ବିସ୍ମୃତ ଖାଦ୍ୟ ଶସ୍ୟ ଯାହା ଉତ୍ପାଦନ ଓ ପରୀକ୍ଷଣ କରାଯାଏ, ଏପରିକି ଜଙ୍ଗଲଜାତ ଦ୍ରବ୍ୟ ଯାହା ଆଦିମ କାଳରୁ ଉତ୍ପାଦିତ ଓ ଖାଦ୍ୟ ରୂପରେ ବ୍ୟବହାର କରାଯାଉଛି। ଏଥିରେ ଥିବା ପୋଷଣ, ଔଷଧୀୟ ଗୁଣ ଓ ପଶୁଖାଦ୍ୟ ଗୁଣବତ୍ତା ପାଇଁ ଏହା ସମସ୍ତଙ୍କ ଆଦରଣୀୟ ହୋଇପାରିଛି। ତେଣୁ ପାରମ୍ପରିକ ପୁଷ୍ଟିକର ଫସଲର ଉପକାରିତା ବିଷୟରେ ମା’ମାନଙ୍କୁ ଶିକ୍ଷା ଦେବା ପାଇଁ ନୁଆପଡାର ଗୋଦଭତା ଅଙ୍ଗନୱାଡି ଠାରେ ଏକ ବିସ୍ମୃତ ଖାଦ୍ୟ ଚାମ୍ପିଅନସିପ୍ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ମହିଳା ଖାଦ୍ୟ ସଂରକ୍ଷଣକାରୀମାନେ ସେମାନଙ୍କର ରନ୍ଧନ କୌଶଳ ପ୍ରଦର୍ଶନ କରି ସ୍ୱାସ୍ଥ୍ୟକର ଖାଦ୍ୟକୁ ପ୍ରୋତ୍ସାହିତ କରିଥିଲେ।
ପାରମ୍ପରିକ ପୁଷ୍ଟିକର ଖାଦ୍ୟଶସ୍ୟ ପୋଷାକ ତତ୍ତ୍ଵରେ ପୂର୍ଣ୍ଣ, ଖାଦ୍ୟ ସୁରକ୍ଷାର ଜୀବିକା ଏବଂ ଉତ୍ତମ ସ୍ୱାସ୍ଥ୍ୟର ଉପାଦାନ ଅଟେ। ଏହା ଜୀବିକା ଉପାର୍ଜନର ଏକ ମାଧ୍ୟମ ମଧ୍ୟ। ଏହି ଶସ୍ୟଗୁଡ଼ିକ ମୁଖ୍ୟ ଖାଦ୍ୟଶସ୍ୟ ସହ ଅନ୍ୟ ପରିପୂରକ ଖାଦ୍ୟ ଭାବରେ ମଧ୍ୟ ବ୍ୟବହାର କରିଥାନ୍ତି। ଉତ୍ତମ ଫସଲ ସଂରକ୍ଷଣ, ପ୍ରକ୍ରିୟାକରଣ ଏବଂ ବଜାରକୁ ଆଣିବା ପାଇଁ ବିଭିନ୍ନ ନୂତନ ଉତ୍ସ ପରିଚାଳନା ପଦ୍ଧତି ବିକାଶ କରିବା ଆବଶ୍ୟକ। ବିସ୍ମୃତ ଖାଦ୍ୟକୁ ସମ୍ମାନଜନକ, ମୂଲ୍ୟବାନ ତଥା ସୁସ୍ଥ ଖାଦ୍ୟ, ସ୍ଥାୟୀ ଜୀବିକା ଏବଂ ଉନ୍ନତ ଖାଦ୍ୟ ପ୍ରଣାଳୀରେ ପରିଣତ କରିବା ପାଇଁ ଆମ ପ୍ରୟାସ ଜାରି ରଖିବା ନିତାନ୍ତ ଜରୁରୀ।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ