ଫୁଲ ଚାଷରେ ଫୁଟୁଛି ଚାଷୀ ମୁହଁରେ ହସ

ଲମତାପୁଟ ବ୍ଲକ ମାଳିପେଟା ଗାଁର ଚାଷୀମାନେ ଡାଲିଆ ଫୁଲ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି। କମ୍ ପରିଶ୍ରମରେ ଭଲ ରୋଜଗାର କରି ସେମାନେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ। ସେମାନେ ବର୍ଷକୁ ପ୍ରାୟ ୬୦ ହଜାର ଟଙ୍କା ରୋଜଗାର କରୁଛନ୍ତି। ଅଞ୍ଚଳର ଚାଷୀମାନେ ବର୍ଷକୁ ବର୍ଷ ଏହି ଫୁଲ ଚାଷରୁ ନିଜର ରୋଜଗାର ବଢ଼ାଇବା ସହ ନିଜ ପରିବାର ପ୍ରତିପୋଷଣ ପାଇଁ ସକ୍ଷମ ହୋଇପାରିଛନ୍ତି। ଫୁଲ ଚାଷ ଚାଷୀଙ୍କୁ ସୁଗମ ପଥ ଯୋଗାଇଛି। ସେମାନେ କେବଳ ଫୁଲ ଚାଷ ନୁହଁ ବରଂ ପନିପରିବା ଚାଷ ମଧ୍ୟ କରୁଛନ୍ତି।

ସାଧାରଣତଃ ପନିପରିବା ଚାଷରେ ଅଧିକ ପରିଶ୍ରମ ସହ ଅଧିକ ପଇସା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିଥାଏ, କିନ୍ତୁ ଡାଲିଆ ଫୁଲ ଚାଷରେ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡ଼ିନଥାଏ। ଏମିତି କି ଫୁଲ ଚାଷ ପାଇଁ ଅଧିକ ପରିଶ୍ରମ ବି କରିବାକୁ ପଡ଼ିନଥାଏ। ପର୍ବପର୍ବାଣୀ ସମୟରେ ଡାଲିଆ ଫୁଲର ଅଧିକ ଚାହିଦା ରହିଥାଏ। ସେହିପରି ଆଗକୁ ଦୁର୍ଗାପୂଜା ଥିବା ହେତୁ ଏହାର ଚାହିଦା ରହିବ ବୋଲି ଚାଷୀମାନେ ମତବ୍ୟକ୍ତ କରିଛନ୍ତି। ଦୈନନ୍ଦିନ ଚାଷୀମାନେ ଫୁଲ ବିକ୍ରି କରିବା ସହ ବାହାର ବଜାରକୁ ଫୁଲ ରପ୍ତାନି କରି ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×