ଭଦ୍ରକ ସ୍ଥିତ ସମ୍ୱନିତ କୃଷି କ୍ଲଷ୍ଟର ପରିଦର୍ଶନ କରିଛନ୍ତି ମାନନୀୟ ରାଜ୍ୟପାଳ

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବଡ଼ବରଚିକ୍ଯାଁରେ ଇଣ୍ଟେଗ୍ରେଟେଡ୍ କୃଷି କ୍ଲଷ୍ଟର ପରିଦର୍ଶନ କରିଛନ୍ତି ମାନନୀୟ ରାଜ୍ଯପାଳ ଶ୍ରୀ ହରି ବାବୁ କେ। ଏହି ଅବସରରେ କୃଷି ଉଦ୍ଯୋଗୀଙ୍କ ଆଲୋଚନା ମଧ୍ୟ କରିଛନ୍ତି। ଆଖପାଖର ଚାଷୀମାନେ ମିଳିତ ଭାବେ ବିଭିନ୍ନ ପ୍ରକାରର ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଏହା ଦେଖି ମାନନୀୟ ରାଜ୍ୟପାଳ ଖୁସି ହେବା ସହ ପ୍ରଶଂସା ମଧ୍ୟ କରିଛନ୍ତି। ଭଦ୍ରକ ଏକ ଚାଷ ପ୍ରବଣ ଜିଲ୍ଲା, ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରି ନିଜର ଜୀବିକା ନିର୍ବାହ କରୁଛନ୍ତି। କେବଳ ଧାନ ନୁହଁ ବରଂ ଗହମ, ମାଣ୍ଡିଆ, ବିରି, ମୁଗ, ମାଛ ଚାଷ, ପନିପରିବା, ଫଳ ଏବି ଗୋପାଳନ ଆଦି ଚାଷ କରି ସେମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।

ଏତଦ୍ ବ୍ୟତୀତ ଜିଲ୍ଲାର ମହିଳାମାନେ ସୁଭଦ୍ରା ଯୋଜନା ସହାୟତାରେ କୃଷି କାର୍ଯ୍ୟ କରି ସଫଳ ହେବା ସହ ଲକ୍ଷପତି ଦିଦି ହେବାକୁ ଯାଉଛନ୍ତି। ସେମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀର ଚାହିଦା ଏବେ ଜିଲ୍ଲା ଓ ଜିଲ୍ଲା ବାହାରେ ମଧ୍ୟ ସୃଷ୍ଟି ହୋଇଛି। ଚାଷୀମାନେ କୃଷି କ୍ଷେତ୍ରରେ ନିଜର ପରାକ୍ରମ ବଳରେ ସୁନାମ ଅର୍ଜନ କରିବା ସହ ଜିଲ୍ଲା ପାଇଁ ମଧ୍ୟ ଗୌରବ ଆଣି ପାରୁଛନ୍ତି। ଏହି ଅବସରରେ ଭଦ୍ରକ ବିଧାୟକ ଶ୍ରୀ ଶୀତାଂଶୁ ଶେଖର ମହାପାତ୍ର, ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ଅନ୍ୟ ଜିଲ୍ଲା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×