ଓଡ଼ିଶାର ଜଳବାୟୁକୁ ଆଧାରକରି ମୁଖ୍ୟତଃ ଦୁଇପ୍ରକାରର ଛତୁଚାଷ କରାଯାଇଥାଏ। ଏହି ଦୁଇପ୍ରକାରର ଛତୁ ମଧ୍ୟରୁ ପାଳ ଛତୁଟି ବର୍ଷର ମୁଖ୍ୟତଃ ମାର୍ଚ୍ଚଠାରୁ ଅକ୍ଟୋବର ଯାଏ ଚାଷ ହୋଇଥାଏ। ଅନ୍ୟ ଛତୁଟି ହେଲା ଧିଙ୍ଗିରି ଛତୁ। ଏହା ନଭେମ୍ବରରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ଚାଷ କରାଯାଇଥାଏ। ଛତୁ ନଭେମ୍ବରରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ଚାଷ କରାଯାଇଥାଏ। ଛତୁ ବିଭିନ୍ନ ଶ୍ରେଣୀର ଲୋକଙ୍କୁ ବିଭିନ୍ନ ଦିଗରୁ ଆକୃଷ୍ଟ କରିଛି । ଛତୁର ଆକୃତିକୁ ନେଇ ମନ୍ଦିର, ମିନାର ଓ ପ୍ରସାଦର ଅଗ୍ରଭାଗ ଗଢ଼ାଯାଇଛି। ବିଂଶ ଶତାବ୍ଦୀର ପ୍ରାରମ୍ଭରେ ମହାମାରୀ ଦୁର୍ଭିକ୍ଷରେ ସମ୍ମୁଖୀନ ହୋଇ ଭାରତର ଗରିବ ଲୋକମାନେ ଜଙ୍ଗଲରେ ଫୁଟିଥିବା ଛତୁ ଖାଇ ବଞ୍ଚୁଥିଲେ।
କିଛି ବର୍ଷ ପୂର୍ବେ ଅଧିକାଂଶ ଚାଷୀ ଧାନ ଚାଷ ପାଇଁ ଆକୃଷ୍ଟ ହେଉଥିଲେ। କିନ୍ତୁ ବର୍ତ୍ତମାନର ଜଳବାୟୁ, ପାଣି ଏବଂ ବିଭିନ୍ନ ପ୍ରକାର ରୋଗ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡୁଥିବାରୁ ଚାଷୀମାନେ ଧାନ ଚାଷ ପରିବର୍ତ୍ତେ ମାଣ୍ଡିଆ, ଛତୁ, ପନିପରିବା ଆଦି ଚାଷ କରିବାରେ ଲାଗିଲାନି। ଯାହାକି ଧାନ ଚାଷ ଅପେକ୍ଷା ଉତ୍ତମ ରୋଜଗାର ମଧ୍ୟ ଦେଇପାରୁଛି। ଏହିପରି ଚାଷରେ ସ୍ବାବଲମ୍ବୀ ହୋଇ ଅନେକ ସଫଳ ମାଣ୍ଡିଆ ଚାଷୀ, ଛତୁ ଚାଷୀ ଲୋକଲୋଚନକୁ ଆସିପାରୁଛନ୍ତି। ସେହିପରି ସମ୍ବଲପୁରର ଜଣେ ଯୁବ ଚାଷୀ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସହାୟତାରେ ଆଧୁନିକ ଛତୁ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନେକ ପରିବାରଙ୍କୁ ମଧ୍ୟ ରୋଜଗାର ଯୋଗାଇ ଦେଇଛନ୍ତି।
ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ