ଚଳିତ ଖରିଫ ଋତୁର ଧାନକିଣା ପ୍ରକ୍ରିୟା ଗତ ଡିସେମ୍ବର ମାସରୁ ଏପର୍ଯ୍ୟନ୍ତ ଚାଲୁରହିଛି ଏବଂ ଆହୁରି ଚାଲୁ ରହିବ ବୋଲି ମଧ୍ୟ ଆଶା କରାଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ୯ ଲକ୍ଷ ୭୭ ହଜାର ୨୯୩ ଜଣ ଚାଷୀଙ୍କ ଠାରୁ ୪୬ ଲକ୍ଷ ୩୬ ହଜାର ୫୪୧ ମେଟ୍ରିକ୍ ଟନ୍ ଧାନ କିଣାସରିଛି। ଏହି ସୁଗମ ଧବକିଣା ପର୍ଯ୍ୟାୟରେ ସର୍ବନିମ୍ନ ସହାୟତା ମୂଲ୍ୟ ବାବଦରେ ୧୦ ହଜାର କୋଟି ଟଙ୍କା ଏବଂ ଇନପୁଟ୍ ସହାୟତା ବାବଦକୁ ୩୪୭୬ କୋଟି ଟଙ୍କା ଚାଷୀଙ୍କ ଏକାଉଣ୍ଟକୁ ପଠାଯାଇଛି। ସରକାରଙ୍କ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଏବଂ ୮୦୦ ଟଙ୍କା ଇନପୁଟ ସହାୟତା ମୂଲ୍ୟ ଧାର୍ଯ୍ୟ କରାଯାଇଥିବା ହେତୁ, ପୂର୍ବ ଅପେକ୍ଷା ଯଥେଷ୍ଟ ଅଧିକ ଚାଷୀ ଏହି ପ୍ରକ୍ରିୟାରେ ସସାମିଲ ହେବା ପାଇଁ ମନ ବଳାଇଛନ୍ତି।
ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଧନକିଣା ପର୍ଯ୍ୟାୟରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ପ୍ରତ୍ୟେକ ମଣ୍ଡିରେ ନୋଡାଲ ଅଧିକାରୀଙ୍କୁ ମଧ୍ୟ ନିୟୋଜନ କରାଯାଉଛି। ବାହାର ଗାଡ଼ି ରାଜ୍ୟ ଭିତରକୁ ପ୍ରବେଶ କରିବା, ରାଜ୍ୟରୁ ବାହାର ଯିବା ଏବିଂ ଧାନ ପ୍ରତ୍ୟେକ ମଣ୍ଡିରୁ ମିଲକୁ ଯିବା ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଧ୍ୟାନ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି। ଏହି ପ୍ରକ୍ରିୟାରେ କୌଣସି ତ୍ରୁଟି ଆସିଲେ ସମାଧାନ ପାଇ ଟୋଲ-ଫ୍ରି ନମ୍ବର ଜାରି କରାଯାଇଛି, ଯାହାକି ଏହାଦ୍ବାରା ଅନେକ ଚାଷୀଙ୍କ ସମସ୍ୟାକୁ ମଧ୍ୟ ସମାଧାନ କରାଯାଉଛି। ଚଳିତ ବର୍ଷ ଧାନକିଣା ପ୍ରକ୍ରିୟା ସୁଗମ ହୋଇଥିବା ବେଳେ ଚାଷୀମାନଙ୍କ ପାଇଁ ଆହୁରି ଅନୁକୂଳ କରାଯିବା ନେଇ ଲକ୍ଷ୍ୟ ରହିଛି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ