ଓଡ଼ିଶାରେ ଚାଷୀଭାଇ ଭଉଣୀ ମାନେ ଧାନ ଚାଷ ଏବଂ ପନି ପରିବା ଚାଷକୁ ଛାଡ଼ି ଅର୍ଥକାରୀ ଫସଲ ଆଡ଼କୁ ମୁହାଁଉଛନ୍ତି। ସେଥିମଧ୍ୟରୁ ଷ୍ଟ୍ରବେରୀ ଚାଷ ହେଉଛି ଅନ୍ୟତମ ଲାଭଜନକ ବ୍ୟବସାୟ। ଓଡ଼ିଶାରେ ଏହାର ସୁଯୋଗ ଷ୍ଟ୍ରବେରୀ ଏକ ଶୀତକାଳୀନ ଫଳ। ପୂର୍ବରୁ ଏହା କେବଳ ଥଣ୍ଡା ଅଞ୍ଚଳ ହିମାଚଳ ପ୍ରଦେଶରେ ହେଉଥିଲା। କିନ୍ତୁ ଏବେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହା ସଫଳତାର ସହ ଚାଷ କରାଯାଉଛି। ଓଡ଼ିଶା ସରକାର ମଧ୍ୟ ଉଦ୍ୟାନ କୃଷି ବିଭାଗ ଜରିଆରେ ଏଥିପାଇଁ ବିପୁଳ ପରିମାଣର ସବସିଡି ଯୋଗାଇ ଦେଉଛନ୍ତି।
ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ସହାୟତାରେ ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଷ୍ଟ୍ରବେରୀ ଚାଷ କରାଯାଇଛି। ବେଗୁନିଆ ବ୍ଲକ, ହଜ ଗ୍ରାମର ଚାଷୀ ସୁଶାନ୍ତ କୁମାର ଭୋଳ ଅଧ ଏକର ଜମିରେ ପ୍ରାୟ ୧୧ ହଜାର ଚାରା ଲଗାଇଛନ୍ତି। ନିର୍ଦ୍ଦେଶାଳୟ ତରଫରୁ ତାଙ୍କୁ ହିମାଚଳ ପ୍ରଦେଶରୁ “ଓ୍ୱିଣ୍ଟର ଡନ୍” ପ୍ରଜାତିର ଚାରାଗଛ ସହ ସୋଲାର୍ ଡ୍ରିପ୍ ବୋରଓ୍ୱେଲ୍ ସୁବିଧା ଯୋଗାଇ ଦିଆଯାଇଛି। ଷ୍ଟ୍ରବେରୀ ଚାଷ କରି ସୁଶାନ୍ତ ଏବେ ବେଶ ଲାଭବାନ ହୋଇଥିବା ବେଳେ ଗୋଟିଏ ଗୋଟିଏ ଗଛରୁ ପ୍ରାୟ ଛଅ ଶହରୁ ସାତ ଶହ ଗ୍ରାମ୍ ଫଳ ଆସୁଛି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ
