ଖରାଟିଆ ଚାଷ ପ୍ରାଥମିକ କର୍ଷଣର ଏକ ପର୍ଯ୍ୟାୟ

0

ଖରାଟିଆ ଚାଷ ଖରାଦିନେ ହେଉଥିବା ବର୍ଷା ଉପରେ ନିର୍ଭର କରି କରାଯାଏ । ଏପ୍ରିଲ ଓ ମେ ମାସରେ ଅସରାଏ ଦୁଇ ଅସରା ବର୍ଷା ପରେ ଖରାଟିଆ ଚାଷ କରିବା ଉଚିତ। ସାଧାରଣତଃ ବିହନ ବୁଣିବାର ବହୁ ପୂର୍ବରୁ ଜମିକୁ ଖରା ସମୟରେ ଚାଷ କରି ପ୍ରସ୍ତୁତ କରି ରଖିବାକୁ ହିଁ ଖରାଟିଆ ଚାଷ କୁହାଯାଏ। ଖରାଟିଆ ହଳରେ ଫସଲର ଚେର ଗଭୀର ଭାବେ ମାଟି ଭିତରେ ପଶିବା ଯୋଗୁଁ ଚେରକୁ ଉତ୍ତମ ପାଣି ଓ ପୋଷକ ଶୋଷଣ କରିବାରେ ସାହାଯ୍ୟ କରେ ଏବଂ ମାଟି ଟେଳାକୁ ଗୁଣ୍ଡ କରି ମୃତ୍ତିକାର ଗଠନକୁ ଉନ୍ନତି କରିଥାଏ I

ମାଟିର ଉପରସ୍ଥ କଠିନ ସ୍ତର ଭାଙ୍ଗି ଢାଲୁର ବିପରୀତ ଦିଗରେ ଚାଷ କରିବା ଦ୍ୱାରା ମାଟିର ଆଦ୍ରତା ସଂରକ୍ଷଣ କ୍ଷମତା ବୃଦ୍ଧି ପାଇଥାଏ ଏବଂ ଏହାର ଗଠନ ଓ ସଂରଚନାରେ ଉନ୍ନତି ଆସିଥାଏ।ମାଟି ଭିତରେ ସହଜରେ ବାୟୁ ଚଳାଚଳ ହୋଇପାରେ, ଯାହା ଅଣୁଜୀବ ବୃଦ୍ଧି ହେବାରେ ସହାୟକ ହୁଏ। ସୂର୍ଯ୍ୟକିରଣ ମାଟିରେ ପ୍ରବେଶ କରେ ଏବଂ ମୃତ୍ତିକାରେ ଥିବା କ୍ଷତିକାରକ କୀଟ, ଅଣ୍ଡା ଏବଂ ଲାର୍ଭାକୁ ନଷ୍ଟ କରିଦିଏ, ଯାହାଦ୍ଵାରା ପରବର୍ତ୍ତୀ ଫସଲରେ ରୋଗପୋକ ହେବାର ଆଶଙ୍କା କମିଯାଏ। ମାଟିର ଜଳଧାରଣ କ୍ଷମତା ବୃଦ୍ଧିପାଏ। ବାୟୁମଣ୍ଡଲିୟ ଯବକ୍ଷାରଜାନ ଜଳ ସହ ମିଶ୍ରିତ ହୋଇ ମାଟିରେ ପ୍ରବେଶ କରେ ଏବଂ ମୃତ୍ତିକାର ଊର୍ବରତା ବଢାଏ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Leave A Reply

Your email address will not be published.

five + 8 =