ସୁବର୍ଣ୍ଣ କୃଷି ମେଳା- ୨୦୨୪ “ଚାଷୀଙ୍କ ବିକାଶରେ ହିଁ ଦେଶର ଉନ୍ନତି”

0

ଚାଷୀଙ୍କ ବିକାଶରେ ହିଁ ଦେଶର ଉନ୍ନତି । ଯାହାକୁ ଏକ ନୂଆ ଦିଗ ଦେବା ପାଇଁ ଚେଷ୍ଟା ଚାଲିଛି , ଦେଶର ଆର୍ଥିକ ସ୍ଥିତି ମଜବୁତ କରିବାରେ କୃଷିର ଏକ ବଡ଼ ଭୂମିକା ରହିଛି , ଆଉ ଏହି କୃଷିକୁ ଗୁରୁତ୍ତ୍ଵ ଦେଇ ଆୟୋଜିତ ହୋଇଥିଲା ଏକ କୃଷି ମେଳା , ଯାହାର ନା ହେଉଛି ” ସୁବର୍ଣ୍ଣ କୃଷି ମେଳା – ୨୦୨୪ ” । ଯେଉଁଠି ଚାଷୀ ଜାଣିଲେ ନୂଆ ନୂଆ କୃଷି ସମ୍ପର୍କିତ ତଥ୍ୟ ଓ ଜାଣିଲେ ଚାଷ ସମ୍ପର୍କିତ ନୂଆ ଜ୍ଞାନକୌଶଳ ,କୃଷି ଓ କୃଷକଙ୍କ ପାଇଁ ଏହା ସାଜିଛି ମହାସମ୍ମିଳନୀ । ଚାଷୀ, କୃଷି ବିଶେଷଜ୍ଞ ଓ କୃଷି ଶିଳ୍ପୋଦ୍ୟୋଗୀଙ୍କୁ ମଞ୍ଚରେ ଏକାଠି କରିବାର ଏହା ସୁବର୍ଣ୍ଣ ସୁଯୋଗ । ଯାହାର ବିଷୟବସ୍ତୁ ଥିଲା ” Explore the Unexplored Agri Odisha ” ।

nano urea

ସୁବର୍ଣ୍ଣ କୃଷି ମେଳା କୃଷକ ଠାରୁ ନେଇ କୃଷି ଉଦ୍ୟୋଗୀ, ଉତ୍ପାଦକ, ଡିଲର, ବିତରକ, ବୈଜ୍ଞାନିକ, ସରକାରଙ୍କ ବିଭିନ୍ନ ସଂସ୍ଥା, ସହଯୋଗୀ ଏବଂ ଅନ୍ୟାନ୍ୟ କୃଷି ସମ୍ବନ୍ଧୀୟ ସଂଗଠନଗୁଡିକ ଗୋଟିଏ ମଞ୍ଚରେ ଏକାଠି ହେବାର ମାଧ୍ୟମ । ଏଥିରେ ଡିଲର୍ସ, ଫାର୍ମ ମାଲିକ, କୃଷି ସାମଗ୍ରୀ ବିତରକ, ଯୋଗାଣକାରୀ, ଖୁଚୁରା ବେପାରୀ, ଗବେଷକ, କୃଷି ବିଜ୍ଞାନୀ, ଶିଳ୍ପପତି, ବ୍ୟବସାୟୀ, ନିବେଷକ, ଛାତ୍ର ଓ ମେଧାବୀ, ଗଣମାଧ୍ୟମ ସଂସ୍ଥା, ସରକାରୀ କର୍ମଚାରୀ ଏବଂ ଏଥିରେ ଜଡିତ ଥିବା ସମସ୍ତ କର୍ମୀଙ୍କୁ ସ୍ଥାନ ମିଳିଲା ନିଜର କୌଶଳ ଦେଖାଇବାକୁ ।” ସୁବର୍ଣ୍ଣ କୃଷି ମେଳା ” କୃଷକଙ୍କ ସୁବିଧା ଉପରେ ବିଶେଷ ଦୃଷ୍ଟି ଦେଇଥାଏ । କିପରି ବର୍ତ୍ତମାନର କୃଷକ ଆଧୁନିକ ଜ୍ଞାନ କୌଶଳ ଆପଣାଇ କମ ସମୟ ମଧ୍ୟରେ କୃଷି ଉତ୍ପାଦ କରିପାରିବ । ଏଥିରେ ସମୟ ବଞ୍ଚିବା ସହ ଆତ୍ମନିର୍ଭରଶୀଳ ହେବ କୃଷକ , ଆଧୁନିକ ଜ୍ଞାନ କୌଶଳରେ କିପରି କୃଷିର ଅଭିବୃଦ୍ଧି ହୋଇପାରିବ ଏହା ଉପରେ କାର୍ଯ୍ୟକ୍ରମରେ ଆଲୋଚନା ମଧ୍ୟ କରାଯାଇଥିଲା । ସେହିପରି କୃଷକମାନେ ମଧ୍ୟ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଉପସ୍ଥାପନ କରିବା ସହ କୃଷି ବିଶେଷଜ୍ଞଙ୍କ ଠାରୁ ସମାଧାନ ପାଇଁ ପରାମର୍ଶ ନେଇଥିଲେ ଚାଷୀ।

Leave A Reply

Your email address will not be published.

three × four =