ଶ୍ରୀ ଅନ୍ନ ଅଭିଯାନ ଓ ସାମାଜିକ ଗଣମାଧ୍ୟମ ନେଟୱାର୍କ ଫୁଡ୍ ଫିଣ୍ଡୋର ମିଳିତ ଉଦ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଶ୍ରୀ ଅନ୍ନ ଅଭିଯାନ ଓ ଓଡ଼ିଶା ମିଲେଟ୍ ମିଶନର ମିଳିତ ସହଯୋଗରେ ରାଜ୍ୟ ଓ ଦେଶର ଅନେକ ସ୍ଥାନରେ ମିଳେଟ୍ ଶକ୍ତି କାଫେ ଖୋଲାଯାଇଛି। ଯାହାକି ମିଲେଟ୍ ପ୍ରସ୍ତୁତ ଅନେକ ଖାଦ୍ୟ ସାମଗ୍ରୀ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଏହାର ପୁଷ୍ଟିତତ୍ତ୍ଵ ଓ ଉପକାରିତା ଦର୍ଶାଉଛନ୍ତି। ଓଡ଼ିଶାର ମିଲେଟ୍ ରାଜ୍ୟ ଏବଂ ରାଜ୍ୟ ବାହାରେ ଅନେକ ଆଦୃତି ଲାଭ କରିବାରେ ଲାଗିଛି। ଓଡ଼ିଶାର ଚାଷୀ ମାନେ ମଧ୍ୟ ଧାନ ଚାଷ ବଦଳରେ ମାଣ୍ଡିଆ ଚାଷ କରିବାରେ ମନ ବଳାଉଛନ୍ତି।

ଶ୍ରୀ ଅନ୍ନ ଅଭିଯାନ ଓ ସାମାଜିକ ଗଣମାଧ୍ୟମ ନେଟୱାର୍କ ଫୁଡ୍ ଫିଣ୍ଡୋର ମିଳିତ ଉଦ୍ୟମରେ କୃଷି ଭବନ ସ୍ଥିତ ମିଲେଟ୍ ଶକ୍ତି ଆଉଟଲେଟରେ ପୁଷ୍ଟିଶସ୍ୟ ଭିତ୍ତିକ ସାମଗ୍ରୀକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଫୁଡ୍ ଫିଣ୍ଡୋ ଦ୍ୱାରା ଆୟୋଜିତ ଭୁବନେଶ୍ୱର ଫୁଡ୍ ଫେଷ୍ଟ କାର୍ଯ୍ୟକ୍ରମରେ ମିଲେଟ୍ ଚାଟ୍ ପ୍ରସ୍ତୁତି, ପୁଷ୍ଟିଶସ୍ୟ ଚି଼ହ୍ନଟିକରଣ ଏବଂ ମିଲେଟ୍ କୁ ନେଇ ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅୟୋଜିତ ହୋଇଥିଲା। ଶେଷରେ ବିଜେତାଙ୍କୁ ମିଲେଟ୍ ଗିଫ୍ଟ ହ୍ୟାମ୍ପର ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରୀ ଅନ୍ନ ଅଭିଯାନ ଦ୍ୱାରା ପୁଷ୍ଟିଶସ୍ୟର ସଚେତନତା ପାଇଁ ନେଇ ଏପରି ଏକ ଅନନ୍ୟ ପଦକ୍ଷେପ ପାଇଁ ବିଭିନ୍ନ ମହଲରେ ଖୁସିବ୍ୟକ୍ତ କରାଯାଇଛି।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×