ରାଜ୍ୟରୁ ୪୦,୦୦୦ ମେଟ୍ରିକ୍ ଟନ୍ ମାଣ୍ଡିଆ ସଂଗ୍ରହ କରିବ ଭାରତୀୟ ଖାଦ୍ୟ ନିଗମ

ପୃଷ୍ଟି ଶସ୍ୟ ଉତ୍ପାଦନ ବୃଦ୍ଧି ଓ ଏହାର ବିଶ୍ବବ୍ୟାପୀ ପ୍ରସାର ନିମନ୍ତେ ଆସନ୍ତା ନଭେମ୍ବର ୧୦ ଓ ୧୧ରେ ‘ଅନ୍ତର୍ଜାତୀୟ ପୃଷ୍ଟିଶସ୍ୟ ସମ୍ମିଳନୀ’ ଆୟୋଜିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରୁ ୪୦,୦୦୦ ମେଟ୍ରିକ୍ ଟନ୍ ମାଣ୍ଡିଆ ଭାରତୀୟ ଖାଦ୍ୟ ନିଗମ ସଂଗ୍ରହ କରିବା ନେଇ ଲକ୍ଷ୍ୟ ରଖାଯାଇଛି। ପୁଷ୍ଟିଶସ୍ୟ ଯଥା : ମାଣ୍ଡିଆ, ସୁଆଁ ଆଦି ଖାଦ୍ୟ ସାମଗ୍ରୀ ଉତ୍ପାଦନ, ବ୍ୟବହାର ଏବଂ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ଏକ ଉଦାହରଣ ସାଜିଛି। ପ୍ରତ୍ୟେକ ବର୍ଷ କେବଳ ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରିଆସୁଛି।

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ନଭେମ୍ବର ୧୦ ଏବଂ ୧୧ ତାରିଖରେ ଦୁଇଦିନ ଆନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଅନୁଷ୍ଠିତ ହେବ। ଆଗାମୀ ମାଣ୍ଡିଆ ଦିବସ ପାଇଁ ପ୍ରସ୍ତୁତି ବୈଠକ ମାଧ୍ୟମରେ ସମସ୍ତ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ପାଖାପାଖି ୪୦୦ରୁ ଅଧିକ ଚାଷୀ, ମୃତ୍ତିକା ସଂରକ୍ଷଣ, ଜଳ ସଂରକ୍ଷଣର ବିଭାଗୀୟ ଅଧିକାରୀ ଓ ଅନ୍ୟ କୃଷି ବିଭାଗୀୟ ଅଧିକାରୀମାନେ ଆନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଯୋଗଦେବା ନେଇ ଧାର୍ଯ୍ୟ କରାଯାଇଛି। ଏତଦ୍ ବ୍ୟତୀତ ବିଶେଷଜ୍ଞ, ବୈଜ୍ଞାନିକ ଏବଂ ବିଭାଗୀୟ ପ୍ରତିନିଧିମାନେ ମଧ୍ୟ ଯୋଗଦେବା ନେଇ କାର୍ଯ୍ୟକ୍ରମ ରହିଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×