ଖରାଟିଆ ଚାଷ ଓ ସବୁଜ ସାର

ଖରାଟିଆ ଚାଷ ପ୍ରାଥମିକ କର୍ଷଣର ଏକ ପର୍ଯ୍ୟାୟ । ଓଡିଶାରେ ସାଧାରଣତଃ ଶାରଦ ଧାନ କଟା ହେବା ପରେ ଜମି ପଡିଆ ପଡେ କିମ୍ବା ବତର ଥିଲେ ହଳ କରାଯାଇ ମୁଗ, ବିରି, ଧନିଆ, ଚଣା ଇତ୍ୟାଦି ରବି ଫସଲ ବୁଣାଯାଏ । ଚୈତ୍ର ଓ ବୈଶାଖ ମାସରେ କିଛି କିଛି ବର୍ଷା ହୁଏ । ଏହାଦ୍ଵାରା ମାଟି ବତର ହୁଏ । ଏହି ସମୟରେ ଜମିକୁ ୨ରୁ ୩ ଓଡ ଚାଷକରି ଛାଡିଦିଆଯାଏ । ଏହି ଚାଷକୁ ଖରାଟିଆ ଚାଷ କୁହାଯାଏ। ଏହାଦ୍ଵାରା ମୃତ୍ତିକାର ଭୌତିକ, ରାସାୟନିକ ଓ ଜୈବିକ ପରିବର୍ତ୍ତନ ହୋଇଥାଏ । ପରବର୍ତ୍ତୀ ଫସଲ ଏଥିରୁ ଯଥେଷ୍ଟ ଉପକାର ପାଇ ଭଲ ଅମଳ ଦେଇଥାଏ ।

ଧାନ ଚାଷ ଆରମ୍ଭ କରିବା ଆଗରୁ ଚାଷୀ ଭାଇମାନେ ଖରାଟିଆ ଚାଷ ଓ ଧଣିଚା ଚାଷ କରିଲେ ମାଟିର ଉର୍ବରତା ଓ ଜଳ ଧାରଣ କ୍ଷମତା ବଢାଇବା ସହିତ, ବାୟୁ ଚଳାଚଳ ସୁନିଶ୍ଚିତ କରିପାରିବେ। ଖରାଟିଆ ଚାଷ ଦ୍ଵାରା ରୋଗ ପୋକ ଓ ଘାସ ଅନେକାଂଶରେ ନିୟନ୍ତ୍ରଣ ହେଉଥିବାରୁ ଚାଷ ଖର୍ଚ୍ଚ ମଧ୍ୟ କମିଯାଇଥାଏ ଏବଂ ରାସାୟନିକ ଔଷଧର ବ୍ୟବହାର କମ୍ ହେବା ଯୋଗୁଁ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିନଥାଏ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି ୧୦ କିଗ୍ରା ବୁଣନ୍ତୁ। ଧାନ ଫସଲରେ ମୂଳ ସାର ହିସାବରେ ଆବଶ୍ୟକୀୟ ଫସଫରସ ସାର, ସିଙ୍ଗଲ ସୁପର ଫସଫଟକୁ ଏହି ସମୟରେ ପ୍ରୟୋଗ କରନ୍ତୁ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×