସଂଗ୍ରାମ ଆଉ ସଂଘର୍ଷ କରିବାର ଝୁଙ୍କ ଆଜି ତାଙ୍କୁ କୃଷକ ନେତାର ପରିଚୟ ଦେଇଛି । କେବଳ ଯେ ଭଲ ପାଠ ପଢ଼ଥିବା ବ୍ୟକ୍ତି ଗୁରୁ ପଦବାଚ୍ୟ , ତହାକୁ ଭୁଲ ପ୍ରମାଣିତ କରିଛନ୍ତି ସଚିନ୍‌ । କେଉଁଠି ବଜ୍ରପାତରେ କୃଷକର ମୃତ୍ୟୁ ତ କେଉଁଠି ଅନାହାରରେ ବିଷ ପିଇ ଚାଷୀର ମୃତ୍ୟୁ , ଏସବୁ ପରିସ୍ଥିତିରେ ଦେବଦୂତ ପରି ସେମାନଙ୍କ ପରିବାର ପାଖରେ ଠିଆ ହୋଇ ସେମାନଙ୍କ ପିଲାଙ୍କୁ କୋଳେଇ ନେଇ ଅଭାବ ଅନଟନ ଭିତର ମୁଲକର ପାଚେରୀ ଭିତରୁ ସେମାନଙ୍କୁ ପାଠ ପଢିବା ଯାଏଁ ସଚିନ୍‌ ସାଥ ଦେଇ ଆସନ୍ତି । ଏମିତି ଅନେକ ପିଲାଙ୍କ ମଧୁମୟ ଜୀବନରେ ମଧୁ ଭରି ସଚିନ୍‌ ସାଜିଛନ୍ତି ଗୁରୁ ।

ଆଦିବାସୀ ଇଲାକା ଅଂଚଳର ଅନେକ ପିଲାଙ୍କୁ ସଚିନ୍‌ ଆଜି ମୂଲ୍ୟବୋଧର ଜ୍ଞାନ ଦେଇଛନ୍ତି । ଆଶା କରିଣ ନାମରେ ମଣିଷ ତିଆରି କାରଖାନା ଗଢି ସବୁଆଡୁ ପ୍ରଶଂସା ସାଉଁଟୁଛନ୍ତି ସଚିନ୍‌ ।୨୦୧୭ରେ ସ୍ଥାନୀୟ ମୁଣ୍ଡାସାହିରେ ବସ୍ତି ପିଲାଙ୍କ ମନରେ ପୁସ୍ତକ ନିଶା ଭରିବାରେ ସଚିନ୍‌ଙ୍କ ଅବଦାନ ଅତୁଳନୀୟ । ଯେଉଁ ମାନେ ଦିନେ ସ୍କୁଲ ଯିବାକୁ ମଙ୍ଗୁ ନଥିଲେ ଆଜି ସେମାନେ ହାତରେ ବହି ଧରି ପାଠ ପଢ଼ିବା ସହ ଖେଳକୁଦରେ ନିଜକୁ ସାମିଲ କରୁଛନ୍ତି । ଆଜି ଏମାନଙ୍କ ଭିତରୁ ଅନେକ ପିଲା ସ୍କୁଲ ସାରି କଲେଜରେ ପାଠ ପଢ଼ିଲେଣି । ଏସବୁକୁ ଦେଖିଲେ ଆଖି ଛଳଛଳ ହୋଇଯାଏ ବୋଲି ସଚିନ କୁହନ୍ତି । ଚାଷୀଙ୍କ ପାଇଁ କାମ କରିବାର ଅଦମ୍ୟ ନିଶା ଆଜି ତାଙ୍କୁ କୃଷକ ନେତା ବନେଇଛି ସତ କିନ୍ତୁ ସେ ବି ଜଣେ ଅନନ୍ୟ ଗୁରୁ ଏକଥାକୁ ଅସ୍ୱୀକାର କରାଯାଇନପାରେ ।

Leave A Reply

Your email address will not be published.

eight − six =