ଜଳବାୟୁ ପରିବର୍ତ୍ତନ ତାପମାତ୍ରାରେ ଆଣୁଛି ବ୍ୟାପକ ପରିବର୍ତ୍ତନ

0

ଏକବିଂଶ ଶତାବ୍ଦୀର ଶିଳ୍ପ ଭିତ୍ତିକ ସଭ୍ୟତା ପରିବେଶରେ ଆଣିଲା ନାହିଁ ନଥିବା ପରିବର୍ତ୍ତନ । ଚାଷଜମିରେ ଆରମ୍ଭ ହେଲା ଶିଳ୍ପାୟନର ମୂଳଦୁଆ । ଶ୍ୟାମଳ ଜମିରେ ଯେଉଁଠାରେ ସୁବର୍ଣ୍ଣର ମାହୋଲ ଜମୁଥିଲା , ଆଜି ସେଠି ଯନ୍ତ୍ର ସଭ୍ୟତାର ଅୟମାରମ୍ଭ ହେଉଛି । ପରିବେଶର ପରିସ୍ଥିତି ଏବେ ସଂଜ୍ଞାହୀନ । ପ୍ରକୃତିକୁ ନେଇ ଏ ସମାଜ । ପ୍ରକୃତିର କରାଳ ରୂପକୁ ମାନବ ମୁହୂର୍ତ୍ତକ ପାଇଁ ମଧ୍ୟ ସହ୍ୟ କରିବା କଷ୍ଟକର ହୋଇପଡେ଼ । ଆଜି ଜୀବନ ଜୀଇଁବାର ପ୍ରତ୍ୟେକଟି ସୋପାନରେ କେବଳ ପ୍ରଦୂଷଣର ବିଷ ଘୁରିବୁଲୁଛି । ଆଜି ସାରା ଓଡିଶା ଅସହ୍ୟ ଗ୍ରୀଷ୍ମରେ ଜର୍ଜରିତ । ଦିନ ୧୦ଟାରେ ୪୦ ଡିଗ୍ରୀ ତାପାମାତ୍ରାକୁ ସାମ୍ନା କରିବାକୁ ପଡୁଛି ।

nano urea

ଏଇ କିଛି ବର୍ଷ ହେବ ଜଳବାୟୁ ପରିବର୍ତ୍ତନ କୃଷି କ୍ଷେତ୍ରରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଆପଣ ଭାବନ୍ତୁ , ଆମ ବାପା ଅଜା ଅମଳରେ ଖରା ଦନେ ଖରା , ବର୍ଷା ଦିନେ ବର୍ଷା ଆଉ ଶୀତ ଦିନେ ଶୀତ – ଏସବୁ ସଠିକ ଭାବରେ ଲୋକେ ଅନୁଭବ କରିପାରୁଥିଲେ । ଥରେ ଭାବନ୍ତୁ ନା ଆଜି ଆମେ ଆଷାଢ଼ର ଧାରା ଶ୍ରାବଣ ସମୟରେ ନିଦାଘର ତାପକୁ ଅନୁଭବ କରୁଛୁ । ଖରା ସମୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୨-୪୪ଡ଼ିଗ୍ରୀ ଯାଏଁ ବି ଯାଉଛି ।

ଜଳବାୟୁ ପରିବର୍ତ୍ତନ କୃଷିକୁ ଏବେ ଏକ ଅବନତି ଦିଗରେ ଟାଣି ନେଲାଣି ।ଜୈବ ବିବିଧତା ହେଉଛି କୃଷିର ପ୍ରମୁଖ ମାନଦଣ୍ଡ । ଏହା ଭୂତଳ ଜଳ ସଂରକ୍ଷଣ , ମାଟିର ସଂରଚନା,ଗଠନ,ଉର୍ବରତା ଠାରୁ ଆରମ୍ଭ କରି ପରିବେଶ ସନ୍ତୁଳନରେ ମୁଖ୍ୟ ଭୂମିକା ନେଇଥାଏ । ଜଳବାୟୁ ପରିବର୍ତ୍ତନ ଏବଂ କୃଷି ପରସ୍ପର ସହ ଜଡିତ ପ୍ରକ୍ରିୟା । ଗ୍ଲୋବାଲ ୱାର୍ମିଂ – ଏବେ ଏକ ପରିଚିତ ଶବ୍ଦ । ଆମେ ଏହା ବିଷୟରେ ଏବେ ପାଠ ପଢ଼ୁଛନ୍ତି କିନ୍ତୁ ଏହାର କୁପ୍ରଭାବ ବିଷୟରେ ଅବଗତ ହେବା ବି ସେତିକି ଜରୁରୀ । କାରଣ ଗ୍ଲୋବାଲ ୱାର୍ମିଂ ଆମ ଜଳବାୟୁ ପରିବର୍ତ୍ତନର ପ୍ରଥମ ଓ ମୁଖ୍ୟ କାରଣ । ଏହା କୃଷିକୁ ଅନେକ ଉପାୟରେ ପ୍ରଭାବିତ କରିଥାଏ । ତାପମାତ୍ରା, ବର୍ଷାର ପରିମାଣ ଏବଂ ରୋଗ ପୋକର ଅଚାନକ ବୃଦ୍ଧି କଥା ହେଉ ଅବା ଅଙ୍ଗାରକାମ୍ଳର ବୃଦ୍ଧି ଏସବୁ ପାଇଁ ଗ୍ଲୋବାଲ ୱାର୍ମିଂ ହିଁ ଦାୟୀ । ଉନ୍ନତ କିସମମଞ୍ଜି, ଜେନେଟିକ୍‌ ରୂପାନ୍ତରିତ ଜୀବ ଏବଂ ଆଧୁନିକ ଜଳସେଚନ ପ୍ରଣାଳୀ ଥିବା ସତ୍ତେ୍ୱ ଉତ୍ପାଦନରେ ଜଳବାୟୁ ଏକ ପ୍ରମୁଖ ଭୂମିକା ବହନ କରେ ।

Leave A Reply

Your email address will not be published.

13 + four =